ଚାଷୀଙ୍କୁ ଦୋହରା ଧକ୍କା

ଯାଜପୁର ଅଫିସ, ୧୦।୧: ୨୦୧୯ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ହୋଇଥିବା ଉଠିଛି। ଏହି ଜିଲାଗୁଡ଼ିକର ୨୦ରୁ ଊର୍ଦ୍ଧ୍ୱ ବ୍ଲକରେ କ୍ଷୟକ୍ଷତି ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଭାବେ ୬ଟି ବ୍ଲକ୍‌କୁ ଗଣନା କରାଯାଇଛି। ଫଳରେ ବାକି ବ୍ଲକଗୁଡ଼ିକର କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଗୋଟିଏ ପଟେ ପ୍ରବଳ ବର୍ଷା ଫସଲ ଧୋଇନେଇଥିବାବେଳେ ଅନ୍ୟପଟେ ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ଆକଳନ ଚାଷୀଙ୍କୁ ଆର୍ଥିକ ଯନ୍ତ୍ରଣା ମଧ୍ୟକୁ ଠେଲିଦେଇଛି। ଏଭଳି ଦୋହରା ଧକ୍କାରେ ବହୁ ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି।

ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଗତ ସେପ୍ଟେମ୍ବର ୪ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାର ୬ ବ୍ଲକର ୮୫ ପଞ୍ଚାୟତର ୨୮୨ ଗ୍ରାମରେ ଉପରୋକ୍ତ ୩ ଦିନର ପ୍ରବଳ ବର୍ଷାରେ ଚାଷଜମି ପ୍ରଭାବିତ ହୋଇଥିଲା। ମୋଟ ୮୪୬୭.୫ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ଏହି ବିଜ୍ଞପ୍ତି ଆଧାରରେ ସମବାୟ ବିଭାଗ ଅଧସ୍ତନ ସଚିବ ଡି.କେ. ମହାନ୍ତି ଗତ ଡିସେମ୍ବର ୧୧ରେ ନିବନ୍ଧକ ସମବାୟ ସମିତି ସମୂହ (ଆରସିଏସ୍‌) ଏବଂ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ(ଓଏସ୍‌ସିବି)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆରସିଏସ୍‌ କାର୍ଯ୍ୟାଳୟରୁ ଗତ ୧ ତାରିଖରେ ଡିଆରସିଏସ୍‌ ବ୍ରହ୍ମପୁର, କଟକ ୨ ଓ ଖୋର୍ଦ୍ଧା ଡିଭିଜନ ଏବଂ ସିସିବି ସମ୍ପାଦକମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ତାଲିକା ଅନୁସାରେ ଗଜପତି ଜିଲା ରାୟଗଡ଼ ବ୍ଲକର ୨ ପଞ୍ଚାୟତର ୭ ଗ୍ରାମର ୧୧୨ ହେକ୍ଟର, ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ଓ ଆସ୍କା ବ୍ଲକର ୧୯ ପଞ୍ଚାୟତ ଅନ୍ତର୍ଗତ ୩୯ ଗ୍ରାମର ୧୦୧୦.୫ ହେକ୍ଟର, ଯାଜପୁର ଜିଲାର ବରୀ ଓ ବିଞ୍ଝାରପୁର ବ୍ଲକର ୫୮ ପଞ୍ଚାୟତ ଅନ୍ତର୍ଗତ ୨୨୧ ଗ୍ରାମର ୭୧୯୫ ହେକ୍ଟର ଏବଂ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ୬ ପଞ୍ଚାୟତ ଅନ୍ତର୍ଗତ ୧୫ ଗ୍ରାମର ୧୫୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଓଡ଼ିଶା ରେନ୍‌ଫଲ୍‌ ମନିଟରିଂ ସିଷ୍ଟମର ରିପୋର୍ଟରୁ ଜଣାପଡ଼ୁଛି ଯେ, ଗତ ଅକ୍ଟୋବର ୨୫ରେ ଯାଜପୁର ବ୍ଲକରେ ୧୩୫ ମିମି, ବିଞ୍ଝାରପୁରରେ ୨୩୯.୪ ମିମି, ଦଶରଥପୁରରେ ୧୭୧.୪ ମିମି, ରସୁଲପୁରରେ ୧୩୪.୬ ମିମି ଏବଂ ବରୀ ବ୍ଲକରେ ୧୫୪.୫ ମିମି ବର୍ଷା ହୋଇଥିଲା। ଯାଜପୁର ଜିଲାରେ ୨୫ ତାରିଖରେ ହାରାହାରି ୧୨୭.୭୯ ମିମି ବର୍ଷା ହୋଇଛି। ସରକାରୀ ତଥ୍ୟ ଅନୁସାରେ ୧୨୪.୫ ମିମିରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିଲେ ଅତ୍ୟଧିକ ବର୍ଷା ଭାବେ ବିବେଚନା କରାଯାଇଥାଏ। ତେଣୁ ସରକାରଙ୍କ ବର୍ଷା କ୍ଷୟକ୍ଷତି ରିପୋର୍ଟରେ କାହିଁକି ଉପରୋକ୍ତ ବ୍ଲକଗୁଡିକର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ ଉଠିଛି।

ସେହିପରି ଗଜପତି ଜିଲାର ରିପୋର୍ଟକୁ ଦେଖିଲେ ଗତ ଅକ୍ଟୋବର ୨୪ରେ ରାୟଗଡ଼ ବ୍ଲକରେ ୧୪୧.୬୦ ମିମି ଏବଂ ଗୁମ୍ମା ବ୍ଳକରେ ୧୪୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲାର ଅକ୍ଟୋବର ୨୪ ତାରିଖ ରିପୋର୍ଟରେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୯୨.୪ ମିମି, କୁକୁଡାଖଣ୍ଡିରେ ୧୭୫ ମିମି, ଚିକିଟିରେ ୨୦୩ ମିମି, ପାତ୍ରପୁରରେ ୧୮୫.୫ ମିମି, ସାନଖେମୁଣ୍ଡିରେ ୧୪୭ ମିମି, ଆସ୍କାରେ ୧୨୭ ମିମି ଓ ସେରଗଡ଼ ବ୍ଲକରେ ୧୪୨ ମିମି ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ଜିଲାର ବାଲିଅନ୍ତା ବ୍ଲକରେ ୨୫ ତାରିଖରେ ୧୯୩ ମିମି, ଜଟଣୀ ବ୍ଲକରେ ୧୪୯.୨ ମିମି ଓ ଚିଲିକା ବ୍ଲକରେ ୧୬୪ ମିମି ବର୍ଷା ରେକର୍ଡ ହୋଇଛି।

ଅତ୍ୟଧିକ ବର୍ଷା ହୋଇଥିବା ସତ୍ତ୍ବେ ଏହି ୪ ଜିଲାର ଅନ୍ୟ ବ୍ଲକର ଚାଷୀମାନଙ୍କୁ ସରକାରୀ ସହାୟତା ଦେବାରୁ କାହିଁକି ବଞ୍ଚିତ କରାଯାଇଛି ତାହା ତଦନ୍ତସାପେକ୍ଷ। କୃଷି, ରାଜସ୍ବ ଓ ଷ୍ଟାଟିଷ୍ଟିକ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଥିଲା। ଏହି ବିଭାଗଗୁଡ଼ିକର ଅଧିକାରୀମାନେ ଖାମଖିଆଲ ଭାବେ କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦେଇଥିବାରୁ ବାସ୍ତବ କ୍ଷତିଗ୍ରସ୍ତ ଚାଷୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି କ୍ଷୋଭ ପ୍ରକାଶ ପାଇଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ରମେଶ ବେହେରା କୁହନ୍ତି, ସେହି ଅକ୍ଟୋବର ମାସର ବର୍ଷା ଚାଷଜମିକୁ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ କରି ଦେଇଥିଲା। ଦୀର୍ଘଦିନ ଧରି ପାଣି ନିଷ୍କାସନ ନ ହେବାରୁ ଧାନଗଛ ପଚି ଯାଇଥିଲା। ଫଳରେ ଖର୍ଚ୍ଚ ତୁଳନାରେ ବହୁତ କମ୍‌ ଧାନ ଅମଳ ହୋଇଥିଲା। ଏଭଳି ସ୍ଥିତିରେ ସରକାର ଯଦି ରସୁଲପୁର ବ୍ଲକକୁ ସହାୟତା ପ୍ରଦାନ କରିବାରେ ସାମିଲ ନ କରନ୍ତି, ତେବେ ବହୁତ ଦୁଃଖର ବିଷୟ ବୋଲି ରମେଶ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା କୃଷି ଉପନିର୍ଦ୍ଦେଶକ ବିମଳକାନ୍ତି ରପ୍ତାନଙ୍କୁ ପଚାରିବାରେ ସେ କହିଛନ୍ତି, ଜମିରେ ପାଣି ଜମି ରହି ଫସଲ କ୍ଷତିଗ୍ରସ୍ତ କରିଥିବା ରିପୋର୍ଟ ଅନୁସାରେ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁ କ୍ଷତିଗ୍ରସ୍ତ ଚାଷୀମାନେ ତାଲିକାଭୁକ୍ତ ହୋଇପାରିନାହାନ୍ତି, ସେମାନଙ୍କ ନାମ ତାଲିକାରେ ସାମିଲ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ତହସିଲଦାରମାନଙ୍କୁ କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତାଲିକା ପ୍ରସ୍ତୁତ ହୋଇ ନ ପାରିଲେ ସମ୍ପୃକ୍ତ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri