ଶ୍ରୀଲଙ୍କାରେ ପହଞ୍ଚିଲା ଚାଇନା ଅନୁସନ୍ଧାନକାରୀ ଜାହାଜ

କଲମ୍ବୋ,୧୬।୮: ଭାରତର ଆପତ୍ତି ସତ୍ତ୍ୱେ ଚାଇନାର ଅନୁସନ୍ଧାନକାରୀ ଜାହାଜ ୟୁଆନ ୱାଙ୍ଗ-୫ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ପହଞ୍ଚିଛି। ଶ୍ରୀଲଙ୍କା ସରକାର ଏହାର ବନ୍ଦରକୁ ଆସିବାକୁ ଅନୁମତି ଦେଇଥିଲେ। ଏହି ଜାହାଜକୁ ଏକ ଅନୁସନ୍ଧାନକାରୀ ଜାହାଜ କୁହାଯାଏ, କିନ୍ତୁ ଏହା ମୁଖ୍ୟତଃ ଚାଇନା ସୈନ୍ୟବାହିନୀ ଅଧୀନରେ ଗୁପ୍ତଚର କାର୍ଯ୍ୟ କରିଥାଏ।
ୟୁଆନ ୱାଙ୍ଗ-୫ ଆଜି ସକାଳେ ହାମ୍ବାନଟୋଟା ବନ୍ଦରରେ ପହଞ୍ଚିଥିଲା। ଏହି ଜାହାଜ ଉଚ୍ଚ ଟେକ୍ନୋଲୋଜି ଦ୍ୱାରା ନିର୍ମିତ। ଭାରତ ସରକାର ଏହି ଉଚ୍ଚ-ବୈଷୟିକ ଅନୁସନ୍ଧାନକାରୀ ଜାହାଜକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଭାରତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ଗୁପ୍ତଚର କରିବାର ସମ୍ଭାବନା ଥିବାରୁ ଏହି ପ୍ରସଙ୍ଗରେ ଭାରତ କଲମ୍ବୋରେ ମଧ୍ୟ ଅଭିଯୋଗ କରିଥିଲା। ଏହା ସତ୍ତ୍ୱେ ଶ୍ରୀଲଙ୍କା ପକ୍ଷରୁ ଚାଇନାର ଜାହାଜକୁ ହାମ୍ବାନଟୋଟା ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଭିଜା: ଆବେଦନକାରୀଙ୍କୁ ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡ଼ିଆ ତଥ୍ୟ

ଓ୍ବାଶିଂଟନ,୨।୬: ଆମେରିକା ଭିଜା ବ୍ୟବସ୍ଥାରେ ଏବେ ନୂଆ ନିୟମ ସଂଯୁକ୍ତ କରାଯାଇଛି। ଏବେ ଏଥିପାଇଁ ଆବେଦନକାରୀଙ୍କୁ ସୋସିଆଲ୍‌ ମିଡ଼ିଆ ତଥ୍ୟ, ଇମେଲ୍‌ ଠିକଣା ତଥା ଫୋନ୍‌...

ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ବିପଦ, ଏସିଆ-ଆଫ୍ରିକାରେ ବୃଦ୍ଧି ପାଉଛି…

ଜେନେଭା,୨୯।୧୦ : ଆତଙ୍କବାଦକୁ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଥିବା ଦେଶମାନଙ୍କୁ ଚେତାବନୀ ଦେବା ପାଇଁ ଜାତିସଂଘର ଆତଙ୍କବାଦ ବିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ପ୍ରଭାବଶାଳୀ ବୋଲି...

ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ‘ୟୁକ୍ରେନରୁ ବାହାରୁ ରୁଷିଆ’ ମିଳିତ ଜାତିସଂଘରେ ଯୁଦ୍ଧ ବିରୋଧରେ ପ୍ରସ୍ତାବ ପାସ, ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୨୪ ।୨: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ କରାଯାଇଥିବା ଆକ୍ରମଣ ମଧ୍ୟରେ ଭାରତୀୟ ସମୟ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନଜିଏ)ରେ...

ଟ୍ରେନ୍‌ରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ୪ ଆହତ

ଇସଲାମାବାଦ,୧୬ା୨: ଗୁରୁବାର ପାକିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। କୁହାଯାଉଛି, ଏହି ବିସ୍ଫୋରଣ ପେଶାଓ୍ବାରରୁ ଆସୁଥିବା ବେଳେ ଏକ ଏକ୍ସପ୍ରେସ ଟ୍ରେନ୍‌ରେ ଘଟିଛି। ଏହି ବିସ୍ଫୋରଣରେ...

୩୦ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କଲା ଇଟାଲୀ …

ରୋମ୍‌/ମସ୍କୋ, ୫।୪ : ସୁରକ୍ଷା ଦୃଷ୍ଟିରୁ ଇଟାଲୀ ୩୦ ଜଣ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କରିଛି। ୟୁକେନ୍‌ ଉପରେ ରୁଷିଆ ଆକ୍ରମଣ ପରେ କେତେକ...

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଖେ ରହିଲେ ବି ହେବ କ୍ୟାନସର, ୨୦୧୯ରେ ହୋଇଥିଲା ୩୭ ଲକ୍ଷ ମୃତ୍ୟୁ: ରିପୋର୍ଟ

ୱାଶିଂଟନ,୨୧ ।୮: ଯଦି ଜଣେ ବ୍ୟକ୍ତି ଧୂମ୍ରପାନ କରୁ ନାହାନ୍ତି ତେବେ ବି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଯୋଗୁ କ୍ୟାନସରର ଶିକାର ହୋଇପାରନ୍ତି । ବ୍ରିଟିଶ...

Advertisement
Archives

Model This Week