ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ଆସିକା,୧୧ା୩ (ଡି.ଏନ.ଏ.)- ଆସିକା ଏନଏସିରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଭାଜପା ଆସିକା ନଗର ମଣ୍ଡଳ ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ଭାଜପାର ଏକ ପ୍ରତିନିଧି ଦଳ ଆସିକା ଏନଏସିର ନିର୍ବାଚନ ଅଧିକାରୀ ତଥା ଆସିକା ତହସିଲଦାର ସଂଜୟ କୁମାର ସାମନ୍ତରାୟଙ୍କୁ ସାକ୍ଷାତ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛି। ଦିଆଯାଇଥିବା ଅଭିଯୋଗରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବାହାରେ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ବିଜେଡି ରାଜ୍ୟ ସଭାପତିଙ୍କ ଫଟୋ ସମ୍ବଳିତ ବିଜ୍ଞାପନ ଫଳକ ବର୍ତ୍ତମାନ ମଧ୍ୟ ପ୍ରଦର୍ଶିତ ହେଉଛି। ଦ୍ୱିତୀୟତଃ ସରକାରୀ ଦଳ ଦ୍ୱାରା ଦଳୀୟ ପତାକା ଓ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀ ବ୍ୟାପକ ଭାବେ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଲଗାଯାଇ ଏକ ଅସୁସ୍ଥ ନିର୍ବାଚନ ପ୍ରତିଦ୍ୱିନ୍ଦ୍ୱିତା ପାଇଁ ମାର୍ଗ ପ୍ରଶସ୍ତ କରିବାରେ ଆଶଙ୍କ ସୃଷ୍ଟି ହୋଇଛି। ବରିଷ୍ଟ ଭାଜପା ନେତା ତଥା ପୂର୍ବତନ ବିଧାୟକ ଦେବରାଜ ମହାନ୍ତଙ୍କ ନେତୃତ୍ୱରେ ଭାଜପା ନଗରପାଳ ପ୍ରାର୍ଥୀ ଡା. ଶ୍ୟାମଘନ ବିଶ୍ୱାଳ, ସୂର୍ଯ୍ୟନାରାୟଣ ଦାସ, ନାରାୟଣ ବେହେରା, ରବୀନ୍ଦ୍ର ପୋଲାଇ, ସରୋଜ କୁମାର ଭଞ୍ଜ, ନାରାୟଣ ହୋତା, ରେଣୁବାଳା ରେଡ୍ଡୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ବାରିପଦା ଅଫିସ,୨୭।୧୦-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବାରିପଦା ସହରରେ ଦିନକୁ ଦିନ ଏବେ ଅପରାଧ ଘଟଣା ବୃଦ୍ଧି...

ଜୱାଦ ନେଇଗଲା ବର୍ଷକର ଦାନା

ରାଜନଗର, ୮ା୧୨(ଡି.ଏନ.ଏ.):ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜନଗର ବ୍ଲକ ଅଞ୍ଚଳର ଚାଷୀଙ୍କ ବର୍ଷକର ଦାନାକୁ ନଷ୍ଟ କରି ଦେଇଛି। ଚାଷୀକୁଳ ମୁଣ୍ଡରେ ଚଡକ...

ହାତୀ ଘଉଡାଅ, କ୍ଷତିପୂରଣ ଦିଅ

ଅମରପାଲି, ୨୧ା୧୦(ଡି.ଏନ୍‌.ଏ) – ସୋନପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ସୋମବାର ରାତିରେ ପ୍ରାୟ ୫୦ରୁ...

ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ...

ଫୁଲୁଛି ସୁବର୍ଣ୍ଣରେଖା

ଭୋଗରାଇ/ଜଳେଶ୍ୱର/ବାଲିଆପାଳ,୧୬।୯(ଡି.ଏନ.ଏ./ସ୍ବ.ପ୍ର.)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୋଗରାଇରେ...

ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ

କୋକସରା,୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ...

ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ

ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ...

ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ...

Advertisement
Archives

Model This Week