ନଡ଼ିଆ ଚାରା ରୋପଣ ନାଁରେ ଅନିୟମିତତା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ, ୭।୮: ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୦ରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ନଡିଆ ଚାରା ରୋପଣ କରାଯାଇଥିଲା। ନଡିଆ ଚାରା, ଖତ, ସାର, ଜଳସେଚନ, ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣ ବାବଦରେ ୪୩.୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ୨୮.୪୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାବେଳେ ଅବଶିଷ୍ଟରେ ବିଳମ୍ବ ହୋଇଥିଲା। ବାସ୍ତବରେ କିନ୍ତୁ ମୋଟା ଅଙ୍କର ସରକାରୀ ଅର୍ଥ ବ୍ୟୟ ସତ୍ତ୍ବେ ଗୋଟିଏ ବି ନଡିଆ ଗଛ ବଞ୍ଚତ୍ ନ ଥିଲା। ଏହା ଉପରେ ଜଗତ୍‌ସିଂହପୁର ଜିଲା ପରିଷଦ କାର୍ଯ୍ୟାଳୟ ପରିସର ଅମ୍ବୁଡସ୍‌ମ୍ୟାନଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେଲା ପରେ ଅନେକ କଥା ପଦାକୁ ଆସିଛି। ଅମ୍ବୁଡସ୍‌ମ୍ୟାନ୍‌ ରମେଶ ବେହେରା ମାମଲାର ବିଚାର କରି ପୂର୍ବତନ ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ (ଏଡିଏସ୍‌ସି) ଦୟାନିଧି ବାଗ, ଏହି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଘନଶ୍ୟାମ ମଲ୍ଲିକ, ବୃକ୍ଷରୋପଣ ପାଇଁ ନିଯୁକ୍ତ ବ୍ଲକ ମୃତ୍ତିକା ସଂରକ୍ଷଣ ଓଭରସିଅର ଦେବୀ ପ୍ରସାଦ ଜେନାଙ୍କୁ ଜଣକା ୯,୪୯, ୮୩୨ ଟଙ୍କା ହିସାବରେ ମୋଟ ୨୮,୪୯,୪୯୮ ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ମୋଟ ଟଙ୍କା ଉପରେ ୧୮% ସୁଧ ଦେବାକୁ କୁହାଯାଇଛି। ଏଥିସହ ଆଦେଶ ପାଇବାର ୧୫ ଦିନ ମଧ୍ୟରେ ଭୁବନେଶ୍ୱର ସଚିବାଳୟ ଶାଖାର ଏସ୍‌ଇଜିଏଫ୍‌ ଆକାଉଣ୍ଟରେ ଜଣକା ୧,୦୦୦ ଟଙ୍କା ହିସାବରେ ଜରିମାନା ଜମା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
୨୦୨୦ରେ ବାଲିକୁଦା ବ୍ଲକ ବାଗାଁ ଗ୍ରାମର ଚିକନଜିତ ମହାନ୍ତ ଅଢ଼ଙ୍ଗ ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ନଡିଆ ଚାରା ରୋପଣ ଉପରେ ସୂଚନା ଅଧିକାର ଆଇନ ବଳରେ ବାଲିକୁଦା ବ୍ଲକ ମୃତ୍ତିକା ସଂରକ୍ଷଣ ଉପଖଣ୍ଡ ଅଧିକାରୀଙ୍କଠାରୁ ତଥ୍ୟ ମାଗିଥିଲେ। ଏହା ଉପରେ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା, ୨୦୨୦-୨୧ ଆର୍ଥିକ ବର୍ଷ ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପଞ୍ଚାୟତରେ ୪୧୧୦ଟି ନଡିଆ ଚାରା ରୋପଣ କରାଯାଇଛି। ଆର୍ଥିକ ବର୍ଷ ଶେଷ ଅର୍ଥାତ୍‌ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୩୨୨୮ (୮୦%) ଚାରା ବଞ୍ଚତ୍ଥିଲା। ଏହାପରେ ୨୦୨୧-୨୨ ନିମନ୍ତେ ରୋପଣ କରାଯାଇଥିବା ଚାରା ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ ସହକାରୀ ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନ ଥିଲା । ତା’ପରେ ମହାନ୍ତି ଓ ଅନ୍ୟ ୭ ଜଣ ଜଗତ୍‌ସିଂହପୁର ଅମ୍ବୁଡସ୍‌ମ୍ୟାନ୍‌ଙ୍କ ନିକଟରେ ଚଳିତ ବର୍ଷ ମେ’୨୩ ରେ ଅଭିଯୋଗ କରିଥିଲେ। ଏଥିରେ ଉଲ୍ଲେଖ ଥିଲା ୨୦୨୦-୨୧ରେ ଅଢ଼ଙ୍ଗ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଛି । ଅଭିଯୋଗ ଆଧାରରେ ଅମ୍ବୁଡସ୍‌ମ୍ୟାନ୍‌ଙ୍କ ପକ୍ଷରୁ ୭ା୭ା୨୨ରେ ୩ ଜଣଙ୍କ ପାଖକୁ ପୃଥକ ନୋଟିସ୍‌ କରାଯାଇଥିଲ। ଏଥିରେ ଆବଶ୍ୟକ କାଗଜାତ ଦାଖଲ ପାଇଁ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ନଡିଆ ଚାରା ରୋପଣ କି ଅନ୍ୟାନ୍ୟ ଖର୍ଚ୍ଚ ବାବଦୀୟ କୌଣସି ସହାୟକ ଭାଉଚର, କେସ ରେକର୍ଡ ନ ପହଞ୍ଚତ୍ବାରୁ ଆମ୍ବୁଡସ୍‌ମ୍ୟାନ୍‌ଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା କେବଳ ଅନଲାଇନ୍‌ ଖର୍ଚ୍ଚ ବାବଦ ୨୮,୪୯,୪୯୮ ଟଙ୍କା କାର୍ଯ୍ୟାଳୟରେ ଉପଲବ୍ଧ ଥିବା ସ୍ପଷ୍ଟ କରାଯାଉଛି । ମୃତ୍ତିକା ସଂରକ୍ଷଣ ଓଭରସିଅର ଦେବୀ ପ୍ରସାଦ ଅନୁଧ୍ୟାନ ପାଇଁ ଏକାଧିକ ବାର କେସ ରେକର୍ଡ ଦାଖଲ ପାଇଁ ସମୟ ନେଇଛନ୍ତି । କିନ୍ତୁ ଦାଖଲ କରୁନାହାନ୍ତି । ଅମ୍ବୁଡସ୍‌ମ୍ୟାନ୍‌ କ୍ଷେତ୍ର ପରିଦର୍ଶନ କଲାବେଳେ ଅଭିଯୋଗକାରୀ ଉପସ୍ଥିତ ରହି କାଗଜପତ୍ର ଦେଖାଇଥିଲେ। କିନ୍ତୁ ଅଭିଯୁକ୍ତମାନେ ନ ଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ଅଭିଯୋଗକାରୀ ଓ ଅଢ଼ଙ୍ଗ ଜିଆର୍‌ଏସ୍‌ ଅଭିଯୋଗ ଅନୁଯାୟୀ, ଗୋଟିଏ ବି ନଡିଆ ଗଛ ଦେଖିବାକୁ ମିଳି ନ ଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏ ଆଇନ ଓ କାନୁନ ଖିଲାପ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ନୋଟିସ୍‌ ପାଇବାର ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ପଡ଼ିବ। ନଚେତ ଧରିନେବାକୁ ପଡିବ ଯେ ଏହି ପ୍ରସଙ୍ଗରେ ଅଭିଯୁକ୍ତମାନେ କିଛି କହିବାକୁ ଚାହୁଁନାହାନ୍ତି । ଏହାର ଉତ୍ତର ନ ମିଳିବାରୁ ୨୯ା୭ା୨୨ରେ ଉପରୋକ୍ତ ୩ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଉପଯୁକ୍ତ ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅମ୍ବୁଡସ୍‌ମ୍ୟା୍‌ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri