ନୀରବି ଗଲେ ‘ବିନାକା ଗୀତାମାଲା’ର ଘୋଷକ ଅମିନ ସୟାନୀ…

ମୁମ୍ବାଇ,୨୧।୨ : ‘ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି। ସେ ଦୁନିଆକୁ ବିଦାୟ ଦେଇଛନ୍ତି, ତାଙ୍କର ଦେହାନ୍ତ ଖବର ଲୋକଙ୍କୁ ବ୍ୟଥିତ କରିଛି।

୩୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମିତ ପ୍ରସିଦ୍ଧ ରେଡିଓ ଉପସ୍ଥାପିକା ଅମିନ ସାୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ରାଜୀଲ ସୟାନି ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ଅମିନ ସୟାନୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ସୃଷ୍ଟି କରିଛି। ଅମିନ ସୟାନୀଙ୍କ ପୁଅ ରାଜୀଲ ସୟାନି ତାଙ୍କ ପିତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମଙ୍ଗଳବାର ତାଙ୍କ ପିତା ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ଘରେ ହୃଦଘାତରେ ପୀଡିତ ହୋଇଥିଲେ, ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏଚ.ଏନ. ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲକୁ କରାଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ। କିଛି ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅମିନ ସାୟାନି ଦୀର୍ଘ ସମୟ ଧରି ମ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ। ସେ ଗତ ୧୨ ବର୍ଷ ଧରି ପିଠି ଯନ୍ତ୍ରଣା ଭୋଗୁଥିଲେ ଏବଂ ସେଥିପାଇଁ ତାଙ୍କୁ ଚାଲିବା ପାଇଁ ଏକ ୱାକର୍‌ ବ୍ୟବହାର କରିବାକୁ ପଡୁଥିଲା।

ତାଙ୍କ ନାମରେ ଅମିନ ସୟାନୀଙ୍କ ନାମରେ ୫୪,୦୦୦ ରୁ ଅଧିକ ରେଡିଓ କାର୍ଯ୍ୟକ୍ରମ ପ୍ରଡୂ୍ୟସ / ଭଏସ ଓଭର କରିବାର ରେକର୍ଡ ରହିଛି। ପ୍ରାୟ ୧୯,୦୦୦ ଜିଙ୍ଗଲ ପାଇଁ କଣ୍ଠଦାନ କରିଥିବାରୁ ଅମିନ ସୟାନୀଙ୍କ ନାମ ଲିମ୍ପକା ବୁକ ଅଫ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri