ବିକଳ୍ପ ନୀତି ଆବଶ୍ୟକ

୨୦୦୦ରେ ମୁଁ ‘ଦି ପଲିଟିକାଲ ଟ୍ରାଇଲେମା ଅଫ ଦି ଓ୍ବାଲର୍‌ଡ ଇକୋନୋମି’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଥିଲି। ଟ୍ରାଇଲେମା କହିଲେ, ବୈଶ୍ୱିକ ଅର୍ଥ ବ୍ୟବସ୍ଥାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗ୍ରହଣ କରିବାରେ କଠିନ ରାଜନୈତିକ ସ୍ଥିତି ବା ଦ୍ୱନ୍ଦ୍ୱକୁ ବୁଝାଏ। ମୋର ଦାବି ଥିଲା ଯେ ଜଗତୀକରଣର ଉନ୍ନତ ଢାଞ୍ଚା, ଷ୍ଟେଟ-ନେଶନ (ସମାନ ସଂସ୍କୃତି, ଭାଷା ଓ ଇତିହାସ ଆଦିର ଏକ ଗୋଷ୍ଠୀ ଦ୍ୱାରା ଗଠିତ ଏକ ସ୍ବାଧୀନ ଦେଶ) ଏବଂ ଗଣରାଜନୀତି ଏକାଠି ହୋଇ ରହିପାରିବେ ନାହିଁ। ସମାଜଗୁଡ଼ିକ ଶେଷରେ ତିନିଟି ବିଷୟ ମଧ୍ୟରୁ ଦୁଇଟିକୁ (ପ୍ରାୟତଃ) ଗ୍ରହଣ କରିବାକୁ ହେବ । ମୁଁ ପରାମର୍ଶ ଦେଇଥିଲି ଯେ, ଭବିଷ୍ୟତରେ କୌଣସି ସମୟରେ ଷ୍ଟେଟ-ନେଶନ ଭୁଶୁଡ଼ି ପଡ଼ିବ। ଜଗତୀକରଣ ଦ୍ୱାରା ସୃଷ୍ଟି ହୋଇଥିବା ବଣ୍ଟନ ଏବଂ ଶାସନର ଆହ୍ବାନଗୁଡ଼ିକର ସମାଧାନ ପାଇଁ ସରକାରମାନେ ଜାତୀୟ ସାର୍ବଭୌମତ୍ୱକୁ ପୁନଃସ୍ଥାପିତ କରିବାକୁ ଚେଷ୍ଟା କରିବେ। ପ୍ରଥମ ଆର୍ଟିକଲ୍‌ର ଏକ ଦଶନ୍ଧି ପରେ ମୋ ବହି ‘ଦି ଗ୍ଲୋବାଲାଇଜେଶନ ପାରାଡକ୍ସ’ ମଧ୍ୟ ଟ୍ରାଇଲେମା ବିଚାରକୁ ସାମ୍ନାକୁ ଆଣିଥିଲା। ଅତ୍ୟଧିକ ଜଗତୀକରଣ, ୟୁରୋପୀୟ ସଂଘରୁ ଇଂଲଣ୍ଡ ଓହରିଯିବା, ଚରମ ଦକ୍ଷିଣପନ୍ଥୀଙ୍କ ଉତ୍‌ଥାନ ଏବଂ ଇୟୁରେ ଗଣତନ୍ତ୍ରର ଭବିଷ୍ୟତ ସମେତ ଅନ୍ୟ ସବୁ ସମସ୍ୟାକୁ ବିଚାରକୁ ନେଲେ ଏହି ଟ୍ରାଇଲେମା ବିଚାରଧାରାକୁ ବୁଝିବା ସହଜ ହୋଇଯିବ। ସମ୍ପ୍ରତି ଆଉ ଏକ ଟ୍ରାଇଲେମାରେ ବିଭ୍ରାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଜଳବାୟୁ ପଦକ୍ଷେପ ବିକଶିତ କରିବାରେ, ଅର୍ଥ ବ୍ୟବସ୍ଥାରେ ମଧ୍ୟବିତ୍ତଙ୍କୁ ଶକ୍ତିଶାଳୀ କରିବା ଏବଂ ବୈଶ୍ୱିକ ଦାରିଦ୍ର୍ୟ ହ୍ରାସ କରିବା କାର୍ଯ୍ୟ ଏକାବେଳକେ କରିବା ଅସମ୍ଭବ ହୋଇଯିବ। ଏବକାର ନୀତିଗତ ଧାରାଗୁଡ଼ିକରେ ଯେକୌଣସି ଦୁଇଟି ଲକ୍ଷ୍ୟକୁ ଏକାଠି କଲେ ତାହା ତୃତୀୟଟିର କ୍ଷତି କରିବ।
ଯୁଦ୍ଧ ପରବର୍ତ୍ତୀ ଦଶନ୍ଧି ମଧ୍ୟରେ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକର ନୀତିସବୁ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଭ୍ୟନ୍ତରୀଣ ସାମାଜିକ ସ୍ଥିରତା ଉପରେ ସମାନ ଭାବେ ଗୁରୁତ୍ୱ ଦେଇଥିଲେ । ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ବ୍ୟାପକ କଲ୍ୟାଣକାରୀ ପରିବେଶ ଗଠନ କରିଥିଲେ ଏବଂ ଧୀରେ ଧୀରେ ଗରିବ ଦେଶର ରପ୍ତାନି ପାଇଁ ସେମାନଙ୍କ ବଜାର ମଧ୍ୟ ଅଧିକ ମୁକ୍ତ ରଖିଥିଲେ। ପରିଣାମ ସ୍ବରୂପ ଧନୀ ଦେଶରେ ସମ୍ମିଳିତ ଅଭିବୃଦ୍ଧି ହେବା ସହିତ ବିକାଶଶୀଳ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଲା। ଏହି ରଣନୀତି ସଫଳ ହୋଇଥିଲେ ବି ଏହା ଜଳବାୟୁ ପରିବର୍ତ୍ତନର ବିପଦକୁ ଅଣଦେଖା କରିଥିଲା । ସମୟକ୍ରମେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଥିବା ଜୀବାଶ୍ମ ଇନ୍ଧନଜନିତ ପରିଣାମକୁ ଦୂରେଇବା କଷ୍ଟକର ହୋଇଯାଇଛି। ଅତ୍ୟଧିକ ଜଗତୀକରଣ ପୂର୍ବରୁ ଥିବା ବ୍ରେଟନ ଉଡ୍ସ ମଡେଲକୁ ଦୂରେଇଦେବା ଫଳରେ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକର ଶ୍ରମ ବଜାରରେ ଅଧିକ ବ୍ୟାଘାତ ଘଟାଇବା ସହ ମଧ୍ୟବିତ୍ତ ବର୍ଗ ତଥା ଗଣତନ୍ତ୍ରକୁ କ୍ଷୁଣ୍ଣ କରିଛି। ଏହି ଦୁଇଟି ବିଷୟ ପାଇଁ ନୂତନ ରଣନୀତି ଆବଶ୍ୟକ ।
ଆମେରିକାରେ ରାଷ୍ଟ୍ରପତି ଜୋ. ବାଇଡେନ୍‌ଙ୍କ ପ୍ରଶାସନ ଏହି ନୂତନ ବାସ୍ତବତାକୁ ମୁକାବିଲା କରିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ନବୀକରଣ ଯୋଗ୍ୟ ତଥା ସବୁଜ ଶିଳ୍ପରେ ବିପୁଳ ନିବେଶକୁ ପ୍ରୋତ୍ସାହିତ କରି ଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଏବଂ ଏହା ସୁଚିନ୍ତିତ ଭାବରେ ଚାହିଦା ମୁତାବକ ଶ୍ରମଶକ୍ତିକୁ ପ୍ରୋତ୍ସାହନ ଦେଇ, ଉତ୍ପାଦନକୁ ପୁନଃସ୍ଥାପିତ ତଥା ଚାଇନାରୁ ଆମଦାନୀ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରି ମଧ୍ୟବିତ୍ତ ବର୍ଗର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖିଛି । ଜଳବାୟୁ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଗୁରୁତ୍ୱ ଦେବାର ଏହି ନୂତନ ଧାରା ବହୁ ପୂର୍ବରୁ ଅଣଦେଖା ହୋଇ ରହିଛି। ଏବର ଶିଳ୍ପ ନୀତିଗୁଡ଼ିକ ଏବଂ ଅନ୍ୟାନ୍ୟ ନିୟମାବଳୀ ପ୍ରାୟତଃ ଭେଦଭାବପୂର୍ଣ୍ଣ ଏବଂ ବିକାଶଶୀଳ ଦେଶରୁ ଉତ୍ପାଦିତ ସାମଗ୍ରୀକୁ ଦୂରେଇ ରଖିବା ଭଳି ବିପଦ ସୃଷ୍ଟି କରେ।
ଆମେରିକାରେ ଲାଗୁ ହୋଇଥିବା ସବୁଜ ସବ୍‌ସିଡି ବିଶେଷକରି ଆମଦାନୀ ସାମଗ୍ରୀ କବଳରୁ ଘରୋଇ ଉପତ୍ାଦନକୁ ସୁରକ୍ଷା ଦେଉଥିବା ନୀତିକୁ ଉତ୍ସାହିତ କରେ । ବିକାଶଶୀଳ ଦେଶରୁ ଅସାଧୁ ରପ୍ତାନିକାରୀଙ୍କୁ ଅତିରିକ୍ତ ଶୁଳ୍କ ଦେବା କ୍ଷେତ୍ରରେ ୟୁରୋପୀୟ ସଂଘର କାର୍ବନ ପ୍ରାଇସିଂ(ସବୁଜ ଗୃହ ବାଷ୍ପ ନିର୍ଗମନ କ୍ଷତିର ମୂଲ୍ୟ ନିର୍ଦ୍ଧାରଣ)ପଦ୍ଧତିର ଆବଶ୍ୟକତା ରହିବ। ହେଲେ ଗରିବ ଦେଶ ସରକାରମାନେ ବିଶ୍ୱାସ କରନ୍ତି ଯେ, ପୂର୍ବ ଏସୀୟ ଦେଶଗୁଡ଼ିକର ରପ୍ତାନିଭିତ୍ତିକ ଶିଳ୍ପାୟନକୁ ପୁନର୍ବାର ଚାଲୁ ରଖିବାରେ ସେମାନଙ୍କ ପ୍ରୟାସକୁ ଏହି ପଦକ୍ଷେପ କ୍ଷତି ପହଞ୍ଚାଇବ।
ତେବେ ଗରିବ ଦେଶ ତଥା ଜଳବାୟୁ ଉପରେ ଗୁରୁତ୍ୱ ଦେଉଥିବା ବିକଳ୍ପ ନୀତି ବିଷୟରେ ଆମେ ଚିନ୍ତା କରିପାରିବା। ଆବଶ୍ୟକ ଜଳବାୟୁ ନିବେଶକୁ ଗ୍ରହଣ କରିବା ସହ ଜଳବାୟୁ ପ୍ରଭାବକୁ ହ୍ରାସ କରିବା ଲାଗି ଏହା ଉତ୍ତରର ଧନୀ ଦେଶଗୁଡ଼ିକରୁ ଦକ୍ଷିଣରେ ଥିବା ଗରିବଦେଶଗୁଡ଼ିକୁ ଆର୍ଥିକ ଏବଂ ବୈଷୟିକ ଜ୍ଞାନକୌଶଳର ସ୍ଥାନାନ୍ତରଣକୁ ସାମିଲ କରିବ। ଏହି ନୀତିରେ ଗରିବ ଦେଶଗୁଡ଼ିକର ଶ୍ରମିକମାନଙ୍କ ଆର୍ଥିକ ସୁଯୋଗଗୁଡ଼ିକୁ ବୃଦ୍ଧି କରିବାକୁ ହେବ । ଏଥିପାଇଁ ଉତ୍ତରର ବଜାରରେ ଦ୍ରବ୍ୟ, ସେବା ସହ ଦକ୍ଷିଣର ଗରିବ ଦେଶର ଶ୍ରମିକମାନଙ୍କ ଅଧିକ ଉପଲବ୍ଧତା ନିଶ୍ଚିତ କରିବାକୁ ପଡ଼ିବ। ଏହି ନୀତି ଗଢ଼ିବା ନୈତିକ ଦୃଷ୍ଟିରୁ ଆକର୍ଷଣୀୟ ହେବ ଓ ଏହା ଦାର୍ଶନିକ ଜନ ରାୱଲ୍ସଙ୍କ ବୈଶ୍ୱିକ ନ୍ୟାୟର ନୀତିକୁ ଫଳପ୍ରଦ ଭାବରେ ପ୍ରୟୋଗ କରିବ। କିନ୍ତୁ ଏଠାରେ ମଧ୍ୟ ଟ୍ରାଇଲେମାର ସମସ୍ୟା ଅଛି । ଉନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ମଧ୍ୟବିତ୍ତ ଶ୍ରେଣୀର ପୁନରୁଦ୍ଧାରରେ ବିଫଳ ହେବ। କଲେଜ କିମ୍ବା ବୃତ୍ତିଗତ ଡିଗ୍ରୀ ନ ଥିବା ଶ୍ରମିକମାନଙ୍କ ଦରମା ହ୍ରାସ କରି ସେମାନଙ୍କ ମଧ୍ୟରେ ଅଧିକ ପ୍ରତିଯୋଗିତା ସୃଷ୍ଟି କରିବ। ଏହା ସେମାନଙ୍କର ମାନବ ପୁଞ୍ଜି ଏବଂ ଭୌତିକ ଭିତ୍ତିଭୂମିରେ ନିବେଶ ପାଇଁ ଉପଲବ୍ଧ ଆର୍ଥିକ ସମ୍ବଳକୁ ମଧ୍ୟ ହ୍ରାସ କରିବ । ସୌଭାଗ୍ୟବଶତଃ ଏହି ସବୁ ଦ୍ୱନ୍ଦ୍ୱ ବା ବିବାଦ ମଧ୍ୟରୁ କେତେକ ବାସ୍ତବ ଅପେକ୍ଷା ଅଧିକ ସ୍ପଷ୍ଟ ଜଣାପଡ଼ନ୍ତା। ବିଶେଷ ଭାବରେ, ଉନ୍ନତ ଅର୍ଥ ବ୍ୟବସ୍ଥା ଏବଂ ଗରିବ ଦେଶଗୁଡ଼ିକର ନୀତି ନିର୍ଦ୍ଧାରଣକାରୀମାନେ ସମାନ ଭାବେ ବୁଝିବା ଆବଶ୍ୟକ ଯେ, ଭବିଷ୍ୟତରେ ସାମଗ୍ରୀ, ମଧ୍ୟବିତ୍ତ ଚାକିରିର ସିଂହଭାଗ ମାନୁଫାକ୍‌ଚରିଂରୁ ନୁହେଁ, ବରଂ ସେବାରୁ ଆସିବା ଦରକାର । ଏହାସହ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ହେବ । ଶ୍ରମ ଗ୍ରହଣକାରୀ କ୍ଷେତ୍ର ଯଥା ସେବା, ଖୁଚୁରା, ଶିକ୍ଷା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସେବା ଅଧିକାଂଶ ସମୟରେ ଅଣ-ବାଣିଜ୍ୟ ହୋଇଥାଏ । ସେସବୁକୁ ପ୍ରୋତ୍ସାହିତ କରାଯିବା ଦରକାର।
ବିକାଶଶୀଳ ଦେଶଗୁଡ଼ିକର ଅଧିକ ସହଯୋଗ ବିନା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଅସମ୍ଭବ ହୋଇଯିବ। ଆମେରିକା ଏବଂ ୟୁରୋପରୁ ନିର୍ଗମନ ହ୍ରାସ ପାଉଥିବାବେଳେ ବିକାଶଶୀଳ ଦେଶଗୁଡ଼ିକର ନିର୍ଗମନ ଏବେ ସୁଦ୍ଧା ବୃଦ୍ଧିପାଉଛି। କେତେକ କ୍ଷେତ୍ରରେ ଏହାର ଦ୍ରୁତ ବୃଦ୍ଧି ଘଟୁଛି ଏବଂ ତାହା ଖୁବ୍‌ଶୀଘ୍ର ବୈଶ୍ୱିକ ନିର୍ଗମନର ୫୦ ପ୍ରତିଶତକୁ ଟପିଯିବ। ଏଣୁ ଧନୀ ଦେଶସବୁ ସବୁଜ କ୍ଷେତ୍ରକୁ ପରିବର୍ତ୍ତନ କରିବାର ନୀତିକୁ ପ୍ରୋତ୍ସାହିତ କରିବାକୁ ହେବ, ଯାହାକୁ ଗରିବ ଦେଶଗୁଡ଼ିକ ସେମାନଙ୍କ ନିଜସ୍ବ ଅଭିବୃଦ୍ଧିର ଏକ ଅଂଶ ଭାବେ ଗ୍ରହଣ କରିବେ।
ଜଳବାୟୁ ପରିବର୍ତ୍ତନ ଆମ ଅସ୍ତିତ୍ୱ ପ୍ରତି ବିପଦ । ଏକ ବୃହତ୍‌ ଏବଂ ସ୍ଥାୟୀ ମଧ୍ୟବିତ୍ତ ବର୍ଗ ହେଉଛି ଉଦାରବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଦୁଆ । ବର୍ତ୍ତମାନ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ କରିବା ଏକ ନୈତିକ ଆବଶ୍ୟକତା । ତଥାପି ଆମର ସାମ୍ପ୍ରତିକ ନୀତିଗତ ଢାଞ୍ଚା, ପରୋକ୍ଷ ତଥା ବଳପୂର୍ବକ ଭାବେ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗ୍ରହଣ କରିବାରେ ଆମକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି, ଯାହା ଦୂର କରିବା କଷ୍ଟକର ମନେହୁଏ । ଏକ ସଫଳ ତଥା ପରବର୍ତ୍ତୀ ନବଉଦାରବାଦର ପରିବର୍ତ୍ତନରେ ଆମକୁ ନୂତନ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ; ଯାହା ଏହି ବିପରୀତ ଓ ଦ୍ୱନ୍ଦ୍ୱାତ୍ମକ ସ୍ଥିତିଗୁଡ଼ିକରୁ ଆମକୁ ଚିନ୍ତାମୁକ୍ତ କରିପାରିବ।
-ପ୍ରଫେସର ଅଫ୍‌ ଇଣ୍ଟରନ୍ୟାଶନାଲ ପଲିଟିକାଲ ଇକୋନୋମି, ହାର୍ଭାର୍ଡ କେନେଡି ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

କଟିପାରେ ଏଲପିଜି କନେକ୍ସନ୍, କାଲିଠୁ ବଦଳିବ ବୁକିଂ ନିୟମ…

ନୂଆଦିଲ୍ଲୀ,୩୦।୬: ସିଲିଣ୍ଡର ମୂଲ୍ୟ, ଯୋଗାଣ ଏବଂ ରିଫିଲିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ତେଲ କମ୍ପାନୀଗୁଡ଼ିକ ଜୁଲାଇ ୧ରେ ସିଲିଣ୍ଡର ମୂଲ୍ୟରେ ରିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri