Posted inଜାତୀୟ

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ଲକ୍ଷ୍ୟରେ ଅଛନ୍ତି ସୋନିଆ ଗାନ୍ଧୀ: ଶାହା

ଚେନ୍ନାଇ,୨୮।୨: ତାମିଲନାଡୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା ରବିବାର ଭିଲୁପୁରମରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ଦୁଃଖିତ ଯେ ମୁଁ ତାମିଲ ଭାଷାରେ କଥାବାର୍ତ୍ତା କରିପାରିବି ନାହିଁ। ଏହା ଭାରତର ସର୍ବପୁରାତନ ଏବଂ ମଧୁର ଭାଷା ମଧ୍ୟରୁ ଅନ୍ୟତମ। ମୁଁ ତୁମକୁ କ୍ଷମା ମାଗୁଛି। ଏହା ପରେ କଂଗ୍ରେସ ଏବଂ ଡିଏମକେ ଉପରେ ଆକ୍ରମଣ କରି ଶାହା କହିଛନ୍ତି ଯେ ଏଆଇଏଡିଏମକେ ଏବଂ ଏନଡିଏ ଗରିବ ଲୋକଙ୍କ ହିତ ପାଇଁ ଚିନ୍ତା କରୁଥିବାବେଳେ ଡିଏମକେ ଏବଂ କଂଗ୍ରେସ ଦୁର୍ନୀତିଗ୍ରସ୍ତ ଏବଂ ବିଭାଜନ ରାଜନୀତି କରୁଛନ୍ତି। ସେ କହିଛନ୍ତି, ରାହୁଲ ବାବାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସୋନିଆ ଜୀ ଏବଂ ଉଦୟନିଧିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଷ୍ଟାଲିନ ଚିନ୍ତିତ ଅଛନ୍ତି।
ସେ କହିଛନ୍ତି ଯେ କ୍ଷମତାରେ ଥିବାବେଳେ ୧୨ ଲକ୍ଷ କୋଟି ଟଙ୍କା ସ୍କାମରେ କଂଗ୍ରେସ ସମ୍ପୃକ୍ତ ଥିଲା ଏବଂ ସେତେବେଳେ ଡିଏମକେ ଏହା ସହ ମିଳିତ ଥିଲା। ଏହି ତିନୋଟି – ୨ଜି, ୩ଜି ଏବଂ ୪ଜି ତାମିଲନାଡୁରେ ଉପସ୍ଥିତ ଅଛି। ୨ଜିର ଅର୍ଥ ହେଉଛି ଦ୍ୱିତୀୟ ପିଢି ମାରନ ପରିବାର, ୩ଜିର ଅର୍ଥ ହେଉଛି ତୃତୀୟ ପିଢି କରୁଣାନିଧିଙ୍କ ପରିବାର ଏବଂ ୪ଜିର ଅର୍ଥ ହେଉଛି ଚତୁର୍ଥ ପିଢି ଗାନ୍ଧୀ ପରିବାର ବୋଲି ଶାହା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ସାଢେ ଛଅ ବର୍ଷ ମଧ୍ୟରେ ଆମେ ଦେଶର ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘର ଦେବା ଲକ୍ଷ୍ୟରେ ଅଛୁ। ୨୦୨୨ରେ, ଏପରି ଜଣେ ବ୍ୟକ୍ତି ରହିବେ ନାହିଁ, ଯାହାର ପକ୍କା ଘର ନ ଥିବ। କଂଗ୍ରେସ ଯେଉଁ କାମ ୬୦-୭୦ ବର୍ଷରେ କରିପାରି ନାହିଁ, ଭାଜପା ତାହା ୬ ବର୍ଷରେ କରି ଦେଖାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri