Posted inଜାତୀୟ

ପ୍ରତିଶ୍ରୁତି ରଖିପାରିଲେନି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ, ଜୟରାମ ରମେଶ ଏବଂ ଅଜୟ ମାକେନ ତଥା ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଅଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ଘୋଷଣା ପରେ ଦଳରେ ଅସନ୍ତୋଷର ସ୍ବର ଦେଖିବାକୁ ମିଳିଛି।
କଂଗ୍ରେସ ମୁଖପାତ୍ର ପବନ ଖେଡା ଏବଂ ନଗମା ଟିକେଟ ନ ମିଳିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି, ବୋଧହୁଏ ମୋ ତପସ୍ୟାରେ କିଛି ଅଭାବ ରହିଛି। ଏଥିସହିତ ନଗମା ତାଙ୍କ ଟୁଇଟ୍‌ ଯୋଗେ ଲେଖିଛନ୍ତି, ମୋର ମଧ୍ୟ ୧୮ ବର୍ଷର ତପସ୍ୟା ଇମ୍ରାନ୍‌ ପ୍ରତାପଗଢି ଭାଇଙ୍କ ଆଗରେ ଫିକା ପଡ଼ିଗଲା।

ଅନ୍ୟ ଏକ ଟୁଇଟ୍‌ରେ ନଗମା କହିଛନ୍ତି, ମୁଁ ୨୦୦୩-୦୪ରେ ଯେତେବେଳେ ଦଳରେ ଯୋଗ ଦେଇଥିଲି, ସେତେବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟ ସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ଦଳ ଶାସନରେ ନ ଥିଲା। ଇତିମଧ୍ୟରେ ୧୮ ବର୍ଷ ବିତିଯାଇଛି। ଦଳ ଇମ୍ରାନ୍‌ଙ୍କ ପ୍ରତି ଧ୍ୟାନ ଦେଇଛି, କିନ୍ତୁ ମୋତେ ଯୋଗ୍ୟ ମନେକରି ନାହିଁ।

ସୂଚନାଯୋଗ୍ୟ, ତାମିଲନାଡୁରୁ ପି. ଚିଦାମ୍ବରମ, କର୍ନାଟକରୁ ଜୟରାମ ରମେଶ, ହରିୟାଣାରୁ ଅଜୟ ମାକେନ ଏବଂ ରାଜସ୍ଥାନରୁ ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ୱାସ୍‌ନିକ ଏବଂ ପ୍ରମୋଦ ତିୱାରୀ, ମଧ୍ୟପ୍ରଦେଶରୁ ବିବେକ ତନ୍‌ଖା, ଛତିଶଗଡ଼ରୁ ରାଜୀବ ଶୁକ୍ଲା ଏବଂ ରଣଜିତ ରଞ୍ଜନ ଏବଂ ମହାରାଷ୍ଟ୍ରରୁ ଇମ୍ରାନ୍‌ ପ୍ରତାପଗଢ଼ିଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri