ସ୍ପୋର୍ଟସ ଦୋକାନରେ ଟିକେଟ୍‌ ବିକ୍ରି ଅଭିଯୋଗ ସତ

ଅନୁଗୋଳ ଅଫିସ,୧୮।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୨ ତାରିଖରେ ବାରବାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ମଧ୍ୟରୁ କେତୋଟି ଟିକେଟ୍‌ ଏକ ସ୍ପୋର୍ଟସ ଦୋକାନରେ ବ୍ଲାକରେ ବିକ୍ରି କରାଯାଇଥିବା ଅଭିଯୋଗରେ ସତ୍ୟତା ରହିଛି। ଗୁରୁବାର ଅନୁଷ୍ଠିତ ଏଡିସିଏ ବୈଠକରେ ଏହା ସ୍ବୀକାର କରାଯାଇଛି। ସେହିପରି ଟିକେଟ୍‌ ବଣ୍ଟନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରି କୋଷାଧ୍ୟକ୍ଷ ପଦରୁ ରଞ୍ଜନ କୁମାର ଧୀରସାମନ୍ତ ଇସ୍ତଫା ଦେଇଥିଲେ ମଧ୍ୟ ତାହାକୁ ଏଡିସିଏ ବୈଠକରେ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନକୁ ମିଳିଥିବା ଟିକେଟ ଓ ପାସ୍‌ ବିକ୍ରି ହୋଇଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ଉଠିବା ପରେ ଆସୋସିଏଶନ ପରିଚାଳନା ବୈଠକ ଡକାଯାଇଥିଲା। ଏଥିରେ ଏଡିସିଏ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ୨ ଜଣ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ତେବେ କୋଷାଧ୍ୟକ୍ଷ ଧୀରସାମନ୍ତଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନ ଥିଲା। ଏହାପରେ ଟିକେଟ୍‌ ବିକ୍ରି ଅଭିଯୋଗକୁ ନେଇ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏ ନେଇ ଏଡିସିଏ ସମ୍ପାଦକ ସାଗର ମିଶ୍ର କହିଛନ୍ତି, କୋଷାଧ୍ୟକ୍ଷଙ୍କ ଇସ୍ତଫା ଗ୍ରହଣ କରାଗଲା ନାହିଁ। ସେ ପୂର୍ବଭଳି ତାଙ୍କ କାର୍ଯ୍ୟ କରିବେ। ସେହିଭଳି ଏଡିସିଏ ଭାଗରେ ପଡ଼ିଥିବା ୨୩ଟି କମ୍ପ୍ଲିମେଣ୍ଟାରି ଟିକେଟ୍‌ରୁ ଓଲ୍ଡ ପାଭିଲିଅନର ଗୋଟିଏ ଟିକେଟ୍‌ ଏସ୍‌ପିଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବତନ ରଣଜି ଖେଳାଳିଙ୍କୁ ୨ଟି, ଆସୋସିଏଶନ ସଦସ୍ୟଙ୍କୁ ଗୋଟିଏ, ଜିଲାପାଳଙ୍କୁ କ୍ଲବ ହାଉସର ୨ଟି ଟିକେଟ୍‌ ପ୍ରଦାନ କରାଯାଇଥିଲା। ବିସିସିଆଇ ବକ୍ସରେ ଆସୋସିଏଶନ ସମ୍ପାଦକ ବସିଥିଲେ। ଜିଲା କ୍ରୀଡ଼ା ଅଧିକାରୀଙ୍କ ପାଇଁ ମଧ୍ୟ ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା। ଏଥିସହ ଜିଲାର ଜଣେ ଖବରଦାତାଙ୍କୁ ପାସ୍‌ ପ୍ରଦାନ କରାଯାଇଥିଲା। ସେହିପରି ଜିଲାକୁ ମିଳିଥିବା ୧୧୩ଟି କୋଟା ଟିକେଟ୍‌ରୁ ଅମଲାପଡ଼ାର ଏକ ସ୍ପୋର୍ଟସ ଦୋକାନରେ ୨ ଟିକେଟ୍‌ ବିକ୍ରି କରାଯାଇଥିବା କଥା ତର୍ଜମା ସମୟରେ ଜଣାପଡିଛି। କୋଟାରେ ଆସିଥିବା ଟିକେଟରୁ ସେ ୨ଟି ଟିକେଟ୍‌ ନେଇଥିଲେ। ପରବର୍ତ୍ତୀ ସମୟରେ ଚଢା ଦରରେ ବିକ୍ରି କରିଛନ୍ତି। ତେଣୁ ଆଗାମୀ ଦିନରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଟିକେଟ ଏଡିସିଏ ପ୍ରଦାନ କରିବ ନାହିଁ। ତେବେ ଟିକେଟ ବଣ୍ଟାଯିବା ପୂର୍ବରୁ ସାଧାରଣ ପରିଷଦ ବୈଠକ ହେବା କଥା। ତାହା ହୋଇ ନ ଥିବାରୁ ସମସ୍ୟା ଉପୁଜିଛି। ଆଗକୁ କିଭଳି ଏ ଭୁଲର ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri