Posted inଖେଳ

ବାପାଙ୍କ ଆଶୀର୍ବାଦ ସର୍ବଦା ଅନୁଭବ କରେ: ଅମିତ

ସ୍ବର୍ଣ୍ଣ ବିଜୟ ନେଇ କେତେ ଆଶା ରହିଥିଲା, ପାଇବା ପରେ କିପରି ଅନୁଭବ ହେଉଛି ?
ପ୍ରତିଯୋଗିତାକୁ ଉଚ୍ଚ ଆଶାନେଇ ଆସିଥିଲୁ। ସ୍ବର୍ଣ୍ଣ ପଦକ ଜିତିଲେ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ ହୋଇପାରିବ ବୋଲି ଜାଣିଥିଲୁ। ତେଣୁ ଏହା ହିଁ ଆମର ଇଚ୍ଛାଥିଲା। ଜିତିବାର ଖୁସି ଅବଣ୍ଣନୀୟ। ମୁଁ ବହୁତ ଖୁସି। ଏହା ମୋର ସ୍ବପ୍ନ ମଧ୍ୟ ରହିଥିଲା।
ବ୍ରୋଞ୍ଜ ପରେ ଏସିଆଡ୍‌ରେ ସ୍ବର୍ଣ୍ଣ, ନିଜ କ୍ୟାରିୟର ଏବେ କେଉଁ ମୋଡ଼ରେ ରହିଛି ବୋଲି ଭାବୁଛନ୍ତି ?
କ୍ୟାରିୟରରେ ଷ୍ଟେପ୍‌ ପରେ ଷ୍ଟେପ୍‌ ଆଗକୁ ବଢ଼ୁଛି। ଦେଶବାସୀ ଓ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଆଜି ଏପରି ସଫଳତା ପାଇପାରିଛି। ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାର ଅନୁଭୂତି ଭିନ୍ନ ଥିଲା, ଏବେ ଏସିଆଡ୍‌ ସ୍ବର୍ଣ୍ଣ ବିଜୟର ଖୁସି ମଧ୍ୟ ଭିନ୍ନ। ଏହି ଅନୁଭୂତିକୁ ନେଇ ଆଗକୁ ଆହୁରି ସଫଳତା ପାଇବାକୁ ମୁଁ ଲକ୍ଷ୍ୟ ରଖିଛି।
ବିପକ୍ଷ ଫାଇନାଲର ଅନୁଭୂତି କିପରି ରହିଲା ?
ପର୍ଯ୍ୟାୟର ଖେଳ ଓ ଫାଇନାଲ ଭିନ୍ନ କଥା। ଲିଗ୍‌ ପର୍ଯ୍ୟାୟରେ ଟିକେ ଏପଟ ସେପଟ ହୋଇଗଲେ ଚଳିବ, ମାତ୍ର ଫାଇନାଲ ହେଉଛି ଫାଇନାଲ। ସାମାନ୍ୟ ତ୍ରୁଟି ବଡ଼ ବିପର୍ଯ୍ୟୟ ଆଣିପାରେ। ତେଣୁ ଆମେ ଅତି ସତର୍କ ହୋଇ ଖେଳିଥିଲୁ। ଫାଇନାଲପରି ବଡ଼ ମ୍ୟାଚର ଅନୁଭୂତି ନିଶ୍ଚିତ ସ୍ବତନ୍ତ୍ର।
ବିଜୟରେ ଅମିତଙ୍କ ଗୋଲର ବଡ଼ ଭୂମିକା ଥିଲା, କ’ଣ କହିବେ ?
ପୂର୍ବରୁ ଆମ ରଣନୀତି ସେପରି ଥିଲା। ସୁଯୋଗ ପାଇବାମାତ୍ରେ ଗୋଲ ଦେବାପାଇଁ ଚେଷ୍ଟା କରିବା ଥିଲା ମୁଖ୍ୟ ଲକ୍ଷ୍ୟ। ତେଣୁ ମୋ ପାଇଁ ଏପରି ଏକ ସୁଯୋଗ ଆସିଲା। ତା’ର ସଦୁପଯୋଗ କରିପାରିଥିବାରୁ ମୁଁ ବହୁତ ଖୁସି। ମୋ ଗୋଲ ଦଳର ବିଜୟରେ ସହାୟକ ହୋଇପାରିଲା। ଏହାଠାରୁ ବଡ଼ ଖୁସି ଆଉ କିଛି ନାହିଁ।
ଶ୍ରେୟ କାହାକୁ ଦେବେ ?
ସମଗ୍ର ଦେଶ ଓ ମୋ ରାଜ୍ୟବାସୀଙ୍କୁ ସଫଳତାର ଶ୍ରେୟ ଦେବାକୁ ଚାହିଁବି। ଓଡ଼ିଶା ସରକାର ହକିକୁ ବହୁତ ପ୍ରୋତ୍ସାହନ ଦେଉଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ହକି ଇଣ୍ଡିଆ ଏବଂ ହକି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି। ମୋ ପରିବାରକୁ ମଧ୍ୟ ଶ୍ରେୟ ଦେବି। ସ୍ବର୍ଣ୍ଣ ପଦକ ଜିତିବାପରେ ବାପାଙ୍କ କଥା ବହୁତ ମନେ ପଡ଼ୁଛି। ସେ ମୋତେ ସବୁବେଳେ ଉତ୍ସାହିତ କରି ଆସୁଥିଲେ। ଆଜିଥିଲେ ସେ ନିଶ୍ଚିତ ବହୁତ ଖୁସି ଅନୁଭବ କରିଥାନ୍ତେ। ତେବେ ତାଙ୍କ ଆଶୀର୍ବାଦ ସବୁବେଳେ ମୋ ସହିତ ଅଛି। ମୁଁ ଏହା ପ୍ରତି ମୁହୂର୍ତ୍ତରେ ଅନୁଭବ ମଧ୍ୟ କରୁଛି। ସେ ଯେଉଁଠି ବି ଥିବେ ନିଶ୍ଚିତ ମୋ ସଫଳତାରେ ଖୁସି ଅନୁଭବ କରୁଥିବେ।
(ବି.ଦ୍ର: ଅମିତଙ୍କ ବାପା ଗୋପାଳ ରୋହିଦାସ ୨୦୨୦ରେ ପରଲୋକ ଗମନ କରିଛନ୍ତି)


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri