ବିକଳ୍ପ ନୀତି ଆବଶ୍ୟକ

୨୦୦୦ରେ ମୁଁ ‘ଦି ପଲିଟିକାଲ ଟ୍ରାଇଲେମା ଅଫ ଦି ଓ୍ବାଲର୍‌ଡ ଇକୋନୋମି’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଥିଲି। ଟ୍ରାଇଲେମା କହିଲେ, ବୈଶ୍ୱିକ ଅର୍ଥ ବ୍ୟବସ୍ଥାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗ୍ରହଣ କରିବାରେ କଠିନ ରାଜନୈତିକ ସ୍ଥିତି ବା ଦ୍ୱନ୍ଦ୍ୱକୁ ବୁଝାଏ। ମୋର ଦାବି ଥିଲା ଯେ ଜଗତୀକରଣର ଉନ୍ନତ ଢାଞ୍ଚା, ଷ୍ଟେଟ-ନେଶନ (ସମାନ ସଂସ୍କୃତି, ଭାଷା ଓ ଇତିହାସ ଆଦିର ଏକ ଗୋଷ୍ଠୀ ଦ୍ୱାରା ଗଠିତ ଏକ ସ୍ବାଧୀନ ଦେଶ) ଏବଂ ଗଣରାଜନୀତି ଏକାଠି ହୋଇ ରହିପାରିବେ ନାହିଁ। ସମାଜଗୁଡ଼ିକ ଶେଷରେ ତିନିଟି ବିଷୟ ମଧ୍ୟରୁ ଦୁଇଟିକୁ (ପ୍ରାୟତଃ) ଗ୍ରହଣ କରିବାକୁ ହେବ । ମୁଁ ପରାମର୍ଶ ଦେଇଥିଲି ଯେ, ଭବିଷ୍ୟତରେ କୌଣସି ସମୟରେ ଷ୍ଟେଟ-ନେଶନ ଭୁଶୁଡ଼ି ପଡ଼ିବ। ଜଗତୀକରଣ ଦ୍ୱାରା ସୃଷ୍ଟି ହୋଇଥିବା ବଣ୍ଟନ ଏବଂ ଶାସନର ଆହ୍ବାନଗୁଡ଼ିକର ସମାଧାନ ପାଇଁ ସରକାରମାନେ ଜାତୀୟ ସାର୍ବଭୌମତ୍ୱକୁ ପୁନଃସ୍ଥାପିତ କରିବାକୁ ଚେଷ୍ଟା କରିବେ। ପ୍ରଥମ ଆର୍ଟିକଲ୍‌ର ଏକ ଦଶନ୍ଧି ପରେ ମୋ ବହି ‘ଦି ଗ୍ଲୋବାଲାଇଜେଶନ ପାରାଡକ୍ସ’ ମଧ୍ୟ ଟ୍ରାଇଲେମା ବିଚାରକୁ ସାମ୍ନାକୁ ଆଣିଥିଲା। ଅତ୍ୟଧିକ ଜଗତୀକରଣ, ୟୁରୋପୀୟ ସଂଘରୁ ଇଂଲଣ୍ଡ ଓହରିଯିବା, ଚରମ ଦକ୍ଷିଣପନ୍ଥୀଙ୍କ ଉତ୍‌ଥାନ ଏବଂ ଇୟୁରେ ଗଣତନ୍ତ୍ରର ଭବିଷ୍ୟତ ସମେତ ଅନ୍ୟ ସବୁ ସମସ୍ୟାକୁ ବିଚାରକୁ ନେଲେ ଏହି ଟ୍ରାଇଲେମା ବିଚାରଧାରାକୁ ବୁଝିବା ସହଜ ହୋଇଯିବ। ସମ୍ପ୍ରତି ଆଉ ଏକ ଟ୍ରାଇଲେମାରେ ବିଭ୍ରାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଜଳବାୟୁ ପଦକ୍ଷେପ ବିକଶିତ କରିବାରେ, ଅର୍ଥ ବ୍ୟବସ୍ଥାରେ ମଧ୍ୟବିତ୍ତଙ୍କୁ ଶକ୍ତିଶାଳୀ କରିବା ଏବଂ ବୈଶ୍ୱିକ ଦାରିଦ୍ର୍ୟ ହ୍ରାସ କରିବା କାର୍ଯ୍ୟ ଏକାବେଳକେ କରିବା ଅସମ୍ଭବ ହୋଇଯିବ। ଏବକାର ନୀତିଗତ ଧାରାଗୁଡ଼ିକରେ ଯେକୌଣସି ଦୁଇଟି ଲକ୍ଷ୍ୟକୁ ଏକାଠି କଲେ ତାହା ତୃତୀୟଟିର କ୍ଷତି କରିବ।
ଯୁଦ୍ଧ ପରବର୍ତ୍ତୀ ଦଶନ୍ଧି ମଧ୍ୟରେ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକର ନୀତିସବୁ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଭ୍ୟନ୍ତରୀଣ ସାମାଜିକ ସ୍ଥିରତା ଉପରେ ସମାନ ଭାବେ ଗୁରୁତ୍ୱ ଦେଇଥିଲେ । ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ବ୍ୟାପକ କଲ୍ୟାଣକାରୀ ପରିବେଶ ଗଠନ କରିଥିଲେ ଏବଂ ଧୀରେ ଧୀରେ ଗରିବ ଦେଶର ରପ୍ତାନି ପାଇଁ ସେମାନଙ୍କ ବଜାର ମଧ୍ୟ ଅଧିକ ମୁକ୍ତ ରଖିଥିଲେ। ପରିଣାମ ସ୍ବରୂପ ଧନୀ ଦେଶରେ ସମ୍ମିଳିତ ଅଭିବୃଦ୍ଧି ହେବା ସହିତ ବିକାଶଶୀଳ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଲା। ଏହି ରଣନୀତି ସଫଳ ହୋଇଥିଲେ ବି ଏହା ଜଳବାୟୁ ପରିବର୍ତ୍ତନର ବିପଦକୁ ଅଣଦେଖା କରିଥିଲା । ସମୟକ୍ରମେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଥିବା ଜୀବାଶ୍ମ ଇନ୍ଧନଜନିତ ପରିଣାମକୁ ଦୂରେଇବା କଷ୍ଟକର ହୋଇଯାଇଛି। ଅତ୍ୟଧିକ ଜଗତୀକରଣ ପୂର୍ବରୁ ଥିବା ବ୍ରେଟନ ଉଡ୍ସ ମଡେଲକୁ ଦୂରେଇଦେବା ଫଳରେ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକର ଶ୍ରମ ବଜାରରେ ଅଧିକ ବ୍ୟାଘାତ ଘଟାଇବା ସହ ମଧ୍ୟବିତ୍ତ ବର୍ଗ ତଥା ଗଣତନ୍ତ୍ରକୁ କ୍ଷୁଣ୍ଣ କରିଛି। ଏହି ଦୁଇଟି ବିଷୟ ପାଇଁ ନୂତନ ରଣନୀତି ଆବଶ୍ୟକ ।
ଆମେରିକାରେ ରାଷ୍ଟ୍ରପତି ଜୋ. ବାଇଡେନ୍‌ଙ୍କ ପ୍ରଶାସନ ଏହି ନୂତନ ବାସ୍ତବତାକୁ ମୁକାବିଲା କରିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ନବୀକରଣ ଯୋଗ୍ୟ ତଥା ସବୁଜ ଶିଳ୍ପରେ ବିପୁଳ ନିବେଶକୁ ପ୍ରୋତ୍ସାହିତ କରି ଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଏବଂ ଏହା ସୁଚିନ୍ତିତ ଭାବରେ ଚାହିଦା ମୁତାବକ ଶ୍ରମଶକ୍ତିକୁ ପ୍ରୋତ୍ସାହନ ଦେଇ, ଉତ୍ପାଦନକୁ ପୁନଃସ୍ଥାପିତ ତଥା ଚାଇନାରୁ ଆମଦାନୀ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରି ମଧ୍ୟବିତ୍ତ ବର୍ଗର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖିଛି । ଜଳବାୟୁ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଗୁରୁତ୍ୱ ଦେବାର ଏହି ନୂତନ ଧାରା ବହୁ ପୂର୍ବରୁ ଅଣଦେଖା ହୋଇ ରହିଛି। ଏବର ଶିଳ୍ପ ନୀତିଗୁଡ଼ିକ ଏବଂ ଅନ୍ୟାନ୍ୟ ନିୟମାବଳୀ ପ୍ରାୟତଃ ଭେଦଭାବପୂର୍ଣ୍ଣ ଏବଂ ବିକାଶଶୀଳ ଦେଶରୁ ଉତ୍ପାଦିତ ସାମଗ୍ରୀକୁ ଦୂରେଇ ରଖିବା ଭଳି ବିପଦ ସୃଷ୍ଟି କରେ।
ଆମେରିକାରେ ଲାଗୁ ହୋଇଥିବା ସବୁଜ ସବ୍‌ସିଡି ବିଶେଷକରି ଆମଦାନୀ ସାମଗ୍ରୀ କବଳରୁ ଘରୋଇ ଉପତ୍ାଦନକୁ ସୁରକ୍ଷା ଦେଉଥିବା ନୀତିକୁ ଉତ୍ସାହିତ କରେ । ବିକାଶଶୀଳ ଦେଶରୁ ଅସାଧୁ ରପ୍ତାନିକାରୀଙ୍କୁ ଅତିରିକ୍ତ ଶୁଳ୍କ ଦେବା କ୍ଷେତ୍ରରେ ୟୁରୋପୀୟ ସଂଘର କାର୍ବନ ପ୍ରାଇସିଂ(ସବୁଜ ଗୃହ ବାଷ୍ପ ନିର୍ଗମନ କ୍ଷତିର ମୂଲ୍ୟ ନିର୍ଦ୍ଧାରଣ)ପଦ୍ଧତିର ଆବଶ୍ୟକତା ରହିବ। ହେଲେ ଗରିବ ଦେଶ ସରକାରମାନେ ବିଶ୍ୱାସ କରନ୍ତି ଯେ, ପୂର୍ବ ଏସୀୟ ଦେଶଗୁଡ଼ିକର ରପ୍ତାନିଭିତ୍ତିକ ଶିଳ୍ପାୟନକୁ ପୁନର୍ବାର ଚାଲୁ ରଖିବାରେ ସେମାନଙ୍କ ପ୍ରୟାସକୁ ଏହି ପଦକ୍ଷେପ କ୍ଷତି ପହଞ୍ଚାଇବ।
ତେବେ ଗରିବ ଦେଶ ତଥା ଜଳବାୟୁ ଉପରେ ଗୁରୁତ୍ୱ ଦେଉଥିବା ବିକଳ୍ପ ନୀତି ବିଷୟରେ ଆମେ ଚିନ୍ତା କରିପାରିବା। ଆବଶ୍ୟକ ଜଳବାୟୁ ନିବେଶକୁ ଗ୍ରହଣ କରିବା ସହ ଜଳବାୟୁ ପ୍ରଭାବକୁ ହ୍ରାସ କରିବା ଲାଗି ଏହା ଉତ୍ତରର ଧନୀ ଦେଶଗୁଡ଼ିକରୁ ଦକ୍ଷିଣରେ ଥିବା ଗରିବଦେଶଗୁଡ଼ିକୁ ଆର୍ଥିକ ଏବଂ ବୈଷୟିକ ଜ୍ଞାନକୌଶଳର ସ୍ଥାନାନ୍ତରଣକୁ ସାମିଲ କରିବ। ଏହି ନୀତିରେ ଗରିବ ଦେଶଗୁଡ଼ିକର ଶ୍ରମିକମାନଙ୍କ ଆର୍ଥିକ ସୁଯୋଗଗୁଡ଼ିକୁ ବୃଦ୍ଧି କରିବାକୁ ହେବ । ଏଥିପାଇଁ ଉତ୍ତରର ବଜାରରେ ଦ୍ରବ୍ୟ, ସେବା ସହ ଦକ୍ଷିଣର ଗରିବ ଦେଶର ଶ୍ରମିକମାନଙ୍କ ଅଧିକ ଉପଲବ୍ଧତା ନିଶ୍ଚିତ କରିବାକୁ ପଡ଼ିବ। ଏହି ନୀତି ଗଢ଼ିବା ନୈତିକ ଦୃଷ୍ଟିରୁ ଆକର୍ଷଣୀୟ ହେବ ଓ ଏହା ଦାର୍ଶନିକ ଜନ ରାୱଲ୍ସଙ୍କ ବୈଶ୍ୱିକ ନ୍ୟାୟର ନୀତିକୁ ଫଳପ୍ରଦ ଭାବରେ ପ୍ରୟୋଗ କରିବ। କିନ୍ତୁ ଏଠାରେ ମଧ୍ୟ ଟ୍ରାଇଲେମାର ସମସ୍ୟା ଅଛି । ଉନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ମଧ୍ୟବିତ୍ତ ଶ୍ରେଣୀର ପୁନରୁଦ୍ଧାରରେ ବିଫଳ ହେବ। କଲେଜ କିମ୍ବା ବୃତ୍ତିଗତ ଡିଗ୍ରୀ ନ ଥିବା ଶ୍ରମିକମାନଙ୍କ ଦରମା ହ୍ରାସ କରି ସେମାନଙ୍କ ମଧ୍ୟରେ ଅଧିକ ପ୍ରତିଯୋଗିତା ସୃଷ୍ଟି କରିବ। ଏହା ସେମାନଙ୍କର ମାନବ ପୁଞ୍ଜି ଏବଂ ଭୌତିକ ଭିତ୍ତିଭୂମିରେ ନିବେଶ ପାଇଁ ଉପଲବ୍ଧ ଆର୍ଥିକ ସମ୍ବଳକୁ ମଧ୍ୟ ହ୍ରାସ କରିବ । ସୌଭାଗ୍ୟବଶତଃ ଏହି ସବୁ ଦ୍ୱନ୍ଦ୍ୱ ବା ବିବାଦ ମଧ୍ୟରୁ କେତେକ ବାସ୍ତବ ଅପେକ୍ଷା ଅଧିକ ସ୍ପଷ୍ଟ ଜଣାପଡ଼ନ୍ତା। ବିଶେଷ ଭାବରେ, ଉନ୍ନତ ଅର୍ଥ ବ୍ୟବସ୍ଥା ଏବଂ ଗରିବ ଦେଶଗୁଡ଼ିକର ନୀତି ନିର୍ଦ୍ଧାରଣକାରୀମାନେ ସମାନ ଭାବେ ବୁଝିବା ଆବଶ୍ୟକ ଯେ, ଭବିଷ୍ୟତରେ ସାମଗ୍ରୀ, ମଧ୍ୟବିତ୍ତ ଚାକିରିର ସିଂହଭାଗ ମାନୁଫାକ୍‌ଚରିଂରୁ ନୁହେଁ, ବରଂ ସେବାରୁ ଆସିବା ଦରକାର । ଏହାସହ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ହେବ । ଶ୍ରମ ଗ୍ରହଣକାରୀ କ୍ଷେତ୍ର ଯଥା ସେବା, ଖୁଚୁରା, ଶିକ୍ଷା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସେବା ଅଧିକାଂଶ ସମୟରେ ଅଣ-ବାଣିଜ୍ୟ ହୋଇଥାଏ । ସେସବୁକୁ ପ୍ରୋତ୍ସାହିତ କରାଯିବା ଦରକାର।
ବିକାଶଶୀଳ ଦେଶଗୁଡ଼ିକର ଅଧିକ ସହଯୋଗ ବିନା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଅସମ୍ଭବ ହୋଇଯିବ। ଆମେରିକା ଏବଂ ୟୁରୋପରୁ ନିର୍ଗମନ ହ୍ରାସ ପାଉଥିବାବେଳେ ବିକାଶଶୀଳ ଦେଶଗୁଡ଼ିକର ନିର୍ଗମନ ଏବେ ସୁଦ୍ଧା ବୃଦ୍ଧିପାଉଛି। କେତେକ କ୍ଷେତ୍ରରେ ଏହାର ଦ୍ରୁତ ବୃଦ୍ଧି ଘଟୁଛି ଏବଂ ତାହା ଖୁବ୍‌ଶୀଘ୍ର ବୈଶ୍ୱିକ ନିର୍ଗମନର ୫୦ ପ୍ରତିଶତକୁ ଟପିଯିବ। ଏଣୁ ଧନୀ ଦେଶସବୁ ସବୁଜ କ୍ଷେତ୍ରକୁ ପରିବର୍ତ୍ତନ କରିବାର ନୀତିକୁ ପ୍ରୋତ୍ସାହିତ କରିବାକୁ ହେବ, ଯାହାକୁ ଗରିବ ଦେଶଗୁଡ଼ିକ ସେମାନଙ୍କ ନିଜସ୍ବ ଅଭିବୃଦ୍ଧିର ଏକ ଅଂଶ ଭାବେ ଗ୍ରହଣ କରିବେ।
ଜଳବାୟୁ ପରିବର୍ତ୍ତନ ଆମ ଅସ୍ତିତ୍ୱ ପ୍ରତି ବିପଦ । ଏକ ବୃହତ୍‌ ଏବଂ ସ୍ଥାୟୀ ମଧ୍ୟବିତ୍ତ ବର୍ଗ ହେଉଛି ଉଦାରବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଦୁଆ । ବର୍ତ୍ତମାନ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ କରିବା ଏକ ନୈତିକ ଆବଶ୍ୟକତା । ତଥାପି ଆମର ସାମ୍ପ୍ରତିକ ନୀତିଗତ ଢାଞ୍ଚା, ପରୋକ୍ଷ ତଥା ବଳପୂର୍ବକ ଭାବେ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗ୍ରହଣ କରିବାରେ ଆମକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି, ଯାହା ଦୂର କରିବା କଷ୍ଟକର ମନେହୁଏ । ଏକ ସଫଳ ତଥା ପରବର୍ତ୍ତୀ ନବଉଦାରବାଦର ପରିବର୍ତ୍ତନରେ ଆମକୁ ନୂତନ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ; ଯାହା ଏହି ବିପରୀତ ଓ ଦ୍ୱନ୍ଦ୍ୱାତ୍ମକ ସ୍ଥିତିଗୁଡ଼ିକରୁ ଆମକୁ ଚିନ୍ତାମୁକ୍ତ କରିପାରିବ।
-ପ୍ରଫେସର ଅଫ୍‌ ଇଣ୍ଟରନ୍ୟାଶନାଲ ପଲିଟିକାଲ ଇକୋନୋମି, ହାର୍ଭାର୍ଡ କେନେଡି ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?