ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା ଦେଖିବାକୁ ମିଳିଛି ା ମ୍ୟାନେଜରଙ୍କ ଭଡାଘରୁ ପ୍ରାୟ ୩୦ ଖଣ୍ଡ ମୂଲ୍ୟବାନ ପଟା ଗାଡି ଯୋଗେ ନେଇଉଥିବା ଜଣାପଡିଛି। ବନବିଭାଗ ଏହା ଜାଣି ସୁଦ୍ଧା ନୀରବ ରହିଛି।
ଖବରରୁ ଜଣାପଡିଛି କେସିସି ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଦଶରଥ ବେହେରାଙ୍କ କାଲିମେଳାରୁ ଅନ୍ୟତ୍ର ବଦଳି ହୋଇଛି ା ତେବେ ରବିବାର ଅପରାହ୍ନ ରେ ବେହେରା ରହୁଥିବା ଭଡାଘର ଛାଡିବା ସମୟରେ ୩୦ରୁ ଊର୍ଦ୍ଧ୍ୱ କାଠପଟା ମିନି ଟ୍ରକ (ଓଆର ୧୦ ସି ୯୩୦୯)ରେ ଲୋର୍ଡ କରୁଥିବା ସମୟରେ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚତ୍ବାରୁ ମ୍ୟାନେଜର ବେହେରା ଜଣେ ଖବରଦାତାଙ୍କ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିବା ସହ ଖବର ପ୍ରସାରଣ ନ କରିବାକୁ କହିଥିଲେ। କାଠପଟା ନେବା ପାଇଁ ତାଙ୍କ ପାଖରେ କାଗଜପତ୍ର ଥିବା ସେ କହିଥିଲେ। ମାତ୍ର ତାଙ୍କ ପାଖରେ କଣସବୁ କାଗଜପତ୍ର ରହିଛି ତାହା ସେ ଦେଖାଇ ନ ଥିଲେ। ତାଙ୍କର ବଡବଡ ଲୋକଙ୍କ ସହିତ ସମ୍ପର୍କ ରହିଛି, ତାଙ୍କର କେହି କିଛିକରିପାରିବେ ନାହଁି ବୋଲି ବେହେରା ପ୍ରକାଶ କରିଥିଲେ। ତେବେ ବିଳମ୍ବରେ କାଲିମେଳା ବନପାଳ ସ୍ବୟଂପ୍ରଭା ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚତ୍ କାଠପଟାଗୁଡିକ ଯାଞ୍ଚ କରିଥିଲେ। କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ନଦେଇ କର୍ମଚାରୀମାନେ ସେଠାରୁ ଚାଲି ଯାଇଥିଲେ। ଏ ନେଇ କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ ଦଳାଇଙ୍କୁ ପଚାରିବାରୁ ସେ କହିଲେ ଯେ, ବେହେରା ପୁରୁଣା ଖଟ ନେବା ପାଇଁ ପରମିଶନ ମାଗିଥିଲେ। ମାତ୍ର ପରମିଶନ କପି ଗଣମାଧ୍ୟମ ପ୍ରତିନିଧିମାନେ ଦେଖିବାକୁ ଚାହିଁବାରୁ ସେ ଏହାକୁ ଏଡାଇ ଯାଇଥିଲେ। ଏଥିରୁ ବନ ବିଭାଗ ଓ ବ୍ୟାଙ୍କ ମ୍ୟାନେଜର ବେହେରାଙ୍କ ମଧ୍ୟରେ କିଛି ଭିତିରି ବୁଝାମଣା ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ପଟ୍ଟା ଚାଲାଣ ହେଉଥିବା ୪୦୭ ଗାଡିର ମଧ୍ୟ ଫିଟନେସ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri