Posted inଜାତୀୟ

ପୁଡୁଚେରୀରେ ସରକାର ଗଢିବ ଏନ୍‌ଡିଏ: ଶାହା

ପୁଡୁଚେରୀ,୨୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ପୁଡୁଚେରୀ ଗସ୍ତରେ ଅଛନ୍ତି । ରବିବାର ସେ କରାଇକଲଠାରେ ଏକ ଜନସଭାକୁ ସାମ୍ବାଧନ କରିବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ନାରାୟଣସ୍ୱାମୀ ସରକାର କେନ୍ଦ୍ର ଶାସିତ ପ୍ରଦେଶରେ ଭ୍ରଷ୍ଟାଚାରର ଗଙ୍ଗା ବହିବା ଭଳି କାମ କରିଛନ୍ତି । କେନ୍ଦ୍ର ସରକାର ପୁଡୁଚେରୀର ବିକାଶ ପାଇଁ ୧୫ ହାଜାର କୋଟି ଟଙ୍କା ଦେଇଥିବା ବେଳେ ନାରାୟଣସ୍ୱାମୀ ସରକାର ଏହାକୁ ଗାନ୍ଧୀ ପରିବାରର ସେବାରେ ଲଗାଇ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଠାରେ ନଗରନିଗମ ନିର୍ବାଚନ କରାଯାଉନାହିଁ । ଏହାର କାରଣ ହେଉଛି ଯଦି ଏଠାରେ ନିର୍ବାଚନ କରାଯିବ ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ନିଶ୍ଚୟ ବିଜୟ ଲାଭ କରିବ । ଶାହା ଆହୁରି ମଧ୍ୟ କହିଛନ୍ତି କେବଳ ପୁଡୁଚେରୀ ନୁହେଁ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଏବେ ଭାଜପାରେ ଯୋଗ ଦେଉଛନ୍ତି । ଏହାର କାରଣ ହେଉଛି କଂଗ୍ରେସର ଆଉ ଯୋଗ୍ୟତା ନାହିଁ । ଏବେ କଂଗ୍ରେସ ଅଭିଯୋଗ କରୁଛି କି ଭାଜପା ପାଇଁ ତାଙ୍କ ସରକାର ଭାଙ୍ଗି ଯାଇଛି । ହେଲେ କଂଗ୍ରେସ ସରକାର କେବଳ ଭ୍ରଷ୍ଟାଚାର ପାଇଁ ଭାଙ୍ଗିଛି ବୋଲି ବୋଧହୁଏ କଂଗ୍ରେସ ଭୁଲି ଯାଉଛି । କଂଗ୍ରେସ ସରକାର କେବଳ ବଂଶବାଦ ଓ ପରିବାର ବାଦ ପାଇଁ ସମ୍ପୂର୍ଣ୍ଣ ଦେଶରେ ବେଶ୍ ଜଣାଶୁଣା । ଶାହା କହିଛନ୍ତି ମୁଁ ମୋ ଅନୁଭୁତିକୁ ନେଇ କହୁଛି ଆସନ୍ତା ନିର୍ବାଚନ ପରେ ପୁଡୁଚେରୀରେ ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ କରିବ । ଏବେ ପୁଡୁଚେରୀରେ ୭୫ ପ୍ରତିଶତ ଯୁବତୀଯୁବକ ବେକାର ରହିଛନ୍ତି । ହେଲେ ଏନ୍‌ଡିଏ ସରକାର ଗଠନ କଲେ ଆମେ ଏହାକୁ ୪୦ପ୍ରତିଶତରୁ କମ୍ କରିଦେବୁ ବୋଲି ଶାହା କଥା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇଲେ ସରକାର

ନୂଆଦିଲ୍ଲୀ,୨୩।୪: ଦେଶରେ ଜାରି ରହିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨୦୨୧ ପର୍ଯ୍ୟନ୍ତ...

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ...

ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଚାଇନାର ନାମ ନେବାକୁ ଭୟ କରୁଛନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ, ୨୦।୧: ଅରୁଣାଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସମେତ...

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

ସମ୍ପର୍କୀୟଙ୍କ ମୃତଦେହ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା: ଲାଉଡସ୍ପିକର୍‌ରେ ଡକାଯାଉଛି ନାଁ

ଅହମଦାବାଦ,୧୬।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଗୁଜରାଟରେ କରୋନା ସମସ୍ତ ରେକର୍ଡ ଭାଙ୍ଗିଛି। ବଢୁଥିବା ମାମଲା ଯୋଗୁ ଏଠାରେ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥା...

କେତେ ଦିନ ଅଟକ ରହିବେ ମେହବୁବା: ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ...

ଭାଜପାରେ ଜ୍ୟୋତିରାଦିତ୍ୟଙ୍କ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପ୍ରଭାତ: ହାତରୁ ରାଜ୍ୟ ସଭା ଆସନ ଯିବା ଆଶଙ୍କା

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେଇଛନ୍ତି। ତେବେ ଭାଜପାରେ ତାଙ୍କର ଏଣ୍ଟ୍ରି ପରେ ଦଳର ବରିଷ୍ଠ ନେତା ପ୍ରଭାତ ଝା ଅସନ୍ତୁଷ୍ଟ ହୋଇଛନ୍ତି। ସେ ମଧ୍ୟପ୍ରଦେଶରୁ...

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ...

Advertisement
Archives

Model This Week