ବିକଳ୍ପ ଆବଶ୍ୟକ

ଜୁଲିଆ ଗିଲାର୍ଡ

ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ କୋଭିଡ୍‌-୧୯ ମହାମାରୀ ବିଶ୍ୱକୁ କବଳିତ କରି ରଖିଛି। ସ୍ବାସ୍ଥ୍ୟ ଉପରେ ଏହାର ଭୟଙ୍କର ପ୍ରଭାବକୁ ସାରା ବିଶ୍ୱ ଅନୁଭବ କରିଛି। ଅନ୍ୟପକ୍ଷରେ ବିଶ୍ୱତାପନର ମାତ୍ରାଧିତ୍କ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ଏହାର ବ୍ୟାପକ ପ୍ରଭାବ ଆମ ଜୀବନକୁ ବ୍ୟତିବ୍ୟସ୍ତ କରିବାରେ ଲାଗିଛି। ହେଲେ ଆମେ ବିଶ୍ୱତାପନର ପ୍ରଭାବକୁ ଭଲ ଭାବେ ବୁଝିପାରୁନୁ କି ଅନୁଭବ କରିପାରୁନୁ। ଏହାକୁ ଅଣଦେଖା କରିଚାଲିଛୁ। ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହା ଆମ ସ୍ବାସ୍ଥ୍ୟକୁ ସାଂଘାତିକ କ୍ଷତି କରୁଛି। ୨୦୨୦ର ବାଂଲାଦେଶ ବର୍ଷା ଓ ବନ୍ୟା ବିପତ୍ାତ ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ। ଏଥିରେ ବାଂଲାଦେଶର ଏକ ଚତୁର୍ଥାଂଶ ଅଞ୍ଚଳ ବନ୍ୟା ପ୍ଲାବିିତ ହୋଇଥିଲା। ଏଥିରେ ୧.୩ ମିଲିୟନରୁ ଅଧିକ ଘର ନଷ୍ଟ ହେବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି। ମୌସୁମୀର ପରିବର୍ତ୍ତନ ଘଟୁଛି। ଏହିସବୁ କାରଣ ଯୋଗୁ ବାଂଲାଦେଶ ଭଳି ସମେତ ବିଶ୍ୱର ବହୁ ଅଞ୍ଚଳରେ ଏଭଳି ବନ୍ୟା ବିପଦ ଦେଖାଦେବ। ସବୁଦ୍ର ଜଳପତ୍ତନ ବୃଦ୍ଧି ଯୋଗୁ ଉପକୂଳ ଅଞ୍ଚଳଗୁଡ଼ିକ ମଧ୍ୟ ଜଳମଗ୍ନ ହୋଇଯିବ। ଭୟଙ୍କର ବନ୍ୟାରେ କେବଳ ଘର ଭାଙ୍ଗିଯାଏ ତାହା ନୁହେଁ, ଏହାସହ ଆହୁରି ଅନେକ କ୍ଷତି ହୋଇଥାଏ। ସ୍ବେରେଜରୁ ମଇଳା ରାସ୍ତାରେ ପ୍ରବାହିତ ହୋଇ ପାନୀୟ ଜଳକୁ ଦୂଷିତ କରିଦିଏ। ଏହାଯୋଗୁ ସଂକ୍ରମଣ ବୃଦ୍ଧି ପାଇଥାଏ। ବନ୍ୟା ବ୍ୟାପକ ଫସଲ ନଷ୍ଟ କରିଦିଏ ଓ ଏହାଦ୍ୱାରା ଖାଦ୍ୟ ଅଭାବରୁ ଲୋକମାନେ ଅପପୁଷ୍ଟିର ଶିକାର ହୋଇଥାଆନ୍ତି। ସମୁଦ୍ରପତ୍ତନ ବୃଦ୍ଧିପାଇବା କାରଣରୁ ପାନୀୟ ଜଳ ଲବଣାକ୍ତ ହୋଇଯାଏ। ଏହି ଜଳକୁ ପିଇଲେ ଉଚ୍ଚରକ୍ତଚାପ ହାର ବୃଦ୍ଧିପାଏ। ଗର୍ଭବତୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରେ ଓ ଅବିକଶିତ ଶିଶୁ ଜନ୍ମ ହୋଇଥାନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ସହ ଆହୁରି ଅନେକ ରୋଗ ବି ଦେଖା ଦେଇଥାଏ। ଅତ୍ୟଧିକ ଉତ୍ତାପ କାରଣରୁ ହୃଦ୍‌ଘାତର ହାର ବଢ଼ିଯାଏ। ଦୀର୍ଘଦିନ ଧରି ମରୁଡ଼ି ଲାଗିରହେ ଓ ଏହା ଯୋଗୁ କୃଷି ଉପତ୍ାଦନ ହ୍ରାସପାଏ। ଏମିତି ଅନେକ ବାଟରେ ବିଶ୍ୱତାପନ ଆମ ସ୍ବାସ୍ଥ୍ୟକୁ କ୍ଷତି କରୁଛି ଓ ଆଗକୁ କରିଚାଲିବ ମଧ୍ୟ। ତଥାପି ଏହାର ପ୍ରଭାବକୁ ଆମେ ବୁଝିପାରୁନାହଁୁ। ପରିବେଶରେ ଘଟୁଥିବା ପରିବର୍ତ୍ତନ ଅଧିକ ସ୍ପଷ୍ଟ ହେଉଥିବାରୁ ବିଶ୍ୱତାପନର ପ୍ରଭାବ ଅଧିକ ଜଣାପଡ଼ୁଛି। ଏଥିପାଇଁ ଆଗାମୀ ଶତାବ୍ଦୀଗୁଡ଼ିକରେ ଜଳବାୟୁ ସହ ଜଡ଼ିତ ରୋଗ ଓ ମୃତ୍ୟୁହାର ହ୍ରାସ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ତୁରନ୍ତ ଏକ ବୈଶ୍ୱିକ ରଣନୀତି ଆପଣାଇବା ଉଚିତ। କୋଭିଡ୍‌-୧୯ ମହାମାରୀରେ ଯେଭଳି ସରକାର ବୈଜ୍ଞାନିକମାନଙ୍କ ସହ ମିଶି ଏହାର ମୁକାବଲା କରି ଆସୁଛନ୍ତି ଠିକ୍‌ ସେମିତି ବିଶ୍ୱତାପନ ବୃଦ୍ଧିକୁ ପ୍ରତିହତ କରିବା ଲାଗି ବିକାଶିତ ତଥା ପ୍ରଭାବୀ ଉପାୟଗୁଡ଼ିକୁ ଗ୍ରହଣ କରିବା ଜରୁରୀ। ଭବିଷ୍ୟତରେ ଉତ୍ତାପ କମ୍‌ କରିବା ଲକ୍ଷ୍ୟ ନେଇ ଏହି ଉପାୟଗୁଡ଼ିକ ମଧ୍ୟରୁ କେତୋଟି ଗ୍ରହଣ କରିବାକୁ ପଡ଼ିବ। ଏହାସହ ଉତ୍ତପ୍ତ ଜଳବାୟୁରେ ଖାପ୍‌ଖୁଆଇ ରହିବା ଲାଗି ବି କିଛି ପଦକ୍ଷେପ ଗ୍ରହଣ କରାଯିବା ଦରକାର। ଏହିଦୁଇ ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଲୋକଙ୍କ ସ୍ବାସ୍ଥ୍ୟ ରକ୍ଷା କରିବା ସହ ସେଥିରେ ଉନ୍ନତି ଆଣିପାରିବ। ଏଣୁ ଏହାକୁ ଯେକୌଣସି ପ୍ରକାରେ ଅନୁସରଣ କରିବା ଉଚିତ।
ଗ୍ଲାସ୍‌ଗୋରେ ଏବେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬) ଚାଲିଛି। ବିଶ୍ୱର ନେତାମାନେ ସେଠାରେ ଏକାଠି ହୋଇଛନ୍ତି ଓ ଜଳବାୟୁ ପରିବର୍ତ୍ତନ ଉପରେ ସବିଶେଷ ଆଲୋଚନା କରିବାର ଏହା ଏକ ପ୍ରଶସ୍ତ କ୍ଷେତ୍ର। ବିଶ୍ୱତାପନ ଏକ ସ୍ବାସ୍ଥ୍ୟ ସଙ୍କଟ ବୋଲି ଏହି ନେତାମାନେ ହୃଦୟଙ୍ଗମ କରି ଏହାର ଗମ୍ଭୀରତା ଦର୍ଶାଇବାକୁ ସେଠାରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। କେବଳ ଏତିକି ନୁହେଁ, ମହାମାରୀ ମୁକାବିଲାର ସଫଳତା ଓ ତ୍ରୁଟିରୁ ସେମାନେ କିଛି ଶିକ୍ଷା କରିଛନ୍ତି ବୋଲି ପ୍ରକାଶ କରିବା ଦରକାର। ଦୁଇବର୍ଷରୁ କମ୍‌ ସମୟରେ କୋଭିଡ୍‌-୧୯ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣିି। ଆମ ଜୀବନକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି। ଏହି ସମୟରେ ବୈଜ୍ଞାନିକ, ସରକାର ଓ କମ୍ପାନୀଗୁଡ଼ିକ ମହାମାରୀ ସମ୍ପର୍କିତ ପରୀକ୍ଷା ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଅଣିବା ସହ ଟିକା ଉଦ୍ଭାବନରେ କିଭଳି ଏକାଠି କାମ କରିଛନ୍ତି ତାହା ଆମେ ଦେଖିଛୁ। ଶସ୍ତା କିମ୍ବା ମାଗଣାରେ ଯୋଗାଇ ଦିଆଯାଉଥିବା ସୁବିଧା ପାଇବାର ବିକଳ୍ପଗୁଡ଼ିକୁ କିଭଳି ସଂକୀର୍ଣ୍ଣ ଜାତୀୟ ସ୍ବାର୍ଥ ଏବଂ ସାମାଜିକ ତଥା ଅର୍ଥନତିକ ବୈଷମ୍ୟ ସଙ୍କୁଚିତ କରି ସଙ୍କଟକୁ ବଢ଼ାଇଛି ତାହା ମଧ୍ୟ ଆମେ ଦେଖିଛୁ। ତେବେ ଜଳବାୟୁ ପରିବର୍ତ୍ତନ କେବଳ ଏକ ଜରୁରୀ ପରିବେଶଗତ ଆହ୍ବାନ ନୁହେଁ , ବରଂ ଏକ ଅତି ଜରୁରୀ ସ୍ବାସ୍ଥ୍ୟ ସଙ୍କଟ। ଏହି ସଙ୍କଟର ଆମେ ସମ୍ମୁଖୀନ ହେଉଛୁ । କୋପ୍‌ ୨୬ରେ ଏକାଠି ହୋଇଥିବା ବିଭିନ୍ନ ଦେଶର ନେତାମାନେ ଏଭଳି ସ୍ଥତିକୁ ଭଲ ଭାବେ ବୁଝିଛନ୍ତି ବୋଲି ଆମକୁ ଅବଗତ କରିବା ଦରକାର। ବିଭିନ୍ନ ଦେଶର ସରକାର ନିଜେ ଏହି ଲଢେଇ ଲଢିଲେ ହେବ ନାର୍ହିଁି। ବିକଳ୍ପ ଖୋଜିବାକୁ ହେବ। ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୃଷ୍ଟି ହେଉଥିତ୍ବା ଆହ୍ବାନଗୁଡ଼ିକୁ ସାମ୍‌ନା କରିିବାକୁ ହେଲେ ସିଭିଲ୍‌ ସୋସାଇଟି ଅର୍ଗନାଇଜେଶନଗୁଡ଼ିକର ସହଯୋଗ ଲୋଡ଼ା। ଆମକୁ ଏକ ସହଭାଗୀ ବୈଶ୍ୱିକ ପଦ୍ଧତି ଗଠନ କରିବାକୁ ହେବ, ଯାହା ବୈଜ୍ଞାନିକ ପ୍ରାମାଣିକ ତଥ୍ୟକୁ ଗୁରୁତ୍ୱ ଦେଇ ଉପଯୁକ୍ତ ମୂଲ୍ୟାଙ୍କନ କରି ତାହାକୁ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା ସହ ସଭିଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟ ଯୋଗାଇବା ଲାଗି କାର୍ଯ୍ୟ କରିପାରୁଥିବ। ‘ଓ୍ବେଲ୍‌କମ୍‌ ଟ୍ରଷ୍ଟ୍‌’ ଏହି ଅଭିଯାନରେ ସହଯୋଗ କରିବାକୁ ଆଗେଇ ଆସିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଭଲ ଭାବେ ବୁଝିବା ଏବଂ ସ୍ବାସ୍ଥ୍ୟ ଉପରେ ବିଶ୍ୱ ତାପନର ନକାରାମତ୍କ ପ୍ରଭାବକୁ ମୁକାବିଲା କରିବା ଲାଗି ଆବଶ୍ୟକ ଗବେଷଣାକୁ ଟ୍ରଷ୍ଟ୍‌ର ସଦସ୍ୟ ଭାବେ ଆମେ ପାଣ୍ଠି ଯୋଗାଇ ଦେବାକୁ ପ୍ରତିବଦ୍ଧ। ବୈଜ୍ଞାନିକ ତଥ୍ୟ ଏବଂ ଗବେଷଣା ନୀତିନିର୍ଦ୍ଧାରଣର କେନ୍ଦ୍ରବିନ୍ଦୁ ହେବା ପାଇଁ ଆମେ ଦୃଢ ସମର୍ଥନ ଜଣାଇବୁ।
ଯେକୌଣସି ସ୍ବାସ୍ଥ୍ୟ ସଙ୍କଟରେ ପ୍ରତିଷେଧକ ଚିକିତ୍ସା ଠାରୁ ଭଲ ବୋଲି ମନେ ରଖିବାକୁ ହେବ । ଗ୍ରୀଷ୍ଣ ପ୍ରବାହ, ବନାଗ୍ନି, ମରୁଡ଼ି କିମ୍ବା ଭୟଙ୍କର ବନ୍ୟାର ପ୍ରଭାବରୁ ରକ୍ଷା କରିବା ସକାଶେ ଲୋକମାନଙ୍କୁ ଟିକା ଦିଆଯାଇପାରିବ ନାହିଁ। ଏଣୁ ଯେଉଁ ହାରରେ ବିଶ୍ୱର ତାପମାତ୍ରା ବୃଦ୍ଧିପାଉଛି ତାହାକୁ କମାଇବା ହିଁ ହେବ ଶ୍ରେଷ୍ଠ ପ୍ରତିକାର। ଅର୍ଥାତ୍‌ ଆମକୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ଉପରେ ନିର୍ଗମନ ହ୍ରାସର ସିଧାସଳଖ ସକାରାମତ୍କ ପ୍ରଭାବ ଥିବା ଜଣାପଡ଼ିଛି, ଯାହା ଏକ ଖୁସିର କଥା। ଉଦାହରଣ ସ୍ବରୂପ, ଜୀବାଶ୍ମ ଇନ୍ଧନ ବଦଳରେ ଅକ୍ଷୟ ଶକ୍ତି ଉପଯୋଗ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ହେଉଛି ସେଥିରେ ବିଶ୍ୱରେ ହାରାହାରି ଲାଇଫ ଏକ୍ସପେକ୍ଟାନ୍ସି ଅତିକମ୍‌ରେ ୧ ବର୍ଷ ବଢିପାରିବ ବୋଲି କୁହାଯାଇଛି। ସେହିଭଳି ଅଧିକ ପୋଷଣଯୁକ୍ତ ପରିବା ଓ କମ୍‌ ମାଂସ ଖାଇବା ଦ୍ୱାରା ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ ପାଇବ। ଏହାଦ୍ୱାରା ହୃଦ୍‌ଘାତ, କ୍ୟାନ୍‌ସର ଓ ଶ୍ରୁତିଶକ୍ତି ହ୍ରାସ ଭଳି ସମସ୍ୟା କମିଯିବ। ନିର୍ଗମନ ହ୍ରାସ ଦ୍ୱାରା ଭବିଷ୍ୟତର କ୍ଷତିକୁ କମ୍‌ କରାଯାଇପାରିବ, କିନ୍ତୁ ଦଶନ୍ଧି ଦଶନ୍ଧି ଧରି ବିଶ୍ୱତାପନ ଦ୍ୱାରା ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସଙ୍କଟକୁ ଶେଷ କରିହେବ ନାହିଁ। ଏକ ଉତ୍ତପ୍ତ ପୃଥିବୀରେ ଜିଇବା ବ୍ୟତୀତ ଆମ ପାଖରେ କିଛି ବିକଳ୍ପ ବି ନାହିଁ।
ଆମକୁ ଏବେ ଅନେକ ନୂଆ ତଥା ଅଭିନବ ବିକଳ୍ପ ପ୍ରସ୍ତୁତ କରିବାକୁ ହେବ। ବିଶ୍ୱରେ ଲୋକମାନେ ତାହାକୁ ଉପଯୋଗ କରି କିଭଳି ସୁସ୍ଥ ରହିବେ ଓ ସମାଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ସେମାନେ ନିଷ୍ପତ୍ତି ନେବେ। ଏକ ଉତ୍ତପ୍ତ ପୃଥିତ୍ବୀର ଅପ୍ରତ୍ୟାଶିତ ଲକ୍ଷଣକୁ ସାମ୍‌ନା କରି ଲୋକମାନଙ୍କୁ ସାହାଯ୍ୟ କରିବା ସ୍ଥାନୀୟ ସରକାରଙ୍କ ଦାୟିତ୍ୱ। ହେଲେ ଅନ୍ତର୍ଜାତୀୟ ସହଯୋଗ ଓ ପ୍ରକାଶ ପାଉଥିବା ନୂଆ ବୈଜ୍ଞାନିକ ସିଦ୍ଧାନ୍ତ ବା ତଥ୍ୟ ମଧ୍ୟ ଆମର ଦରକାର। ଜଳବାୟୁ ଏବଂ ସ୍ବାସ୍ଥ୍ୟ ଉପରେ ବିଶ୍ୱରେ ଗ୍ରହଣ କରାଯାଉଥିବା ରଣନୀତିରେ ଏହି ତଥ୍ୟ ପ୍ରକାଶ ପାଇଥିବା ଆବଶ୍ୟକ। ଏହା ଏତେ ସହଜ ନୁହେଁ। ସମୟ ମଧ୍ୟ ଆମ ସପକ୍ଷରେ ନାହିଁ, ହେଲେ ବିଜ୍ଞାନ ଅଛି।
ପୂର୍ବତନ ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri