ଏହି କମ୍ପାନୀରେ କାମ କରୁଛନ୍ତି ଅମ୍ବାନୀଙ୍କ ବୋହୂ ରାଧିକା, କମାଉଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୭: ଏସିଆର ୧୧ତମ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବାହାଘର ହେବାକୁ ଯାଉଛି। ଅନନ୍ତ ଅମ୍ବାନୀ, ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁକ୍ରବାର ହେବାକୁ ଯାଉଥିବା ବିବାହ ସମାରୋହ ପାଇଁ ବହୁ ଶିଳ୍ପପତି, ବ୍ୟବସାୟୀ, ଅଭିନେତା ଓ ରାଜନେତାମାନେ ମୁମ୍ବାଇରେ ଭିଡ ଜମାଇଲେଣି। କୁହାଯାଉଛି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମ୍ବାନୀ ପରିବାରର ଅତିଥି ଭାବେ ଯୋଗ ଦେଇପାରନ୍ତି। ରାଧିକା ଏବେ ଗୋଟିଏ କମ୍ପାନୀରେ ପଦସ୍ଥ ଅଛନ୍ତି। ତେବେ ଆପଣ ଜାଣନ୍ତି କି, ଅମ୍ବାନୀଙ୍କ ସାନବୋହୂ କେଉଁ କାମ କରନ୍ତି ଆଉ କେତେ ଦରମା ପାଆନ୍ତି।

୨୯ ବର୍ଷିୟ ରାଧିକା ୧୯୯୪ ଡିସେମ୍ବର ୧୮ରେ ଜନ୍ମଗ୍ରହଣ କରିଛନ୍ତି। ସେ ଭିରେନ ମର୍ଚାଣ୍ଟ ଏବଂ ଶୈଲା ମର୍ଚାଣ୍ଟଙ୍କ ଝିଅ ଅଟନ୍ତି। ଭିରେନ ମର୍ଚାଣ୍ଟଙ୍କ ବିଷୟରେ କହିବାକୁ ଗଲେି ସେ ବିଶ୍ୱ ଫାର୍ମାସ୍ୟୁଟିକାଲ ମ୍ୟାନୁଫ୍ୟାକଚର ‘ଏନକୋର ହେଲଥ କେୟାର’ର ସିଇଓ ଅଟନ୍ତି। ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଫୋର୍ବସ ଅନୁଯାୟୀ, ନ୍ୟୁୟର୍କ ୟୁନିଭରସିଟିରେ ପଢୁଥିବା ସମୟରେ ସେ ମୁମ୍ବାଇର ସିଡର କନ୍ସଲଟାଣ୍ଟରେ ବ୍ୟବସାୟିକ ପରାମର୍ଶଦାତା ଭାବେ ଇର୍ଣ୍ଟନସିପ କରିଛନ୍ତି।

ଆମେରିକାରୁ ଭାରତ ଫେରିବା ପରେ ସେ ବିଳାସପୂର୍ଣ୍ଣ ରିଏଲ ଇଷ୍ଟେଟ କମ୍ପାନୀ ଇସ୍ପ୍ରାଭା ରେ ଯୋଗ ଦେଇଥିଲେ। ବଷେର୍ର୍ କାମ କରିବା ପରେ ସେ ଏନକୋର ହେଲଥ କେୟାରରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଏନକୋର ସ୍ବାସ୍ଥ୍ୟସେବାର ନିର୍ଦ୍ଦେଶକ ବୋର୍ଡରେ କାର୍ଯ୍ୟ କରୁଛନ୍ତି। ରାଧିକା ମଧ୍ୟ ଜଣେ ବୃତ୍ତିଗତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ସେ ମୁମ୍ବାଇର ଶ୍ରୀ ନିଭା ଆର୍ଟ ଡ୍ୟାନ୍ସ ଏକାଡେମୀର ଗୁରୁ ଭବନ ଠାକୁରଙ୍କଠାରୁ ଆଠ ବର୍ଷ ଧରି ଭାରତନାଟ୍ୟମ ଶିକ୍ଷା ଗ୍ରହଣ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଧିକା ମର୍ଚାଣ୍ଟଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦କୋଟି ଟଙ୍କା। ତାଙ୍କର ସବୁଠାରୁ ବଡ ରୋଜଗାରର ଉତ୍ସ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ ଏନକୋର ହେଲଥ କେୟାର। ସେ ଏହି ପାରିବାରିକ ବ୍ୟବସାୟରୁ ମଧ୍ୟ ଦରମା ପାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?