ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମରେ ରଖାଗଲା ଆମେରିକାରେ ଏକ ରାଜପଥର ନାମ, ଗୁଳିମାଡରେ ହୋଇଥିଲା ମୃତ୍ୟୁ

ଓ୍ବାଶିଂଟନ୍‌,୫।୯: ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ରାଜପଥର ନାମ ପରିବର୍ତ୍ତନ କରାଯାଇ ସ୍ବର୍ଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀ ରୋନିଲ ସିଂଙ୍କ ନାମରେ ନାମିତ କରାଯାଇଛି। ୨୦୧୮ରେ, ୩୩ ବର୍ଷିୟ ରୋନିଲଙ୍କୁ ଜଣେ ଅବୈଧ ପ୍ରବାସୀ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ନ୍ୟୁମେନରେ ରାଜମାର୍ଗ ୩୩କୁ ଶହୀଦ ରୋନିଲ ସିଂଙ୍କୁ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ରାଜପଥ ୩୩ ଏବଂ ଷ୍ଟୁହାର ରାସ୍ତାରେ ‘କର୍ପୋରେଟର ରୋନିଲ ସିଂ ମେମୋରିଆଲ ହାଇୱେ’ ନାମରେ ଏକ ବୋର୍ଡ ଲଗାଯାଇଛି। ଫିଜି ନିବାସୀ ରୋନିଲ ସିଂ ଜୁଲାଇ ୨୦୧୧ରେ ପୋଲିସ ଫୋର୍ସରେ ଯୋଗ ଦେଇଥିଲେ। ୨୬ ଡିସେମ୍ବର ୨୦୧୮ରେ ଜଣେ ମଦ୍ୟପ ଡ୍ରାଇଭର ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

ତିନି ଦିନ ଧରି ତାଙ୍କ ହତ୍ୟାକାରୀଙ୍କୁ ଖୋଜା ଯାଇଥିଲା। ପରେ ହତ୍ୟାକାରୀ ପାଉଲୋ ଭର୍ଜେନ ମେଣ୍ଡୋଜା କର୍ଣ୍ଣ ଜିଲାର ଜଣେ ସମ୍ପର୍କୀୟଙ୍କ ଘରେ ଧରାପଡିଥିଲେ। ସିଂଙ୍କ ହତ୍ୟା ପାଇଁ ତାଙ୍କୁ ନଭେମ୍ବର ୨୦୨୦ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସିନେଟର ଅଲଭାରାଡୋ ଗିଲ ସୋସିଆଲ ମିଡିଆ ପୋଷ୍ଟରେ ରୋନେଲଙ୍କ ଉପରେ ଲେଖିଛନ୍ତି, ‘ନ୍ୟୁମାନ ସମ୍ପ୍ରଦାୟ ସ୍ବର୍ଗତ ରୋନେଲ ସିଂଙ୍କୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ତାଙ୍କ ଉତ୍ସର୍ଗୀକୃତ ତଥା ପ୍ରତିବଦ୍ଧତା ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ସିଂ ସବୁବେଳେ ଆମ ପାଇଁ ହିରୋ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri