Posted inଖେଳ

ସିଓଏ ସଂଶୋଧନ ସପକ୍ଷରେ ଭୂତିଆ

ନୂଆଦିଲ୍ଲୀ,୨୩ା୮: ପୂର୍ବତନ ଭାରତୀୟ ଫୁଟ୍‌ବଲ ଅଧିନାୟକ ତଥା କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ ଦ୍ୱାରା କରାଯାଇଥିବା ସଂଶୋଧନକୁ ସମର୍ଥନ କରି ଏକ ଯାଚିକା ଦାଖଲ କରିଛନ୍ତି। ଫିଫା ପକ୍ଷରୁ କରାଯାଇଥିବା ବାସନ୍ଦରେ ଭୟଭୀତ ନ ହୋଇ ଭାରତ ଏହି ସଂଶୋଧନଗୁଡିକ କାର୍ଯ୍ୟକାରୀ କରିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ)ର କୌଣସି ପଦ ପାଇଁ ସେ ଆଗ୍ରହୀ ନୁହନ୍ତି ବୋଲି କହିଛନ୍ତି ପୂର୍ବତନ ସଭାପତି ପ୍ରଫୁଲ୍ଲ ପଟେଲ।
କ୍ରିକେଟ୍‌ ପ୍ରତି ତେନ୍ଦୁଲକର ଓ ଗାଭାସ୍କରଙ୍କ ଅବଦାନ ଯାହା ଫୁଟ୍‌ବଲରେ ଭୂତିଆଙ୍କ ଅବଦାନ ଏହାଠାରୁ କୌଣସି ଗୁଣରେ କମ୍‌ ନୁହଁ। ସୋମବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କୁହାଯିବା ସହିତ ତାଙ୍କ ପାଇଁ ଏକ ବୃହତ୍ତର ଦାୟିତ୍ୱ ରଖାଯାଇଥିବା କହିଥିଲେ। ଏଆଇଏଫ୍‌ଏଫ୍‌ ସଭାପତି ପଦ ତାଙ୍କ ସମ୍ମାନ ତୁଳନାରେ ଉପଯୁକ୍ତ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସିଓଏ ପକ୍ଷରୁ ଆଗତ ସମ୍ବିଧାନକୁ ଆପଣେଇନେବା ପାଇଁ ଭୂତିଆ ଆବେଦନ କରିଥିଲେ। ଦେଶ ପାଇଁ ୧୦ ବର୍ଷ ବା ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିଲେ ହେଁ ଫୁଟ୍‌ବଲ ପ୍ରଶାସନରେ ସାମିଲ ହେବା ତାଙ୍କ ପାଇଁ ସ୍ବପ୍ନ ବୋଲି ଭୂତିଆ କହିଥିଲେ। ଭୂତିଆଙ୍କ ପକ୍ଷରୁ ରାଘେନାଥ ବସନ୍ତ ମାମଲା ପରିଚାଳନା କରିଥିଲେ। ୧୦୭ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରିବା ସତ୍ତ୍ୱେ ମଧ୍ୟ ଫୁଟବଲ ପ୍ରଶାସନରେ ପ୍ରବେଶ କରିବା ତାଙ୍କ ପାଇଁ ଅସମ୍ଭବ। ଏପରି ସ୍ଥଳେ ସିଓଏଙ୍କ ସଂଶୋଧନ ଲାଗୁହେବା ଆବଶ୍ୟକ। ଏପରି ହେଲେ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ ଆୟୋଜନ ପ୍ରଭାବିତ ହେବ ବୋଲି ଖଣ୍ଡପୀଠ କହିଥିଲେ। ୪ ବର୍ଷ ତଳେ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ ଆୟୋଜନ କରିଥିଲା। ବର୍ତ୍ତମାନ ଭାରତର ର଼୍ୟାଙ୍କିଙ୍ଗ୍‌ ୧୦୪ ରହିଛି। ତେଣୁ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆୟୋଜନ ପରିବର୍ତ୍ତେ ସଂଶୋଧନ କରିବା ସହିତ ଆଗାମୀ ଦିନରେ ମୁଖ୍ୟ ବିଶ୍ୱକପ୍‌ ଆୟୋଜନ ପାଇଁ ପ୍ରୟାସ କରିବା ଉଚିତ୍‌।
ସିଓଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ଗୋପାଳ ଶଙ୍କର ନାରାୟଣନ ତୃତୀୟ ପକ୍ଷ ଅଭିଯୋଗକୁ ଖଣ୍ଡନ କରିଥିଲେ। ସିଓଏ ଅଯଥା ହସ୍ତକ୍ଷେପ କରୁ ନ ଥିଲେ ବରଂ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତି ମିଳିଥିବା ସେ କହିଥିଲେ। ଏକ ଘରୋଇ ଫାର୍ମ ଦ୍ୱାରା କରାଯାଇଥିବା ଅଡିଟ୍‌ରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଥିବା ସେ ସ୍ପଷ୍ଟ କରିଥିଲେ। ଏଆଇଏଫ୍‌ଏଫ୍‌ରେ ହୋଇଥିବା ଦୁର୍ନୀତିର ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ଫୁଟ୍‌ବଲର ବିକାଶ ପାଇଁ ଏହିସବୁ ସଂସ୍କାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ରଖିଥିଲ। କୋର୍ଟଙ୍କ ଅସମ୍ମାନ ମାମଲାର ବିଚାର ଚାଲିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ବାଚନରେ ଅଂଶଗ୍ରହଣର ସୁଯୋଗ ମିଳିବା ଅନୁଚିତ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଶଙ୍କର ନାରାୟଣନଙ୍କୁ କୋର୍ଟ ଏହି ମାମଲାରେ ଆମିକସ୍‌କ୍ୟୁରି ନିଯୁକ୍ତ କରିଥିବା ବେଳେ ଦୁର୍ନୀତି ମାମଲାର ତଦନ୍ତ ରିପୋର୍ଟର ଗୋଟିଏ ଲେଖାଏ କପି କୋର୍ଟ ଓ କ୍ରୀଡା ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ପ୍ରଥମ ଯାଚିକା ଦାଖଲ କରିଥିବା ଆଡ୍‌ଭୋକେଟ ରାହୁଲ ମେହେରା ସିଓଏ ଉଚ୍ଛେଦକୁ ବିରୋଧ କରିଥିଲେ। ଏପରି କରିବା ଦ୍ୱାରା ଏକ ଖରାପ ପରମ୍ପରା ସୃଷ୍ଟି କରିବ। ଅନ୍ୟ କ୍ରୀଡ଼ା ପାଇଁ ସିଓଏ ନିଯୁକ୍ତ ହୋଇଥିବା ବେଳେ ଏହାକୁ ମଧ୍ୟ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ଯୁକ୍ତି କରିଥିଲେ।
ପୂର୍ବତନ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲଙ୍କ ପ୍ରତିନିଧିତ୍ୱ କରୁଥିଲେ କପିଲ ଶିବଲ। ଫୁଟବଲ ସଂଘରେ କୌଣସି ବି ପଦବୀ ପାଇଁ ପଟେଲ ଆଗ୍ରହୀ ନ ଥିବା ଶିବଲ କହିଥିଲେ। ମୁଁ ଏଆଇଏଫ୍‌ଏଫ୍‌ରେ କୌଣସି ପଦବୀ ଚାହେଁନି, ଦେଶକୁ ଫୁଟବଲ ବିଶ୍ୱକପ ଆଣିଛି ଏବଂ ଏହା ଆୟୋଜିତ ହେଉ ବୋଲି ଚାହୁଁଥିବା ନେଇ ପଟେଲ ନିଜ ଯାଚିକାରେ ଉଲ୍ଲେଖ କରିଛନ୍ତି। ଏହା ଉପରେ ରାହୁଲ ମେହେରା କହିଥିଲେ କେବଳ ଫୁଟବଲ ବିଶ୍ୱକପ ନୁହେଁ, ତା ସହିତ ବାସନ୍ଦାଦେଶ ମଧ୍ୟ ଆଣିଛି। ଏଆଇଏଫ୍‌ଏଫ୍‌ରେ ନିଜ ପଦବୀ ଆଧାରରେ ପଟେଲ ଫିଫାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଇସ୍ତଫା ଦେବା ଉଚିତ୍‌ ବୋଲି ଯୁକ୍ତି କରିଥିଲେ ଶଙ୍କର ନାରାୟଣନ୍‌। ଶିବଲ ଏହାକୁ ଖାରଜ କରିବା ସହ ସେ ନିର୍ବାଚିତ ସଦସ୍ୟ ହୋଇଥିବାରୁ ଇସ୍ତଫାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri