ଅଲ୍ଟରନେଟିଭ୍‌ ନୋବେଲ ବିଜେତା

ସ୍ବିଡେନ-ଜର୍ମାନୀ ଲେଖକ, ରାଜନେତା ତଥା ସାମାଜିକ କର୍ମୀ ଜାକୋବ ଭନ୍‌ ଉକ୍ସେକୁଲ୍‌ ୧୯୮୦ ମସିହାରେ ‘ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ’ ପ୍ରତିଷ୍ଠା କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସେ ଯେଉଁ ପୁରସ୍କାର ଗଢ଼ିଥିଲେ, ତାହାକୁ ଅଲ୍ଟରନେଟିଭ୍‌ ନୋବେଲ ବା ବିକଳ୍ପ ନୋବେଲ ଭାବେ ବିବେଚନା କରାଯାଇଥାଏ। ତାଙ୍କ ପ୍ରତିଷ୍ଠାନ ଏଭଳି ବ୍ୟକ୍ତିଙ୍କୁ ଚୟନ କରିଥାଆନ୍ତି, ଯେଉଁମାନେ ନୋବେଲ ପୁରସ୍କାର ପାଇବାରୁ ଯେଭଳି ଉପେକ୍ଷିତ ହୋଇଯାଇଛନ୍ତି ବୋଲି ପ୍ରତୀୟମାନ ହୁଅନ୍ତି। ୨୦୨୨ ପାଇଁ ୟୁକ୍ରେନୀୟ ମାନବ ଅଧିକାର କର୍ମୀ ଓଲେକ୍ସାଣ୍ଡ୍ରା ମାଟ୍‌ଭିଚୁକ୍‌, ସୋମାଲିଆର ମାନବ ଅଧିକାର କର୍ମୀ ଫର୍ଟୁନ୍‌ ଅଦାନ, ଭେନେଜୁଏଲାର ଆଇଓ୍ବାର୍ଡ ଏଲ୍‌ମନ୍‌ ଏବଂ ଉଗାଣ୍ଡାର ‘ଆଫ୍ରିକା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏନର୍ଜି ଗଭର୍ନାନ୍ସ’କୁ ମନୋନୀତ କରାଯାଇଛି। ସାମ୍ପ୍ରତିକ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଚାଲିଥିବା ପରିପ୍ରେକ୍ଷୀରେ ଓଲେକ୍ସାଣ୍ଡ୍ରାଙ୍କ ନାମ ଚୟନ ହେବା ଓ ତାହା ପୁଣି ପ୍ରଥମ ଥର ପାଇଁ ୟୁକ୍ରେନ୍‌ ହାତକୁ ଯିବା ଏକ ଉଲ୍ଲେଖନୀୟ ବିଷୟ।
ଓଲେକ୍ସାଣ୍ଡ୍ରା ୮ ଅକ୍ଟୋବର ୧୯୮୩ରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଅନ୍ତର୍ଗତ ବୋୟାର୍କାଠାରେ ଜନ୍ମଗ୍ରହଣ କରିଥିଲେ। ଟାରାସ୍‌ ଶେଭ୍‌ଚେନ୍‌କୋ ନ୍ୟାଶନାଲ ୟୁନିଭର୍ସିଟିରୁ ୨୦୦୭ରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୨୦୧୨ରୁ ସେ ୟୁକ୍ରେନ୍‌ ମାନବ ଅଧିକାର କମିଶନର ଉପଦେଷ୍ଟା ପରିଷଦର ସଦସ୍ୟ ରହିଆସିଛନ୍ତି। ୟୁରୋପିଆନ୍‌-ୟୁକ୍ରେନ୍‌ ଆସୋସିଏଶନ ଏଗ୍ରିମେଣ୍ଟରେ ଚୁକ୍ତି ନ କରିବାକୁ ସରକାର ଅଚାନକ ନିଷ୍ପତ୍ତି ନେବାରୁ ତାହାକୁ ବିରୋଧ କରି ୟୁକ୍ରେନ୍‌ ନାଗରିକ ୩୦ ନଭେମ୍ବର ୨୦୧୩ରେ କିଭ୍‌ ସ୍କ୍ବୋୟାରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରୁଷିଆ ଓ ୟୁରୋଏସିଆନ୍‌ ଇକୋନୋମିକ୍‌ ୟୁନିୟନର ନିକଟତର ହେବାକୁ ଚାହୁଁଥିବା ସରକାରଙ୍କୁ ଦେଶବାସୀ ବିରୋଧ କରିଥିଲେ। ଫଳରେ ୟୁକ୍ରେନ୍‌ରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ସେହି ସମୟରେ ଓଲେକ୍ସାଣ୍ଡ୍ରା ଉକ୍ତ ବିକ୍ଷୋଭରେ ସମନ୍ବୟକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ରୁଷିଆ ସହାୟତାରେ ବେଆଇନ ଭାବେ ୟୁକ୍ରେନୀୟଙ୍କୁ ଗିରଫ କରାଯାଇଥିଲା। ନିଜ ଦେଶର ଏହି ନାଗରିକଙ୍କ ମୁକ୍ତି ଲାଗି ଓଲେକ୍ସାଣ୍ଡ୍ରା ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ିବାକୁ ଯାଇ ଅଭିଯାନ ଆରମ୍ଭ କରି ସେଥିରେ ଅନେକାଂଶରେ ସଫଳତା ପାଇଥିଲେ। ଯେଉଁଠାରେ ମାନବ ଅଧିକାର ଉଲ୍ଲଂଘନ ହେବା ସେ ଦେଖିଥାଆନ୍ତି, ତା’ ବିରୋଧରେ ସ୍ବର ଉତ୍ତୋଳନ କରିଥାଆନ୍ତି। ଫଳରେ ସେ ଜାତିସଂଘ ଚୁକ୍ତି ସଂସ୍ଥାରେ ପ୍ରଥମ ୟୁକ୍ରେନୀୟ ମହିଳା ଭାବେ ସଦସ୍ୟ ହେବାର ଗୌରବ ଅର୍ଜନ କରିଥିଲେ। ବର୍ତ୍ତମାନ ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣ ଯୋଗୁ ବାସଚ୍ୟୁତ ହୋଇଥିବା ଅସଂଖ୍ୟ ଲୋକଙ୍କ ଦୁର୍ଦ୍ଦଶାକୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସ୍ଥାନିତ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଯୁଦ୍ଧ ଅପରାଧର ତଦନ୍ତ ସହିତ ବିଭିନ୍ନ କ୍ଷେତ୍ରରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତରେ ବିଚାର କରିବା ଲାଗି ସ୍ବତନ୍ତ୍ର ‘ହାଇବ୍ରିଡ୍‌ କୋର୍ଟ’ ସ୍ଥାପନ ସକାଶେ ସେ ଦେଇଥିବା ପ୍ରସ୍ତାବ ଏବେ ବୈଦେଶିକ ନୀତି ନିର୍ଦ୍ଧାରକଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri