ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲି। ଦଳର ବହୁ ଲୋକ ବ୍ୟକ୍ତିଗତ ଆଲୋଚନା କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ ଚାଲିଲେ ଗ୍ରହଣୀୟତା ରହିବନି। ବିଜେଡିର ଚରିତ୍ରକୁ ଲୋପ କରି ଜାତୀୟ ଦଳର କଥାରେ ଚାଲିଲେ । ଓ୍ବକ୍ଫ ପ୍ରସଙ୍ଗରେ ନିଜର ସ୍ବତନ୍ତ୍ରତା ରଖିଲା ନାହିଁ ବିଜେଡି ବୋଲି ସେ କହିଛନ୍ତି। ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ କଥା କହିବା ଅପରିପକ୍ୱ । ବିଜେଡି ଛିଡ଼ୁଛି ସୁନିଶ୍ଚିତ ବୋଲି ଅମର ଶତପଥୀ କହିଛନ୍ତି।

ଅନ୍ୟପକ୍ଷେ, ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଶନିବାର ଦଳୀୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଅନୁଷ୍ଠିତ ସାଙ୍ଗଠନିକ ନିର୍ବାଚନ ୨୦୨୫ରେ ନବୀନ ସଭାପତି ନିର୍ବାଚିତ ହେବା ପରେ ଦଳର ସମସ୍ତ କର୍ମୀମାନେ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଦଳର ରାଜ୍ୟସଭା ଏମପି ମୁନ୍ନା ଖାଁ ଏପରି କରିଥିଲେ ଯାହା ନବୀନଙ୍କୁ ଅପ୍ରସ୍ତୁତ କରି ପକାଇଥିଲା। ଏକ ପ୍ରକାର କହିଲେ ୨୪ ବର୍ଷ କ୍ଷମତାରେ ଥିବା ନବୀନ ଏହି ଅବସ୍ଥା ଦେଖିବେ ବୋଲି କେବେ ଭାବି ନଥିବେ। କିନ୍ତୁ ଶନିବାର ଦିନ ତାହାହିଁ ଘଟିଲା। ରାଜ୍ୟସଭା ଏମପି ମୁନ୍ନା ଖାଁ ନବୀନଙ୍କୁ ପୁନଃ ସଭାପତି ନିର୍ବାଚିତ ହେବା ‘ଖୁସିରେ’ ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ‘ପଦ୍ମଫୁଲ’କୁ ଉପହାର ଦେଇଥିଲେ।

ଦୀର୍ଘବର୍ଷର ଆନୁଗତ୍ୟ, ଶୃଙ୍ଖଳା ଏବଂ ନବୀନଙ୍କ ପ୍ରତି ସମସ୍ତ ଶ୍ରଦ୍ଧାକୁ ନିଜ ଧର୍ମ ପାଇଁ ଭୁଲିଯାଇ ମୁନ୍ନା ଯେଉଁ ଢଙ୍ଗରେ ନବୀନଙ୍କ ହାତରେ ପଦ୍ମଫୁଲ ଦେଲେ, ଏହାଠୁ ବଳି ଅପମାନ କେହି ଦେବାକୁ ସାହସ କରିନଥିବେ। ଏହାକୁ ଏକ ଛୋଟ ଘଟଣା ଭାବେ ଆଦୌ ବିବେଚନା କରାଯାଇ ପାରିବ ନାହିଁ।

କାରଣ ୱକଫ୍‌ ବିଲ୍‌ ଭୋଟିଂ ଆରମ୍ଭ ପୂର୍ବରୁ ନବୀନ ନିଜ ଦଳର ଏମପି ମାନଙ୍କୁ ଅତ୍ୟନ୍ତ ଦ୍ୱନ୍ଦ୍ୱରେ ପକାଇଦେଇଥିଲେ। ଫଳରେ ଦଳର ଭୋଟ ଭାଙ୍ଗି ଯାଇଥିଲା। ଯାହାକୁ ନେଇ ଅନେକ ବରିଷ୍ଠ ଖୋଲାଖୋଲି ବିରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଏହାର ଫଳ ଭୋଗିବାକୁ ପଡିଛି। ସଭାପତି ନିର୍ବାଚନ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କୁ ଶଙ୍ଖଭବନକୁ ଆମନ୍ତ୍ରଣ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?