Posted inଜାତୀୟ

ଆସାମରେ ସରକାର ଗଢିବ ଭାଜପା: ଶାହା

ଗୁଆହାଟି,୨୫ ।୨: ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଆସାମ ଗସ୍ତ କରିଛନ୍ତି । ସେ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଙ୍କ ସମେତ ଅନ୍ୟ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ନାଗାଓରେ ଥିବା ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ଯାଇଥିଲେ । ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହା କହିଛନ୍ତି କେବଳ ଆସାମ ନୁହେଁ ମୋଦି ସରକାରଙ୍କ ଯୋଗୁ ବିଭିନ୍ନ ରାଜ୍ୟର ବିକାଶ ଆଜି ସମ୍ଭବ ହୋଇପାରିଛି । ତେବେ କଂଗ୍ରେସକୁ ବିଜୟ ଆଣି ଦେବାକୁ କିଛି ଛୋଟ ଛୋଟ ଦଳ ଭାଜପାର ଭୋଟ କାଟିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି । ଏହି ସମୟରେ ସେ ବିରୋଧୀ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି କେବଳ ନିର୍ବାଚନ ସମୟରେ କଂଗ୍ରେସ ନିକଟରେ ଏକ ପ୍ରଣାଳୀ ରହିଛି । ତେବେ ଆସାମ ଆନ୍ଦୋଳନ ସମୟରେ କଂଗ୍ରେସ ଯୁବକଙ୍କ ଉପରେ ଗୁଳି ଚଳାଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶାହା କହିଛନ୍ତି ଏଥର ଆସାମରେ ଭାରତୀୟ ଜନତା ପାର୍ଟି(ଭଜପା) ହିଁ ଶାସନ କ୍ଷମତାକୁ ଆସିବ । ଆମକୁ ଆସାମକୁ ବନ୍ୟା ମୁକ୍ତ, ଅନୁପ୍ରବେଶ ମୁକ୍ତ ଓ ହିଂସା ମୁକ୍ତ କରିବାକୁ ପଡିବ । ଆସାମ ସହ ପୂର୍ବୋତ୍ତର ରାଜ୍ୟକୁ ଦେଶର ସବୁଠାରୁ ବଡ ଡିଜିପି ଯୋଗଦାନ କରିବା ଭଳି ଗଠନ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ଅଳିଆକୁ ନେବାକୁ ଚାହୁଁନାହିଁ ଏଏପି: କେଜରିୱାଲ

ଅମୃତସର,୨୩ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏବେ ପଞ୍ଜାବ ବିଧାନସଭାରେ ନିଜ ଦଳକୁ ଶକ୍ତ କରିବାରେ ଲାଗି...

ନଭେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨।୧୧: ସବୁ ରାଜ୍ୟର ବ୍ୟାଙ୍କଗୁଡିକ ନଭେମ୍ବରରେ ପ୍ରାୟ ୧୨ ଦିନ ବନ୍ଦ ରହିବ ବୋଲି ଆରବିଆଇ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଏଥିମଧ୍ୟରେ ଖାଲି ୮ଟି...

୪୮ କୋଟି ପ୍ୟାନ୍‌ ଅଧାରରେ ଲିଙ୍କ୍‌, ୩୧ ମାର୍ଚ୍ଚ ସୁଦ୍ଧା ଅନିବାର୍ଯ୍ୟ, ନ ହେଲେ ୧୦ ହଜାର ଜରିମାନା…

ନୂଆଦିଲ୍ଲୀ,୬।୨ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ...

ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…

ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ...

ଫୋନ ଚାର୍ଜ କଲା ବେଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

କୋଲକାତା,୨୧।୯: କୋଲକାତାଠାରୁ ୨୦ କିମି ଦୂର ବାରାକପୋର ନିକଟସ୍ଥ ଖାର୍ଦର ଏକ ଘରୁ ମିଳିଛି ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତଦେହ। ଘରେ ବର୍ଷା ପାଣି...

ଅଜିତ୍‌ ପାଓ୍ବାର ହେବେ ଉପମୁଖ୍ୟମନ୍ତ୍ରୀ: ଡିସେମ୍ବର ୧୬ରୁ ଶୀତ ଅଧିବେଶନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଖୁବ୍‌ ଶୀଘ୍ର ଅଜିତ୍‌ ପାଓ୍ବାର ଶପଥ ନେବାର...

ବଜେଟକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏଲଆଇସି ଓ ସାଧାରଣ ବଜେଟ ୨୦୨୩କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ...

ଏଟାରେ ଏଡସ୍ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ!

ଲକ୍ଷ୍ନୌ,୫ ।୩: ଉତ୍ତର ପ୍ରଦେଶର ଏଟା ମେଡିକାଲ କଲେଜରେ ଏଚଆଇଭିରେ ସଂକ୍ରମିତ ପିଲାମାନଙ୍କୁ ଯେଉଁ ସିରିଞ୍ଜରେ ଇଞ୍ଜେକଶନ ଦିଆଯାଉଛି, ପରେ ସେହି ସିରିଞ୍ଜରେ ସୁସ୍ଥ ପିଲାଙ୍କୁ...

Advertisement
Archives

Model This Week