୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ ପ୍ରାୟ ୧୬,୦୦୦ କର୍ମଚାରୀଙ୍କୁ ବାହାର କରିପାରେ। ଏହି ପଦକ୍ଷେପ ଦ୍ୱାରା ଭାରତୀୟ ଟିମ୍ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଏହା କମ୍ପାନୀର ୨୦୨୬ ମଧ୍ୟଭାଗ ସୁଦ୍ଧା ୩୦,୦୦୦ କର୍ପୋରେଟ୍ ପଦବୀ ହ୍ରାସ କରିବା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ। ପୂର୍ବରୁ ଅକ୍ଟୋବର ୨୦୨୫ରେ ପ୍ରାୟ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଏଥର ଛଟେଇର ପ୍ରଭାବ ଭାରତରେ ଅଧିକ ରହିବ। ବିଶେଷ କରି ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇ ଭଳି ସହରରେ ଥିବା କର୍ପୋରେଟ୍ ଅଫିସ୍‌ର କର୍ମଚାରୀମାନେ ଅଧିକ ବିପଦରେ ରହିଛନ୍ତି।

ଏହି ଛଟେଇ ମୁଖ୍ୟତଃ ଆମାଜନ ୱେବ୍ ସର୍ଭିସେସ୍ (AWS), ପ୍ରାଇମ୍ ଭିଡିଓ, ରିଟେଲ୍ ଅପରେସନ୍ ଏବଂ HR (PXT) ବିଭାଗରେ ହେବ। ଆମାଜନ ସିଇଓ ଆଣ୍ଡି ଜାସିଙ୍କ ଅନୁଯାୟୀ, ଏହା କୌଣସି ଆର୍ଥିକ ସଙ୍କଟ କିମ୍ବା AI ଯୋଗୁଁ ନୁହେଁ, ବରଂ କମ୍ପାନୀ ମଧ୍ୟରେ ଥିବା ‘ଅତ୍ୟଧିକ ବ୍ୟୁରୋକ୍ରାସି ପ୍ରଥା’ ଏବଂ ମ୍ୟାନେଜମେଣ୍ଟର ବହୁବିଧ ସ୍ତରକୁ ହ୍ରାସ କରି କାମରେ ସ୍ୱଚ୍ଛତା ଓ ଦ୍ରୁତତା ଆଣିବା ପାଇଁ କରାଯାଉଛି।

‘ବ୍ଲାଇଣ୍ଡ’ ଏବଂ ‘ରେଡିଟ୍’ ଭଳି ପ୍ଲାଟଫର୍ମରେ କର୍ମଚାରୀମାନେ ନିଜର ଆଶଙ୍କା ପ୍ରକାଶ କରୁଛନ୍ତି। କୁହାଯାଉଛି ଯେ ଯେଉଁମାନେ ପର୍ଫୋମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ଲାନ୍ (PIP) ରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ସୂଚନା ଦିଆଯାଇପାରେ। ଆମେରିକାର କେତେକ ସ୍ଥାନରେ କମ୍ପାନୀ ପକ୍ଷରୁ ଆଗୁଆ ନୋଟିସ୍ ମଧ୍ୟ ଦିଆଯାଇ ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?