ଟ୍ରମ୍ପଙ୍କ ଉପରୁ ଟଳୁନି ବିପଦ, ପୁଣି ଜଣକୁ ଗୁଳି ମାରିଲା ପୋଲିସ୍‌

ୱାଶିଂଟନ,୧୭ା୭: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିପଦ ବଢ଼ିବାରେ ଲାଗିଛି । ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ରିପବ୍ଲିକାନ ନ୍ୟାଶନାଲ କନଭେନସନ (ଆରଏନ୍ସି) ପାଖାପାଖି ଛୁରୀ ଧରି ବୁଲୁଥିବା ଜଣେ ଯୁବକକୁ ପୋଲିସ ଗୁଳି କରିଛି । ଅନ୍ୟ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ସୋମବାର ଏକେ ୪୭ ବନ୍ଧୁକ ସହ ଗିରଫ କରାଯାଇଥିବା ଜଣାପଡ଼ିଛି ।

ୱିସ୍କୋସିନ୍‌ରେ ଥିବା ଆରଏନ୍ସିଠାରୁ କିଛି ଦୂରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲା । ପରେ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ଛୁରୀ ଉଦ୍ଧାର କରିଥିଲା। ମିଲୱାକ ମୁଖ୍ୟ ଜେଫ୍ରି ନରମାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଲମ୍ବସ, ଓହିଓ ପୋଲିସ ବିଭାଗର ପାଞ୍ଚଜଣ ଅଧିକାରୀ ଦୁଇ ହାତରେ ଛୁରୀ ଧରିଥିବା ଏହି ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ । ଉକ୍ତ ବ୍ୟକ୍ତି ଜଣକ ପୋଲିସର ନିର୍ଦ୍ଦେଶ ପାଳନ କରିବାକୁ ମନା କରିଦେଇଥିଲା ଏବଂ ପୋଲିସ ଗୁଳି ଚଳାଇବା ପୂର୍ବରୁ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା।

ସୂଚନା ଥାଉକି, ଗତ ୧୪ ତାରିଖରେ ପେନ୍ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ ବିପଦ ମୁକ୍ତ ରହିଥିଲେ । ଅନ୍ୟପଟେ ଏହି ଗୁଳିମାଡ଼ରେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା । ଆମେରିକାରେ ନଭେମ଼୍ବର ମାସରେ ରାଷ୍ଟ୍ରପତି ର୍ନିବାଚନ ହେବାକୁ ଯାଉଛି । ଏହି ସମୟରେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ସହ ତାଙ୍କ ଉପରକୁ ଥରକୁ ଥର ଆସୁଥିବା ବିପଦ ଆମେରିକା ନାଗରିକଙ୍କ ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଦାଳ ଚୋଟରେ ANM ଭାଉଜଙ୍କ ଜୀବନ ନେଇ ଥାନାରେ ଆତ୍ମସମର୍ପଣ କଲେ ଦିଅର

କଲ୍ୟାଣସିଂପୁର,୧୮ା୭(ଦୀପକ ପରିଡ଼ା): ଦିଅରଙ୍କ କୋଦାଳ ଚୋଟରେ ANM ଥିବା ଭାଉଜଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା ଗାଁରେ ଏହି ଘଟଣା...

ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୮।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ...

ଶହବାଜ-ମୁନିରଙ୍କ ଟେନସନ ବଢାଇଲା ଭାରତ!

ନୂଆଦିଲ୍ଲୀ,୧୮।୭: ଅପରେଶନ ସିନ୍ଦୂର ପରେ ଭାରତ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ କାମ ଆରମ୍ଭ କରିଛି। ସେନା କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ବହୁତ ଦ୍ରୁତ...

ନିର୍ଦ୍ଦେଶର ଘଣ୍ଟାକ ପରେ ପ୍ରତ୍ୟାହାର କରିନେଲା ରେଭେନ୍ସା

ଭୁବନେଶ୍ୱର,୧୮।୭: ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର...

ଫେରିବେ ବିରାଟ କୋହଲି! କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା କଷ୍ଟକର,ଏହାକୁ ମାନିବାକୁ ପଡିବ। କିନ୍ତୁ ଏବେ ଏହି ଦୁଇ ମହାନ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାର...

ସରକାରୀ ଅର୍ଥ ହଡ଼ପ କରିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ସରପଞ୍ଚ

ଉଦଳା,୧୮।୭: ଆକ୍ସନରେ ପଞ୍ଚାୟତିରାଜ ବିଭାଗ। ମୟୁରଭଞ୍ଜ ଜିଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତ ସରପଞ୍ଚ ବସେନ ମାରାଣ୍ଡିଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଛି।...

ସୁନା, ରୂପାର ମୂଲ୍ୟରେ ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ ଦାମ୍ କେତେ ?

ଭୁବନେଶ୍ୱର,୧୮ା୭: ଶୁକ୍ରବାର ଅମେରିକୀୟ ଡଲାରର ମଜବୁତି ଏବଂ ଆମେରିକାର ସ୍ଥିର ଅର୍ଥନୈତିକ ରିପୋର୍ଟ ମଧ୍ୟରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଦେଖାଦେଇଛି। ମୁମ୍ବାଇରେ ଆଜି...

ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍‌ , ହେଲେ…

ଭୁବନେଶ୍ୱର,୧୮।୭: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବାଲେଶ୍ବର ଜେଲ ଭିତରେ ଅଛନ୍ତି ପୂର୍ବତନ ଅଧ୍ୟାପକ ସମୀର ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri