ସାମୁଦ୍ରିକ ମାଛ ନେବାକୁ ଆମେରିକା ଅରାଜି

ପାରାଦୀପ,୨୧ା୬(ଶରତ ରାଉତ): ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରମୁଖ ରୋଜଗାରର ଉତ୍ସ ହେଉଛି ସାମୁଦ୍ରିକ ମାଛ। ସମୁଦ୍ରରୁ ମାଛ ଧରି ବିଦେଶକୁ ରପ୍ତାନି କରି ମତ୍ସ୍ୟଜୀବୀମାନେ ପ୍ରତିପୋଷଣ ହୋଇଥାନ୍ତି। ସାମୁଦ୍ରିକ ମାଛର ବଡ଼ ବଜାର ହେଲା ଆମେରିକା। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ କେବଳ ଆମେରିକା ୨,୫୪୯.୧୫ ମିଲିୟନ ଡଲାର ମୂଲ୍ୟର ସାମୁଦ୍ରିକ ମାଛ ଆମଦାନୀ କରିଥିଲା ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଏମ୍‌ପିଇଡିଏ (ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ କୁହାଯାଇଛି। ସେହି ଏମ୍‌ପିଇଡିଏ ଏବେ ଦେଶର ସମସ୍ତ ମାଛଧରା ବନ୍ଦର ମଧ୍ୟରେ ଥିବା ପ୍ରଚଳିତ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛି। ଯଥା ମାଛ ଉତ୍ପାଦନ ସମୟରୁ ରପ୍ତାନି ହେବା ପର୍ଯ୍ୟନ୍ତ ଯେଉଁଭଳି ପ୍ରକ୍ରିୟାକରଣ ଓ ପରିବହନ କରାଯାଉଛି ତାକୁ ପରିବର୍ତ୍ତନ କରିବା ପାଇଁ। ବୁଧବାର ଜଗତ୍‌ସିଂହପୁର ଜିଲା ପାରାଦୀପ ମାଛଧରା ବନ୍ଦର ପରିସରରେ ଏମ୍‌ପିଇଡିଏ ପକ୍ଷରୁ ଆୟୋଜିତ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଏମ୍‌ପିଇଡିଏ ଡେପୁଟି ଡାଇରେକ୍ଟର ଅର୍ଚିମାନ ଲାହିରୀଙ୍କ ସୂଚନା ଅନୁସାରେ, ଆମେରିକା ମାଛର ମାନ ଉପରେ ଏବେ ପ୍ରଶ୍ନ କରିଛି। ଏହାକୁ ଆସନ୍ତା ୨୦୨୫ ମାର୍ଚ୍ଚ ମଧ୍ୟରେ ସୁଧାରିବା ପାଇଁ ସମୟ ଦେଇଛି। ଯଦି ବର୍ତ୍ତମାନ ଭଳି ବ୍ୟବସ୍ଥାରେ ମାଛ ରପ୍ତାନି ଜାରି ରହିବ, ତା’ହେଲେ ସେମାନେ ସମ୍ପୂର୍ଣ୍ଣ ବ୍ୟାନ କରିବେ ବୋଲି କହିଛନ୍ତି। ସେଥିପାଇଁ ପ୍ରକ୍ରିୟାକରଣ ଓ ପରିବହନ ମଧ୍ୟରେ ଯେଉଁ ସମୟ ରହୁଛି ତାକୁ ହ୍ରାସ କରିବାକୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ(ଓମ୍ଫା)କୁ ପରାମର୍ଶ ଦେଇଛନ୍ତି।
ପ୍ରକ୍ରିୟାକରଣ, ପରିବହନ ବ୍ୟବସ୍ଥା ଏବେ କିପରି ଚାଲିଛି ସମୁଦ୍ରରେ ଗୋଟିଏ ବୋଟ୍‌ ମାଛ ଧରିବା ପାଇଁ ଯାଇ ଫେରିବା ବେଳକୁ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଥାଏ। ପ୍ରତିଦିନ ଧରାହେଉଥିବା ମାଛକୁ ଶୀତଳୀକୃତ ଭଣ୍ଡାର ମଧ୍ୟରେ ରଖାଯାଇଥାଏ। ଶୀତଳୀକୃତ କରିବା ପାଇଁ ଏକ କେଜି ମାଛ ପାଇଁ ୧୨୦୦ ଗ୍ରାମ ବରଫ ଦରକାର ପଡିଥାଏ। କିନ୍ତୁ ଏବେ ମତ୍ସ୍ୟଜୀବୀମାନେ ଏକ କେଜି ମାଛ ପାଇଁ ମାତ୍ର ୭୦୦ ରୁ ୮୦୦ ଗ୍ରାମ ବରଫ ଦେଉଛନ୍ତି। ବୋଟ୍‌ ବର୍ଥରେ ଲାଗିବା ପରେ ମାଛ ବରଫ ଭଣ୍ଡାର ମଧ୍ୟରୁ ଖାଲି କରାଯାଏ। ସେହି ମାଛକୁ ଅକ୍ସନହଲ୍‌ ମଧ୍ୟରେ ଗଦେଇ ପୃଥକୀକରଣ କରାଯାଇଥାଏ। ଭିନ୍ନ ଭିନ୍ନ ମାଛକୁ ଅଲଗା କରିବା ପରେ ନିଲାମ ହୋଇଥାଏ। ନିଲାମରେ ମାଛ କିଣିଥିବା ରପ୍ତାନିକାରୀ ସଂସ୍ଥାର ଏଜେଣ୍ଟମାନେ ଗାଡ଼ି ପାଇଁ ଆବଶ୍ୟକ ମାଛ କିଣିବା ପରେ ଯାଇ ଗାଡ଼ିରେ ବୋଝେଇ ହୁଏ। ପ୍ରାୟତଃ ପ୍ରକ୍ରିୟାକରଣ କାରଖାନା ଭୁବନେଶ୍ୱରଠାରେ ଅଛି। ସେଠାରେ ପହଞ୍ଚତ୍ବା ପରେ ଚିଙ୍ଗୁଡ଼ି ମୁଣ୍ଡ ଖୋଳପା ବାହାର କରି ଶୀତଳୀକୃତ ଭଣ୍ଡାର ମଧ୍ୟରେ ସ୍ଲାବ୍‌ କରାଯାଉଛି। ଏହି ସବୁ ପ୍ରକ୍ରିୟା ପ୍ରାୟତଃ ୮ ରୁ ୧୪ ଘଣ୍ଟା ଲାଗିଥାଏ ବୋଲି ମାନସ ପଢ଼ିହାରୀ ନାମକ ଏଜେଣ୍ଟ କହିଛନ୍ତି। ଏପରି ହେବା ଫଳରେ ମାଛର ମାନ ହ୍ରାସ ପାଇଥାଏ। ଆମେରିକାରେ ଖାଦ୍ୟ ନିରୀକ୍ଷଣ ସଂସ୍ଥା ଯାଞ୍ଚ କଲେ ସେମାନେ ରିଜେକ୍ଟ କରିଦେଉଛନ୍ତି। ଏହି ପ୍ରକ୍ରିୟାକରଣ ଓ ପରିବହନ ସମୟକୁ ହ୍ରାସ କରିବା ପାଇଁ ମାଛଧରା ବନ୍ଦର ମଧ୍ୟରେ ପ୍ରୋସେସିଂ ପ୍ଲାଣ୍ଟ କରିବା ପାଇଁ ଲାହିରୀ ପରାମର୍ଶ ଦେଇଥିଲେ। ମାଛର ମାନ ଭଲ ରହିଲେ ତା’ର ମୂଲ୍ୟ ମଧ୍ୟ ଅଧିକ ରହିବ ବୋଲି ସେ କହିଥିଲେ। ଏଭଳି ପ୍ରୋସେସିଂ ପ୍ଲାଣ୍ଟ କରିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଉଦ୍ୟମ କରିବା ଜରୁରୀ ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ଦାବି କରିଥିଲେ। ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରୁ ସାମୁଦ୍ରିକ ମାଛ ସମୁଦାୟ ୧୭,୮୧,୬୦୨ ମେଟ୍ରିକ ଟନ୍‌ ରପ୍ତାନି ହୋଇଛି; ଯାହାର ବୈଦେଶିକ ମୂଲ୍ୟ ୬୦,୫୨୩,୮୯ କୋଟି ଟଙ୍କା (୭.୩୮ ବିଲିୟନ ଡଲାର) ବୋଲି ସରକାରୀ ଭାବେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri