ଡାୟାଲିସିସ ରୋଗୀଙ୍କୁ ଶୋଷଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୧ା୩: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ଖରାପ ରୋଗୀଙ୍କୁ ଡାୟାଲିସିସ ସେବା ଯୋଗାଇ ଦିଆଯାଉଛି । ଜୀବନ ସହ ସଂଘର୍ଷ କରି ବଞ୍ଚତ୍ବା ପାଇଁ ଆଶା ବାନ୍ଧୁଥିବା ଏହି ରୋଗୀଙ୍କୁ ଏଠାରେ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। କେହି ରୋଗୀ ସମ୍ପର୍କୀୟ ଏହାକୁ ବିରୋଧ କଲେ ସେମାନଙ୍କ ମାନସିକସ୍ତରରେ ଚାପ ପକାଯାଉଛି, ଯାହାକୁ ନେଇ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ, ଏ ନେଇ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ମଧ୍ୟ ଅଭିଯୋଗ କରାଯାଇଛି ।
ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଡାୟାଲିସିସ ସେବା ଚାଲିଛି। ଏକ ଘରୋଇ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଇଛି । ୨୦୧୮ ସେପ୍ଟେମ୍ବର ୧୨ରୁ ଏହି ସେବା ଯୋଗାଇ ଦିଆଯାଉଛି, ଯାହା ସମ୍ପୂର୍ଣ୍ଣ ମାଗଣାା କିନ୍ତୁ ବିଭିନ୍ନ ପ୍ରକାର ଆଳ ଦେଖାଇ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଅର୍ଥ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ସବୁଠୁ ବଡ କଥା ହେଉଛି ଏହି ସେବା କେନ୍ଦ୍ରର କାନ୍ଥରେ ଏକ ବ୍ୟାନର ଲଗାଯାଇଥିଲା, ଯେଉଁଥିରେ ଏହା ସମ୍ପୂର୍ଣ୍ଣ ମାଗଣା, ଯଦି କେହି ଟଙ୍କା ମାଗୁଥିବେ ତାହାଲେ ଫୋନ୍‌ ନଂରେ ଯୋଗାଯୋଗ କରିବାକୁ ଉଲ୍ଲେଖ କରାଯାଇଥିଲା। ହେଲେ ସେହି ବ୍ୟାନରକୁ କିଛିଦିନ ହେବ ସେଠାରୁ ହଟାଇ ଦିଆଯାଇଛିା ଖଜୁରୀପଡା ବ୍ଲକ ସିଦିଙ୍ଗି ଗ୍ରାମର ବିଶ୍ୱାନନ୍ଦ ଦେହୁରୀଙ୍କ ଦୁଇଟି କିଡନୀ ନଷ୍ଟ ହୋଇଯାଇଛି । ସେ ଜିଲା ମୁଖ୍ୟ ଚିକିତ୍ସାଳୟ ଆସି ଡାୟାଲିସିସ କରୁଛନ୍ତି। ବିଶ୍ୱାନନ୍ଦ ଆର୍ଥିକ ସ୍ବଚ୍ଛଳ ନୁହନ୍ତି । ସେ ଆଦିବାସୀ ଶ୍ରେଣୀର ଲୋକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ତାହରେ ତାଙ୍କର ଦୁଇ ଥର ଡାୟାଲିସିସ କରାଯାଉଛି । କିନ୍ତୁ ପରିଚାଳନା ସଂସ୍ଥାର ଟେକ୍ନିସିଆନ ଏବଂ ମ୍ୟାନେଜର ରୋଗୀଙ୍କୁ ଶୋଷଣ କରୁଛନ୍ତି । ବିଶ୍ୱାନନ୍ଦଙ୍କ ପୁଅ ଅମର କୁହନ୍ତି, ଡାୟାଲିସିସ ପାଇଁ ଏକ ଫିଲଟର ବ୍ୟବହାର କରାଯାଏ । ସରକାର ଏହାକୁ ସମ୍ପୂର୍ଣ୍ଣ ମାଗଣା ଦେଉଛନ୍ତି। ଜଣେ ରୋଗୀଙ୍କର ଏଥିରେ ୧୦ଥର ରକ୍ତ ଫିଲଟର ହୋଇପାରିବ। କିନ୍ତୁ ପରିଚାଳକ କହୁଛନ୍ତି ଆମେ ଏହାକୁ ୧୦ ଥର ବ୍ୟବହାର କରିବୁ ନାହିଁ। ୫ ଥର ବ୍ୟବହାର କରିବୁ। ବାକି ୫ ଥର ପାଇଁ ଫିଲଟର, ଟ୍ୟୁବ ବାବଦକୁ ୧୧୫୦ରୁ ୧୨୫୦ ଟଙ୍କା ଦେବାକୁ ପଡିବ କହି ଏକ ପ୍ରକାର ବ୍ଲାକମେଲିଂ କରୁଛନ୍ତି । ଉପାୟ ନ ପାଇ ଆମେ କେତେଥର ଟଙ୍କା ମଧ୍ୟ ଦେଇଛୁ  । କିନ୍ତୁ ଏହା ଉପରେ କିଛି ବିଲ ଦେଉ ନାହାନ୍ତି । ସେହିପରି ପ୍ଲାଷ୍ଟର, ଅଏଣ୍ଟମେଣ୍ଟ, ଇଞ୍ଜେକସନ ବାବଦକୁ ମଧ୍ୟ ଟଙ୍କା ମାଗୁଛନ୍ତି । ଟଙ୍କା ଦେବାକୁ ମନାକଲେ ଅଯଥା ଯୁକ୍ତି କରୁଛନ୍ତି। ଆମକୁ ସମ୍ପୂର୍ଣ୍ଣ ଭାବେ ଶୋଷଣ କରାଯାଉଛି । ଏ ନେଇ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଅମର ପ୍ରକାଶ କରିଛନ୍ତି। ତେବେ ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଘଟଣାର ତଦନ୍ତ ମେଡିକାଲ ଅଧ୍ୟକ୍ଷଙ୍କୁ ଦିଆଯାଇଛି। ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri