Posted inଜାତୀୟ

୧୨୩ଏକର ଜାଗାରେ ବ୍ୟାପିଛି ‘ଭାରତ ମଣ୍ଡପମ’, ସିଡନୀର ଅପେରା ହାଉସ ଠାରୁ ବଡ…

ନୂଆଦିଲ୍ଲୀ,୯।୯: ଦେଶର ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେଉଛି। ବୈଠକର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଏହି ବୈଠକରେ ଯୋଗଦେବା ପାଇଁ ସଦସ୍ୟ ଦେଶ ସମେତ ୨୯ଟି ଦେଶର ମୁଖ୍ୟ ଭାରତରେ ପହଞ୍ଚିଛନ୍ତି। ପ୍ରଗତି ମଇଦାନରେ ଅବସ୍ଥିତ ଭାରତ ମଣ୍ଡପମଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଭାରତ ମଣ୍ଡପମ ୧୨୩ଏକରରେ ବ୍ୟାପିଛି। ଏହା ଅଷ୍ଟ୍ରେଲିଆର ସିଡନୀ ଅପେରା ହାଉସ ଠାରୁ ମଧ୍ୟ ବଡ ଅଟେ। ଆସନ୍ତୁ ଜାଣିବା ଭାରତ ମଣ୍ଡପମ ବିଷୟରେ।

ଭାରତ ମଣ୍ଡପମର ଡିଜାଇନିଂ କରିଛନ୍ତି ସଞ୍ଜୟ ସିଂ। ସିଙ୍ଗାପୁରର ଏଡାସ ସହଯୋଗରେ ଆରକୋପ ଆସୋସିଏଟ୍ସ କମ୍ପାନୀ ଦ୍ୱାରା ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଭାରତ ମଣ୍ଡପମକୁ ସଜାଇବାରେ ପ୍ରତ୍ୟେକ ରାଜ୍ୟର ଚିତ୍ରକଳା ବ୍ୟବହାର କରାଯାଇଛି। ସମ୍ମିଟ ହଲରେ ସ୍ଥାପିତ ଝୁମରକୁ ଚେକ ରିପବ୍ଲିକରୁ ଅଣାଯାଇଛି। ଭାରତ ମଣ୍ଡପମ ୪୦ଲକ୍ଷ ବର୍ଗଫୁଟରେ ନିର୍ମିତ। ଏହି ପ୍ରକଳ୍ପ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ଜୁଲାଇ ୨୦୨୩ରେ ଏହାର ନିର୍ମାଣ କାମ ଶେଷ ହୋଇଛି। ଏହାକୁ ତିଆରି କରିବା ପାଇଁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭାରତ ମଣ୍ଡପମରେ ଥିବା ଫୁଡ ହଲ ଏବଂ ମିଟିଂ ରୁମ ୧୦ ଲକ୍ଷ ବର୍ଗଫୁଟ ଯାଏଁ ବ୍ୟାପିଛି। ଏହାର ପ୍ରଦର୍ଶନୀ କ୍ଷେତ୍ର ୧୬ ଲକ୍ଷ ବର୍ଗଫୁଟ ଯାଏଁ ବ୍ୟାପିଛି। ୧୩ହଜାର ଲୋକ ଭାରତ ମଣ୍ଡପମ କମ୍ପ୍ଲେକ୍ସରେ ବସିବାର କ୍ଷମତା ରହିଛି। ଏକାସାଙ୍ଗରେ ୫ହଜାର ଯାନବାହନ ପାର୍କିଂ କରିବାର ସୁବିଧା ରହିଛି।

ଭାରତ ମଣ୍ଡପମକୁ ନେଇ ସଞ୍ଜୟ ସିଂ କହିଛନ୍ତ, ୨୦୧୬ ଅକ୍ଟୋବରରେ ଏହି ପ୍ରକଳ୍ପକୁ ନିର୍ମାଣ କରିବାକୁ ଭାରତ ସରକାର ଆମକୁ କଣ୍ଟ୍ରାକ୍ଟ ଦେଇଥିଲେ। ଅନେକ ଡିଜାଇନ ପ୍ରସ୍ତୁତ କରାଯାଇଥିଲା। କୋଠାକୁ ଆଧୁନିକୀକରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା। କେନ୍ଦ୍ର ସରକାର ଅନୁମୋଦନ କରିବା ପରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଭୟ କମ୍ପାନୀର ୨୦୦ଆର୍କିଟେକ୍‌, ପରାମର୍ଶଦାତା, ଇଞ୍ଜିନିୟର୍‌, ଟେକ୍ନିସିଆନ ଏବଂ ଡିଜାଇନର୍‌ ମିଳିତ ଭାବରେ କାର୍ଯ୍ୟ କରିଥିଲେ। ପ୍ରାୟ ୬ ହଜାର ଶ୍ରମିକ ଏହାକୁ ନିର୍ମାଣ କରିବାରେ ନିୟୋଜିତ ଥିଲେ। କୋଭିଡ ସମୟରେ ମଧ୍ୟ ଭାରତ ମଣ୍ଡପମଙ୍କ କାର୍ଯ୍ୟ ବନ୍ଦ ହୋଇ ନ ଥିଲା। ଆମେ ଅନଲାଇନରେ ମିଟିଂ କରୁଥିଲୁ।

ଭରତ ମଣ୍ଡପମ ହେଉଛି ୫ମହଲା ବିଶିଷ୍ଟ ଅଣ୍ଡାକାର(ଓଭାଲ) ଆକୃତିର କୋଠା। ଏହାର ପ୍ରଥମ ମହଲାରେ ପିଏମ ଲାଉଞ୍ଜ ଏବଂ ମିଟିଂ ରୁମ ନିର୍ମାଣ କରାଯାଇଛି। ଏହି ସଭା କକ୍ଷରେ ୬୦୦ଲୋକ ବସି ପାରିବେ। ଦ୍ୱିତୀୟ ମହଲା ଭିଭିଆଇପି ଲୋକଙ୍କ ସଭା କକ୍ଷ ନିର୍ମାଣ ହୋଇଛି। ଏହି ମହଲାରେ ଜି୨୦ର ମିଟିଂ ଆୟୋଜନ କରାଯାଉଛି।

ଭାରତ ମଣ୍ଡପମର ତୃତୀୟ ମହଲାରେ ବିଶ୍ୱର ସର୍ବବୃହତ ଇନଡୋର ହଲ ନିର୍ମାଣ କରାଯାଇଛି। ପ୍ରାୟ ୭୦୦୦ ଲୋକ ଅଡିଟୋରିୟମରେ ଏକାଠି ବସିପାରିବେ। ଏହି ଅଡିଟୋରିୟମରେ ୬ଟି ଏଲଇଡି ସ୍କ୍ରିନ ଲାଗିଛି। ଏହି ମହଲାରୁ ରାଷ୍ଟ୍ରପତି ଭବନ ଏବଂ ଇଣ୍ଡିଆ ଗେଟ୍‌ ଦୃଶ୍ୟମାନ ହେଉଛି। ଭାରତ ମଣ୍ଡପମର ବିଲଡିଂ ପଛରେ ରୋଷେଇ ଘର ନିର୍ମାଣ ହୋଇଛି। ଏଥିରେ ଏକ ସମୟରେ ୧୦ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। ଭାରତ ମଣ୍ଡପମର ଭିତର ଭାଗରେ ପ୍ରତ୍ୟେକ ରାଜ୍ୟର ଚିତ୍ରକଳା ସ୍ଥାନ ପାଇଛି। ଭାରତ ମଣ୍ଡପମରେ କଶ୍ମୀର ଏବଂ ଭଦୋହି କାର୍ପେଟ ବିଛା ଯାଇଛି।

ଭାରତ ମଣ୍ଡପମରେ ସବୁ ରାଜ୍ୟର ସଂସ୍କୃତିର କଳା ନିଦର୍ଶନ ରଖିବା ପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୮ରେ ଏହା ଆରମ୍ଭ ହୋଇଥିଲା ଯାହାକୁ ସମ୍ପୂର୍ଣ୍ଣ କରିବାକୁ ତିନି ବର୍ଷ ଲାଗିଗଲା। ଏଥିରେ ଭାରତର ସଂସ୍କୃତିକୁ ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି। ଭାରତ ମଣ୍ଡପମ ବାହାରେ ଥିବା ପାର୍କକୁ ଏକ ଶଙ୍ଖ ଆକୃତିରେ ତିଆରି କରାଯାଇଛି। ଭାରତୀୟ ପରମ୍ପରାରେ ବିଶ୍ୱାସ କରାଯାଏ ଯେ ଶଙ୍ଖ ପୃଥିବୀରେ ଜଳ ଏବଂ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?