Posted inଜାତୀୟ

ବିପିନ ରାୱତଙ୍କ ପରଲୋକରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶର ଶୋକ ପ୍ରକାଶ

ନୂଆଦିଲ୍ଲୀ,୯ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତଙ୍କ ବିୟୋଗରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବୁଧବାର ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଏମ୍‌ଆଇ ୧୭ ଦୁର୍ଘଟଣାରେ ଜେନରାଲ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ଶହୀଦ ହୋଇଛନ୍ତି । ବାୟୁସେନା ପକ୍ଷରୁ ଏହି ସୂଚନା ମିଳିବା ପରେ ଆମେରିକା ଦୂତାବାସ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା । ଆମେରିକା ଦୂତାବାସ ପକ୍ଷରୁ ରାୱତଙ୍କ ପରିବାର ଓ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଅନ୍ୟମାନଙ୍କ ପରିବାର ପ୍ରତି ଗଭିର ସମବେଦନା ବ୍ୟକ୍ତ କରାଯାଇଛି । ଆମେରିକା ଦୂତାବାସ ପକ୍ଷରୁ ଏକ ବୟାନରେ କୁହାଯାଇଛି ଜେନରାଲ ରାୱତ ଭାରତୀୟ ସେନାରେ ପରିବର୍ତ୍ତନର ଏକ ଐତିହାସିକ ଯୁଗର ନେତୃତ୍ୱ ନେଇଥିଲେ । ରାୱତ ଆମେରିକାର ଜଣେ ଭଲ ବନ୍ଧୁ ଓ ସହଯୋଗୀ ଥିଲେ । ଯିଏକି ଆମେରିକା ସେନା ଓ ଭାରତ ସହ ବଢିଥିବା ପ୍ରତିରକ୍ଷା ସହଯୋଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ ସେପ୍ଟେମ୍ବରରେ ସେ ଆମେରିକା ଗସ୍ତ କରିଥିବା ସମୟରେ ସେନା ବିକାଶ ଓ ସମାନ ବିଚାରଧାରା ଥିବା ଦେଶସହ ସହଯୋଗ ବୃଦ୍ଧିର ଅବସରକୁ ନେଇ ଚର୍ଚ୍ଚା କରିଥିଲେ ।
ରୁଷିଆର ରାଷ୍ଟ୍ରଦୂତ ନିକୋଲାଏ କୁଦାଶେୱ କହିଛନ୍ତି ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି । ଭାରତ ତା’ର ମହାନ ଦେଶଭକ୍ତ ଓ ଜଣେ ସମର୍ପିତ ନାୟକଙ୍କୁ ହରାଇଲା । ସେ ଟୁଇଟ୍ କରି କହିଛନ୍ତି ରୁଷିଆ ତା’ର ଜଣେ ନିକଟତର ବନ୍ଧୁଙ୍କୁ ହରାଇଲା । ବିଦାୟ ବନ୍ଧୁ । ବିଦାୟ କମାଣ୍ଡର । ଭାରତରେ ଥିବା ଅଷ୍ଟ୍ରେଲିୟାର ରାଷ୍ଟ୍ରଦୂତ ବୈରି ଓ ଫେରେଲ ରାୱତଙ୍କ ପରଲୋକରେ ସମବେଦନା ଜଣାଇବା ସହ ଜେନରାଲ ରାୱତଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଅଷ୍ଟ୍ରେଲିୟା ସମ୍ପର୍କ ଖୁବ୍ ମଜଭୁତ ହୋଇଥିଲା ବୋଲି କହିଛନ୍ତି ।
ସେହିପରି ପାକିସ୍ତାନ ସେନାର ପ୍ରବକ୍ତା ଟୁଇଟରରେ ଏକ ସଂକ୍ଷିପ୍ତ ପୋଷ୍ଟ କରି କରିଛନ୍ତି, ସଂଯୁକ୍ତ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଜେନରାଲ ନଦିମ ରଜା ଓ ସେନାଧ୍ୟକ୍ଷ ଜେନରାଲ କମର ଜାବେଦ ବାଜୱା ସମବେଦନା ଜ୍ଞାପନ କରିଛନ୍ତି ।
ଫ୍ରାନ୍ସର ରାଷ୍ଟ୍ରଦୂତ ଏମେନୁଏଲ ଲେନିନ ବି ଟୁଇଟ୍ କରି ରାୱତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସମ୍ବନ୍ଧରେ ରାୱତଙ୍କ ସମର୍ଥନକୁ ଫ୍ରାନ୍ସ ସବୁବେଳେ ମନେ ରଖିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…

ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ...

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ...

ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ

ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ...

ପଛ ଯାତ୍ରୀ ସିଟ୍‌ବେଲ୍ଟ ନ ବାନ୍ଧିଲେ ଦେବାକୁ ପଡିବ ଜରିମାନା…

ନୂଆଦିଲ୍ଲୀ,୭।୯: କାର୍‌ ପଛ ସିଟ୍‌ରେ ବସୁଥିବା ଯାତ୍ରୀ ଯଦି ସିଟ୍‌ବେଲ୍ଟ ବ୍ୟବହାର ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଖୁବ୍‌ଶୀଘ୍ର ସରକାର ଏଭଳି...

ହଠାତ୍ ଅଜନାଲା ଗସ୍ତ କଲେ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୬ ।୧୦: ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର ରାତିରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଅମୃତସରର ଅଜନାଲା ଅଞ୍ଚଳ...

ଅକ୍ସିଜେନ୍‌, ଜରୁରୀ ଔଷଧ ଯୋଗାଣ ଲାଗି ସୁପ୍ରିମକୋର୍ଟ ଗଠନ କଲେ ଟାସ୍କଫୋର୍ସ

ନୂଆଦିଲ୍ଲୀ, ୮।୫: ଦେଶରେ କେତେ ପରିମାଣରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ଅଛି ଓ ଯୋଗାଣ ହୋଇଛି, ତାହା ଆକଳନ କରିବା ଲାଗି ସୁପ୍ରିମକୋର୍ଟ ଶନିବାର ଏକ...

ଆସ୍ଥା ଜିତିଲେ ଖଟ୍ଟାର ସରକାର

ଚଣ୍ଡିଗଡ଼,୧୧।୩ : ହରିୟାଣା ବିଧାନସଭାରେ ମନୋହାର ଲାଲ୍‌ ଖଟ୍ଟାର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୨...

ପଶ୍ଚିମବଙ୍ଗ ରାଜରାସ୍ତାରେ ସଂଗ୍ରାମ, ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି…

କୋଲକାତା, ୧୩।୯ : ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ଜିତିପାରିନଥିଲେ ମଧ୍ୟ ଏହା ୭୭ଟି ସିଟ ହାସଲ କରି ମୁଖ୍ୟ ବିରୋଧୀ...

Advertisement
Archives

Model This Week