ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୧୧ା୧୦(ଦୁର୍ଗା କୀର୍ତ୍ତି): ଗୋଟିଏ ନୁହେଁ କି ଦୁଇଟି ନୁହେଁ ବାରମ୍ବାର ଏହି ବ୍ଲକଠାରେ ଖଟିଆରେ ଏବଂ ଭାରରେ ଗର୍ଭବତୀ ମହିଳା ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣୁପୁର ପଞ୍ଚାୟତସ୍ଥିତ ମେର୍କାତାରା ଗାଁରେ। ମେର୍କାତାରାରୁ ୨.୫୦ କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ। ଗାଁକୁ ଯିବା ପାଇଁ ରାସ୍ତା ନ ଥିବାରୁ ଅଧାରେ ଅଟକିଥିଲା ୧୦୮ ଆମ୍ବୁଲାନ୍ସ। ଶୁକ୍ରବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ମେର୍କାତାରା ଗାଁର ଗୁନ୍‌ସେନ ମାଝୀଙ୍କ ସ୍ତ୍ରୀ ରଗ୍ନିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା, ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଅଢ଼େଇ କିଲୋମିଟର ଦୂର ମଦାଙ୍ଗଗୁଡ଼ା-ମେର୍କାତାରା ମଝି ଘାଟି ରାସ୍ତାରେ ଅଟକି ରହିଥିଲା। କାରଣ ଗାଁ ପାଖ-ମଦାଙ୍ଗଗୁଡ଼ା ମଝି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି, ଗତ ଅକ୍ଟୋବର ୨ ତାରିଖରେ ହୋଇଥିବା ବର୍ଷାରେ ରାସ୍ତା ଧୋଇ ଯାଇ ବଡ଼ ଗର୍ତ୍ତ ସୃଷ୍ଟି କରିଛି, ଫଳରେ ଗାଁକୁ ଅଟୋ କିମ୍ବା ଅନ୍ୟ ବଡ଼ ଗାଡ଼ି ସବୁ ଯାଇ ପାରୁନାହିଁ। ଏଣୁ ପରିବାର ଲୋକେ ବାଧ୍ୟ ହୋଇ ଅଢ଼େଇ କିଲୋମିଟର ରାସ୍ତା ଖଟିଆରେ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସାଇସୁରୁଣି ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ଲାଭ କରିଥିବା ବେଳେ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଏଭଳି ଦୁଃଖ କଷ୍ଟରେ ଆମେ ଜୀବନଯାପନ କରୁଛୁ ବୋଲି ଆମ ପ୍ରତିନିଧିଙ୍କ ସମ୍ମୁଖରେ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଥିବା ବେଳେ ମଦାଙ୍ଗଗୁଡ଼ା-ମେର୍କାତାରାର ଶୋଚନୀୟ ଅବସ୍ଥାରେ ଥିବା ରାସ୍ତାକୁ ତୁରନ୍ତ ମରାମତି କରିବା ସହ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନକୁ ଯୁଦ୍ଧକାଳୀନ ସ୍ଥିତିରେ ସଜାଡ଼ନ୍ତୁ ବୋଲି ଜିଲା ତଥା ବ୍ଲକ ପ୍ରଶାସନଙ୍କ ପାଖରେ ଅଞ୍ଚଳବାସୀ ଦାବି କରୁଛନ୍ତି। ତେବେ ବିଜେଡି ଶାସନର ଦୀର୍ଘବର୍ଷ ବିତିଯାଇଛି ତଥାପି ରାସ୍ତାଘାଟର ଉନ୍ନତି ହେଲା ନାହିଁ, ଏବେ ଡବଲ ଇଞ୍ଜିନ ସରକାର ଏହା ଉପରେ କି ଭଳି ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri