ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି, ୪ା୬ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦରେ ବହୁ ବିଳମ୍ବ ଯୋଗୁ ପରିବାର ଲୋକେ ମୃତଦେହ ଧରି ଚାଲିଚାଲି ୮ କି.ମି. ଦୂର ଗ୍ରାମକୁ ଆସିଥିବା ପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବରରୁ ଜଣାପଡିଛି, ସିହାଙ୍ଗବାଲି ପଞ୍ଚାୟତ କାଜୁରିବାଜାରି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ୬ମାସର ଗର୍ଭବତୀ ଥିଲେ। ସୋମବାର ରାତିରେ ତାଙ୍କର ପେଟ, ବେକ ଓ ଆଖିରେ ବ୍ୟଥା ହେବାରୁ ସୁରେନ୍ଦ୍ର ସ୍ତ୍ରୀଙ୍କୁ ଭୋର ସମୟରେ ଦାରିଙ୍ଗିବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ତାଙ୍କ ସ୍ତ୍ରୀଙ୍କୁ ଇଞ୍ଜେକ୍ସନ ଦେବା ସହ ସାଲାଇନ ଓ ଅକ୍ସିଜେନ ଦେଇଥିଲେ। ତେବେ ଡାକ୍ତର ତାଙ୍କ ପେଟ କାଟୁଥିବାରୁ ପେଟକୁ ଜୋରରେ ଚିପି ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ଭଲ ହେବା ପରିବର୍ତ୍ତେ ଯନ୍ତ୍ରଣାରେ ଛାଟିପିଟି ହୋଇଥିଲେ। କିଛି ସମୟ ପରେ ଡାକ୍ତର ଆସି ସ୍ତ୍ରୀଙ୍କୁ ମୃତ ଘୋଷଣା କରି ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ବୋଲି ସୁରେନ୍ଦ୍ର କହିଛନ୍ତି। ତେବେ ଚିକିତ୍ସା ସମୟରେ ଡାକ୍ତରଙ୍କୁ ସୁରେନ୍ଦ୍ର ତାଙ୍କ ସ୍ତ୍ରୀ ୬ମାସର ଗର୍ଭବତୀ ଥିବା ଜଣାଇଥିଲେ। ଡାକ୍ତର ତାଙ୍କ ସ୍ତ୍ରୀଙ୍କ ପେଟକୁ ଜୋରରେ ଚିପି ନ ଥିଲେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି ସୁରେନ୍ଦ୍ର ଅଭିଯୋଗ କରିଛନ୍ତି।
ଖବରପାଇ ଆଇଆଇସି କନକ ମାଝୀ, ଏସ୍‌ଆଇ ଲକ୍ଷ୍ମୀ ମାଝୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଯିବାକୁ ଡାକ୍ତର କହିଥିଲେ ମଧ୍ୟ ଆମ୍ବୁଲାନ୍ସରେ ତେଲ ନାହିଁ, ଷ୍ଟାର୍ଟ ହେଉନାହିଁ ଆଳ ଦେଖାଇ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଦେଇ ନ ଥିଲେ। ଇତି ମଧ୍ୟରେ ଖବରପାଇ ସୁରେନ୍ଦ୍ରଙ୍କ ଗ୍ରାମରୁ ବହୁ ମହିଳା ପୁରୁଷ ଓ ଜନ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସାରିଥିଲେ। ମୃତଦେହ ବ୍ୟବଚ୍ଛେଦ ଓ ରିପୋର୍ଟ ପ୍ରସ୍ତୁତିରେ ବହୁ ବିଳମ୍ବ ହେବାରୁ ପରିବାର ଓ ଗ୍ରାମବାସୀ ଆମେ ଆଉ ମୃତଦେହ ବ୍ୟବଚ୍ଛେଦ କରିବୁନାହିଁ କହି ଡାକ୍ତର ଏବଂ ପୋଲିସର ଅବହେଳାକୁ ଦାୟୀ କରିଥିଲେ। ପରେ ଗ୍ରାମର ମହିଳାମାନେ ସୁନିମାଙ୍କ ମୃତଦେହକୁ କାନ୍ଧରେ ଧରି ଗ୍ରାମ ଅଭିମୁଖେ ବାହାରିଥିଲେ। ସେମାନଙ୍କୁ ପୋଲିସ ବୁଝାଶୁଝା କରିଥିଲେ ମଧ୍ୟ କିଛି ଶୁଣି ନ ଥିଲେ। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡା. ଜାକେଶ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଲେ, ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri