ଅଲ୍ଟରନେଟିଭ୍‌ ନୋବେଲ ବିଜେତା

ସ୍ବିଡେନ-ଜର୍ମାନୀ ଲେଖକ, ରାଜନେତା ତଥା ସାମାଜିକ କର୍ମୀ ଜାକୋବ ଭନ୍‌ ଉକ୍ସେକୁଲ୍‌ ୧୯୮୦ ମସିହାରେ ‘ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ’ ପ୍ରତିଷ୍ଠା କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସେ ଯେଉଁ ପୁରସ୍କାର ଗଢ଼ିଥିଲେ, ତାହାକୁ ଅଲ୍ଟରନେଟିଭ୍‌ ନୋବେଲ ବା ବିକଳ୍ପ ନୋବେଲ ଭାବେ ବିବେଚନା କରାଯାଇଥାଏ। ତାଙ୍କ ପ୍ରତିଷ୍ଠାନ ଏଭଳି ବ୍ୟକ୍ତିଙ୍କୁ ଚୟନ କରିଥାଆନ୍ତି, ଯେଉଁମାନେ ନୋବେଲ ପୁରସ୍କାର ପାଇବାରୁ ଯେଭଳି ଉପେକ୍ଷିତ ହୋଇଯାଇଛନ୍ତି ବୋଲି ପ୍ରତୀୟମାନ ହୁଅନ୍ତି। ୨୦୨୨ ପାଇଁ ୟୁକ୍ରେନୀୟ ମାନବ ଅଧିକାର କର୍ମୀ ଓଲେକ୍ସାଣ୍ଡ୍ରା ମାଟ୍‌ଭିଚୁକ୍‌, ସୋମାଲିଆର ମାନବ ଅଧିକାର କର୍ମୀ ଫର୍ଟୁନ୍‌ ଅଦାନ, ଭେନେଜୁଏଲାର ଆଇଓ୍ବାର୍ଡ ଏଲ୍‌ମନ୍‌ ଏବଂ ଉଗାଣ୍ଡାର ‘ଆଫ୍ରିକା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏନର୍ଜି ଗଭର୍ନାନ୍ସ’କୁ ମନୋନୀତ କରାଯାଇଛି। ସାମ୍ପ୍ରତିକ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଚାଲିଥିବା ପରିପ୍ରେକ୍ଷୀରେ ଓଲେକ୍ସାଣ୍ଡ୍ରାଙ୍କ ନାମ ଚୟନ ହେବା ଓ ତାହା ପୁଣି ପ୍ରଥମ ଥର ପାଇଁ ୟୁକ୍ରେନ୍‌ ହାତକୁ ଯିବା ଏକ ଉଲ୍ଲେଖନୀୟ ବିଷୟ।
ଓଲେକ୍ସାଣ୍ଡ୍ରା ୮ ଅକ୍ଟୋବର ୧୯୮୩ରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଅନ୍ତର୍ଗତ ବୋୟାର୍କାଠାରେ ଜନ୍ମଗ୍ରହଣ କରିଥିଲେ। ଟାରାସ୍‌ ଶେଭ୍‌ଚେନ୍‌କୋ ନ୍ୟାଶନାଲ ୟୁନିଭର୍ସିଟିରୁ ୨୦୦୭ରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୨୦୧୨ରୁ ସେ ୟୁକ୍ରେନ୍‌ ମାନବ ଅଧିକାର କମିଶନର ଉପଦେଷ୍ଟା ପରିଷଦର ସଦସ୍ୟ ରହିଆସିଛନ୍ତି। ୟୁରୋପିଆନ୍‌-ୟୁକ୍ରେନ୍‌ ଆସୋସିଏଶନ ଏଗ୍ରିମେଣ୍ଟରେ ଚୁକ୍ତି ନ କରିବାକୁ ସରକାର ଅଚାନକ ନିଷ୍ପତ୍ତି ନେବାରୁ ତାହାକୁ ବିରୋଧ କରି ୟୁକ୍ରେନ୍‌ ନାଗରିକ ୩୦ ନଭେମ୍ବର ୨୦୧୩ରେ କିଭ୍‌ ସ୍କ୍ବୋୟାରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରୁଷିଆ ଓ ୟୁରୋଏସିଆନ୍‌ ଇକୋନୋମିକ୍‌ ୟୁନିୟନର ନିକଟତର ହେବାକୁ ଚାହୁଁଥିବା ସରକାରଙ୍କୁ ଦେଶବାସୀ ବିରୋଧ କରିଥିଲେ। ଫଳରେ ୟୁକ୍ରେନ୍‌ରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ସେହି ସମୟରେ ଓଲେକ୍ସାଣ୍ଡ୍ରା ଉକ୍ତ ବିକ୍ଷୋଭରେ ସମନ୍ବୟକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ରୁଷିଆ ସହାୟତାରେ ବେଆଇନ ଭାବେ ୟୁକ୍ରେନୀୟଙ୍କୁ ଗିରଫ କରାଯାଇଥିଲା। ନିଜ ଦେଶର ଏହି ନାଗରିକଙ୍କ ମୁକ୍ତି ଲାଗି ଓଲେକ୍ସାଣ୍ଡ୍ରା ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ିବାକୁ ଯାଇ ଅଭିଯାନ ଆରମ୍ଭ କରି ସେଥିରେ ଅନେକାଂଶରେ ସଫଳତା ପାଇଥିଲେ। ଯେଉଁଠାରେ ମାନବ ଅଧିକାର ଉଲ୍ଲଂଘନ ହେବା ସେ ଦେଖିଥାଆନ୍ତି, ତା’ ବିରୋଧରେ ସ୍ବର ଉତ୍ତୋଳନ କରିଥାଆନ୍ତି। ଫଳରେ ସେ ଜାତିସଂଘ ଚୁକ୍ତି ସଂସ୍ଥାରେ ପ୍ରଥମ ୟୁକ୍ରେନୀୟ ମହିଳା ଭାବେ ସଦସ୍ୟ ହେବାର ଗୌରବ ଅର୍ଜନ କରିଥିଲେ। ବର୍ତ୍ତମାନ ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣ ଯୋଗୁ ବାସଚ୍ୟୁତ ହୋଇଥିବା ଅସଂଖ୍ୟ ଲୋକଙ୍କ ଦୁର୍ଦ୍ଦଶାକୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସ୍ଥାନିତ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଯୁଦ୍ଧ ଅପରାଧର ତଦନ୍ତ ସହିତ ବିଭିନ୍ନ କ୍ଷେତ୍ରରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତରେ ବିଚାର କରିବା ଲାଗି ସ୍ବତନ୍ତ୍ର ‘ହାଇବ୍ରିଡ୍‌ କୋର୍ଟ’ ସ୍ଥାପନ ସକାଶେ ସେ ଦେଇଥିବା ପ୍ରସ୍ତାବ ଏବେ ବୈଦେଶିକ ନୀତି ନିର୍ଦ୍ଧାରକଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri