ଏଥର ଅମରନାଥ ଗୁମ୍ଫା ଆକୃତିର ତୋରଣ

କଟକ ଅଫିସ,୧୨ା୮: କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମା’ଙ୍କର ଚାନ୍ଦିମେଢ, ସୁନା ମୁକୁଟ ଓ ତୋରଣ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ କଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଅମରନାଥ ଗୁମ୍ଫା ଆକୃତିର ତୋରଣ ନିର୍ମାଣ ପାଇଁ ଖାନ୍‌ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ନିଷ୍ପତ୍ତି ନେଇଛି। ଏଠାରେ କୃତ୍ରିମ ଜଳପ୍ରପାତ ସହ ବରଫରେ ଏକ ଶିବଲିଙ୍ଗ ତିଆରି କରାଯିବ। ସେହିପରି ଏହି ଗୁମ୍ଫା ଉପରେ ଏକ ନକଲି ହେଲିକପ୍ଟର ପ୍ରସ୍ତୁତ କରାଯିବା ସହ ଯବାନ ପୋଷାକରେ ଲୋକଙ୍କୁ ମୁତୟନ କରାଯିବ। ତେବେ ଏହି କାର୍ଯ୍ୟ ପାଇଁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ା ଗତ ବୁଧବାରଠାରୁ ତୋରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ନଦିଆରୁ ସ୍ବତନ୍ତ୍ର କାରିଗର ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସହରର ପ୍ରବେଶ ପଥରେ ପ୍ରଥମେ ଏହି ପୂଜା ମଣ୍ଡପ ପଡୁଥିବାରୁ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଥିବା ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଭିପିୱାଇ ପରୀକ୍ଷାରେ ଅତୀସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୮।୩(ବ୍ୟୁରୋ):ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିଓ୍ବାଇ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଛାତ୍ର...

ନିର୍ବାଚନରେ ହାରିବି ଅଥବା ଜିତିବି ଜଣାନାହିଁ, ହେଲେ ଲୋକଙ୍କ ସେବା ଜାରି ରଖିବି: ଦାମ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଗୁରୁବାର ଭୋଟ ଗଣତି। ଏହା ପରେ କିଏ ଜିତିବ, କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। ବିଭିନ୍ନ...

ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର...

ନିଯୁକ୍ତିର ୩ ଦିନ ପରେ ଶିକ୍ଷକ ବଦଳି

ଖଇରା, ୯।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ କଳମଚୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିବାର ୩ଦିନ ଭିତରେ...

ଆରମ୍ଭ ହେଲା ଅଦଳବଦଳ ପ୍ରକ୍ରିୟା: ନନ୍ଦନକାନନ ଆସିଲେ ୩ ନୂଆ ଅତିଥି

ବାରଙ୍ଗ,୮ା୮(ଡି.ଏନ୍‌.ଏ.): ଚଳିତବର୍ଷର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆରମ୍ଭ ହୋଇଛି। ଅଗଷ୍ଟ ମାସରେ ୩ଟି ପର୍ଯ୍ୟାୟରେ ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ...

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ...

ବିଜେପୁର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଆରମ୍ଭ କରାଯାଇଛି। ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ଥିବାବେଳେ ଏହା...

ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍‌ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା

ଉଦଳା,୩୦ା୭(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ...

Advertisement
Archives

Model This Week