ନାଲ୍‌କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍‌କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛ।

ସୂଚନାନୁଯାୟୀ ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ହଦମୁଣ୍ଡା ଗ୍ରାମର କଇରୁ ପରିଡ଼ାଙ୍କ ବଡ଼ପୁଅ ଦେବାନନ୍ଦ ଅନୁଗୋଳ ଜିଲା ତାଳଚେର ନକେଇପଶି ଅଞ୍ଚଳରେ ଏକ ଅଟୋରିକ୍ସା ରଖି ପରିବାର ଚଳାଉଥିବା ବେଳେ ବେରୋଜଗାରିଆ ସାନପୁଅ ସାନନ୍ଦ ଗାଁ (ହଦମୁଣ୍ଡା)ରେ ରହନ୍ତି। ଏକଥା ଜାଣିବା ପରେ ତାଳଚେର ଅଞ୍ଚଳର ସିପୁନ ଦାସ ନାମକ ଜଣେ ଯୁବକ ସାନନ୍ଦଙ୍କୁ ନାଲକୋରେ ଆଟେଣ୍ଡାଣ୍ଟ ଭାବେ ଚାକିରିରେ ରଖାଇ ଦେବେ ବୋଲି ଦେବାନନ୍ଦଙ୍କୁ ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ। ଦେବାନନ୍ଦ ଏଥିରେ ରାଜି ହେବାରୁ ସିପୁନ ସାନନ୍ଦଙ୍କୁ ଫୋନ କରି ଡକାଇବା ସହ ୨ଲକ୍ଷ ଟଙ୍କା ଧରି ଆସିଲେ ନାଲକୋରେ ଆଟେଡାଣ୍ଟ ପୋଷ୍ଟରେ ଚାକିରି ଦେବି ବୋଲି କହିଥିଲେ । ଫଳରେ ସାନନ୍ଦ ଋଣ ଆଣି ଗତ ଜୁନ୍‌ ୬ ତାରିଖରେ ସିପୁନକୁ ଫୋନ ପେ’ ଯୋଗେ ପ୍ରଥମ ପର୍ଯ୍ୟାୟରେ ୯୫ ହଜାର ଟଙ୍କା ଓ ନଗଦ ୧ ଲକ୍ଷ ୫ ହଜାର ଟଙ୍କା ମିଶାଇ ମୋଟ ୨ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଚାକିରି ଦେବା ପରିବର୍ତ୍ତେ ସିପୁନ ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲେ। ଏହି କ୍ରମରେ ସିପୁନ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ‘ସାର୍‌’ ବୋଲି ଦର୍ଶାଇବା ସହ ସେ ଉକ୍ତ ଟଙ୍କା ସମ୍ପୃକ୍ତ ‘ସାର୍‌’ଙ୍କୁ ଦେଇଥିବା ଦର୍ଶାଇ ‘ସାର୍‌’ ତୁମକୁ ଫୋନ କରିବେ ବୋଲି ସାନନ୍ଦଙ୍କୁ କହିଥିଲେ ଓ ତଥା କଥିତ ‘ସାର୍‌’ ଙ୍କ ନମ୍ବରରୁ ସାନନ୍ଦଙ୍କ ନିକଟଙ୍କୁ ଫୋନ୍‌ କଲ ମଧ୍ୟ ଆସିଥିଲା । ମାତ୍ର ସାନନ୍ଦଙ୍କୁ ଚାକିରି ନ ମିଳିବାରୁ ସିପୁନଙ୍କୁ ସାନନ୍ଦ ବାରମ୍ବାର ଫୋନ କରିଥିଲେ ହେଁ ସିପୁନ ତାଙ୍କୁ ଠକି ଚାଲିଥିଲେ। ଶେଷରେ ସିପୁନ ତଥା କଥିତ ‘ସାର୍‌’ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିବା ସାନନ୍ଦଙ୍କୁ ସୂଚନା ଦେଇଥିଲେ। ଏହାର ୧୦ ଦିନ ପରେ ତଥା କଥିତ ‘ସାର୍‌’ଙ୍କର ମୃତ୍ୟୁ ଘଟିଥିବା ଦର୍ଶାଇବା ସହ ଶ୍ରାଦ୍ଧ କାର୍ଯ୍ୟ ଶେଷ ହେବାପରେ ‘ମାଡାମ’ ତୁମକୁ ଟଙ୍କା ଫେରାଇ ଦେବେ କହି ଠକି ଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ସାନନ୍ଦ ରବିବାର ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri