ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩ା୧୧- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲରେ ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ଉକ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରି ମୃତଦେହ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣା ଦେଇଥିଲେ। ୫ଘଣ୍ଟା ପରେ ମେଡ଼ିକାଲ ସୁପରିଣ୍ଟେଣ୍ଡଣ୍ଟ ଡା.ବୈକୁଣ୍ଠ ନାଥ ମହାପାତ୍ର ଘଟଣାସ୍ଥଳକୁ ଆସିଥିବା ବେଳେ ଉତ୍ତ୍ୟକ୍ତ ମହିଳା ପୁରୁଷ ତାଙ୍କୁ ଠେଲାପେଲା କରିଥିଲେ। ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ରାଶି ଦେବା ସହିତ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମେଡ଼ିକାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଉତ୍ତେଜନା ଲାଗି ରହିଥିବାରୁ ମେଡ଼ିକାଲ ପରିସରରେ ପୋଲିସ ମୃତୟନ ହୋଇଛନ୍ତି ା
ସୂଚନା ଅନୁଯାୟୀ, ଶାମାଖୁଣ୍ଟା ବ୍ଲକ ଅଧୀନ ରଙ୍ଗାମାଟିଆ ଗ୍ରାମର ସୁନାରାମ ପାତ୍ରଙ୍କ ଝିଅ ସୁପ୍ରିୟା (୧୭) ଜଣେ ଥାଲାସେମିଆ ରୋଗୀ। ଦେହ ଅସୁସ୍ଥ ହେବାରୁ ୩ଦିନ ପୂର୍ବେ ପରିବାର ଲୋକେ ତାଙ୍କୁ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା। ରବିବାର ରାତିରେ ରକ୍ତ ଅଭାବ ଜଣାପଡ଼ିବାରୁ ତାଙ୍କ ବାପା ନିଜେ ରକ୍ତ ଦେବାକୁ ନିବେଦନ କରିଥିଲେ। ମାତ୍ର ସୁପ୍ରିୟାଙ୍କ ଶରୀର ତାପମାତ୍ରା ଅଧିକ ଥିବାରୁ ରକ୍ତ ଦିଆଯାଇପାରିବ ନାହିଁ ବୋଲି ଦାୟିତ୍ୱରେ ଥିବା ଡାକ୍ତର ଜଣାଇଥିଲେ। ଏପରିସ୍ଥଳେ ସୋମବାର ସକାଳେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଚିକିତ୍ସା ଅବହେଳା ପାଇଁ ଝିଅର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବା ପରେ ମେଡିକାଲ ସୁପରିଣ୍ଟେଣ୍ଡଣ୍ଟ ଡା.ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସମୟରେ ଉତ୍ତ୍ୟକ୍ତ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ା ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅତିରିକ୍ତ ଉପଜିଲାପାଳ ପ୍ରକାଶ ଚନ୍ଦ୍ର ବେହେରା ଓ ସଦର ଏସଡିପିଓ କେ.କେ. ହରିପ୍ରସାଦ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଅପରପକ୍ଷରେ ଜିଲା କଂଗ୍ରେସର ସଭାପତି ହେମନ୍ତ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ, ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ନିର୍ମଳ ପ୍ରଧାନ ପ୍ରମୁଖ ଘଟଣାକୁ ନିନ୍ଦା କରିବା ସହିତ ମେଡିକାଲ କଲେଜରେ ଦିନିକୁ ଦିନ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ୁଥିବାରୁ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ା ଏ ସଂକ୍ରାନ୍ତରେ ମେଡିକାଲ ସୁପରିଣ୍ଟେଣ୍ଡଣ୍ଟ ଡା.ମହାପାତ୍ରଙ୍କୁ ପଚାରିବାରୁ ଥାଲାସେମିଆ ରୋଗୀଙ୍କ ଠିକ୍‌ ଚିକିତ୍ସା କରାଯାଇଥିଲା। ମାତ୍ର ଜ୍ୱର ଥିବାରୁ ତାଙ୍କୁ ରକ୍ତଦେବା ସମ୍ଭବ ହୋଇ ନ ଥିଲା। ଏହି ଘଟଣାର ତଦନ୍ତ କରାଯାଇ ୧୫ ଦିନ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri