ଲାଞ୍ଚ ନ ଦେବାରୁ ବିଲ୍‌ ବନ୍ଦ ଅଭିଯୋଗ

କୋଣାର୍କ,୧୨।୧(ଡି.ଏନ.ଏ.): କୋଣାର୍କ ଏନ୍‌ଏସି ପକ୍ଷରୁ ରିଙ୍ଗ୍‌ରୋଡ୍‌ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୮ମାସ ତଳୁ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହା ପରିସର ଏବେ ଜଙ୍ଗଲିଆ ହୋଇଗଲାଣି। ଏପରିସ୍ଥଳେ ଏହାର ବିଲ୍‌ ପାସ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି। ଲାଞ୍ଚ ନ ଦେବାରୁ ବିଲ୍‌ ମିଳୁ ନ ଥିବା ଠିକାଦାର ସଞ୍ଜୟ କୁମାର ଖୁଣ୍ଟିଆ ଗୁରୁତର ଅଭିଯୋଗ ଆଣିଛନ୍ତି। ସହକାରୀ ଯନ୍ତ୍ରୀ ୩ଲକ୍ଷ ଟଙ୍କା ଉତ୍କୋଚ ଦାବି କରୁଥିବା ନେଇ ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ପୁରୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ନ୍ୟାୟ ନିବେଦନ କରିଛନ୍ତି।
ସଞ୍ଜୟ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ନିୟମ ଓ ଏଗ୍ରିମେଣ୍ଟ ଅନୁସାରେ ୮ ମାସ ତଳୁ କଲ୍ୟାଣ ମଣ୍ଡପ କାର୍ଯ୍ୟ ସାରିଛନ୍ତି। ଏଥିସହ ଅତିରିକ୍ତ ଭାବେ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ କରିଛନ୍ତି। ଏହି ଅତିରିକ୍ତ କାର୍ଯ୍ୟ ପାଇଁ ବ୍ୟୟ ଅଟକଳ ହୋଇ ନ ଥିଲେ ମଧ୍ୟ ପରେ ଅତିରିକ୍ତ ଏଷ୍ଟିମେଟ୍‌ କରାଯାଇ ବିଲ୍‌ ଦିଆଯିବ ବୋଲି ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର ପ୍ରତିଶ୍ରୁତି ଦେବା ପରେ ସେ ଏହି କାର୍ଯ୍ୟ ଶେଷ କରିଥିଲେ। କଲ୍ୟାଣ ମଣ୍ଡପର ଫାଇନାଲ ବିଲ୍‌ ୨୦ଲକ୍ଷ ଓ ଅତିରିକ୍ତ କାର୍ଯ୍ୟର ବିଲ୍‌ ପାସ ପାଇଁ ଯନ୍ତ୍ରୀ ମିଶ୍ର ୩ ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ତାଙ୍କୁ ବାରମ୍ବାର ଅଫିସ୍‌କୁ ଦୌଡାଇ ନିରାଶ କରୁଛନ୍ତି। ବିଲ୍‌ ମିଳୁ ନ ଥିବାରୁ କଞ୍ଚା ମାଲ୍‌ ଯୋଗାଇଥିବା ସଂସ୍ଥା ବକେୟା ରାଶି ଦେଇ ନ ପାରି ମାନସିକ ଆଘାତ ପାଉଛନ୍ତି। ତେଣୁ ବିଲ୍‌ ପାସ୍‌ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି। ରାଜ୍ୟବାସୀଙ୍କୁ ସ୍ବଚ୍ଛ ଶାସନ ଓ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏଥିସହ ଦୁର୍ନୀତି ହଟାଇବାକୁ ‘୫-ଟି’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଧିକାରୀଙ୍କ ଦୁର୍ନୀତିଖୋର ମନୋବୃତ୍ତି ସରକାରୀ ଯୋଜନା ଲୋକଙ୍କ ହିତରେ ଲାଗିପାରୁନି। ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ନିଶ୍ଚିତ ଏହା ଉପରେ ପଦକ୍ଷେପ ନେବେ ବୋଲି ସଞ୍ଜୟ ଆଶା ରଖିଛନ୍ତି। ଏଥିସହ ସେ ମଧ୍ୟ ନଗର ଉନ୍ନୟନ ବିଭାଗ ସଚିବ, ନିର୍ଦ୍ଦେଶକ, ଏନ୍‌ଏସି ଦାୟିତ୍ୱରେ ଥିବା ପ୍ରଶାସକ, ପୁରୀ ଜିଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବକେୟା ବିଲ୍‌ ପାସ୍‌ ପାଇଁ ନିବେଦନ କରିଛନ୍ତି।
ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର କହିଛନ୍ତି, ମୋ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ତଦନ୍ତ ହେଲେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ତେବେ ବିଲ୍‌ ବନ୍ଦ ପ୍ରସଙ୍ଗକୁ ସେ ଏଡ଼ାଇଯାଇଥିଲେ। ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସଙ୍କୁ ପଚାରିବାରୁ କାର୍ଯ୍ୟରେ କିଛି ତ୍ରୁଟି ଥିବା ହେତୁ ଜେଇ ବିଲ୍‌ରେ ଦସ୍ତଖତ କରୁନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri