Odisha Elections 2024

ଏସ୍‌ବିଆଇର ନୂତନ ଅଭିଯାନ

ଭୁବନେଶ୍ୱର, ୭।୧୦ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଅଭିଯାନ ‘ମୋବାଇଲ ହାଣ୍ଡ୍‌ହେଲ୍‌ଡ ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ସେବାକୁ ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚାଇବା ଲାଗି ଏଭଳି ଏକ ଅଭିଯାନର ଅୟମାରମ୍ଭ ହୋଇଯାଇଛି। ଏପରିକି ବ୍ୟାଙ୍କର ଏଫ୍‌ଆଇ ଗ୍ରାହକମାନଙ୍କ ଲାଗି ଉକ୍ତ ମୋବାଇଲ୍‌ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌ର ଡିଜାଇନ କରାଯାଇଛି। ଏ ସମ୍ପର୍କରେ ଏସ୍‌ବିଆଇ ଚେୟାରମ୍ୟାନ ଦିନେଶ ଖାରା କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଳାଷ ପୂରଣ କରିବା ପାଇଁ ସମାଜର ସବୁବର୍ଗ ବିଶେଷକରି ବ୍ୟାଙ୍କ ପହଞ୍ଚତ୍ ନ ଥିବା ସ୍ଥାନରେ ବ୍ୟାଙ୍କ ସେବାକୁ ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ମୋବାଇଲ୍‌ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌ର ଶୁଭାରମ୍ଭ ସହ ଗ୍ରାହକମାନେ ସେମାନଙ୍କ ଅଞ୍ଚଳରେ ରହି ଏକ ନିରବଚ୍ଛିନ୍ନ ବ୍ୟାଙ୍କ କାରବାର ଅନୁଭୂତି ହାସଲ କରିପାରିବେ। ଗ୍ରାହକମାନଙ୍କ ପାଖରେ ବ୍ୟାଙ୍କ ସେବା ସୁବିଧାରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିବ। ଏହି ପ୍ରଯୁକ୍ତି ପ୍ରେରିତ ଅଭିଯାନ ଡିଜିଟାଇଜେଶନ ଜରିଆରେ ସାମାଜିକ କଲ୍ୟାଣ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରୁଛି। ଅପରପକ୍ଷରେ ଉକ୍ତ ଅଭିଯାନକୁ ଖାରା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି,ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବ ଏବଂ ଲୋକଙ୍କ ପାଖରେ ଆବଶ୍ୟକ ବ୍ୟାଙ୍କ ସେବା ପହଞ୍ଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri