Posted inଜାତୀୟ

ନଭେମ୍ବର ୭ରୁ ୩୦ ମଧ୍ୟରେ ରାଜଧାନୀରେ ଫୁଟିବନି କୌଣସି ପ୍ରକାର ବାଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ କରୋନା ମହାମାରୀ ଅନ୍ୟପଟେ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳିରେ ବାଣ ନ ଫୁଟାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିବା ବେଳେ ଏବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ନଭେମ୍ବର ୭ରୁ ୩୦ ମଧ୍ୟରେ ଦିଲ୍ଲୀରେ କୌଣସି ପ୍ରକାର ବାଣ ଫୁଟାଯାଇ ପାରିବ ନାହିଁ । ବାୟୁ ପ୍ରଦୂଷଣ ଯୋଗୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି । କାରଣ ବାୟୁ ପ୍ରଦୂଷଣ ବୃଦ୍ଧି ହେଲେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ପୂର୍ବରୁ ଦେଶବାସୀ ଏଭଳି ମହାମାରୀ ଦେଖି ନ ଥିବା ବେଳେ ଏବେ ଏଥିପ୍ରତି ଆମେ ଅଧିକ ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି । ଦୀପାବଳିରେ ଲୋକେ ଘରେ ପୂଜା କରି ଏହା ପାଳନ କରନ୍ତୁ ବୋଳି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଏଡିବି ମୁଖ୍ୟ, ୨୫ ଶହ କୋଟି ଡଲାର ସହାୟତା ପ୍ରସ୍ତାବ…

ନୂଆଦିଲ୍ଲୀ,୨୧।୨ : ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର...

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ...

କରୋନା ହଟସ୍ପଟ୍‌ ଧରାବିରେ ୭ ଦିନ ମଧ୍ୟରେ ଘଟିନି କୌଣସି ମୃତ୍ୟୁ

ମୁମ୍ବାଇ,୮।୬: କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଥିବା ମୁମ୍ବାଇର ଧରାବିରେ ଗତ ୭ ଦିନ ମଧ୍ୟରେ କୌଣସି ମୃତ୍ୟୁ ଘଟି ନ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଦେଶରେ ବଢ଼ିଲା ଚିତା ବଂଶ: ନାମିବ୍ୟା ଚିତା ବାଘୁଣୀ ଦେଲା ୪ ଶାବକଙ୍କୁ ଜନ୍ମ…

ଭୋପାଳ,୨୯।୩ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ସବୁଠୁ ବଡ ଖୁସି ଖବର ଆସିଛି। ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା...

ଭବାନୀପୁରରେ ଭାଜପାର ଗୁପ୍ତ ପ୍ରଚାର, ବଡ଼ ରାଲିକୁ ମନା…

କୋଲକାତା,୧୮।୯: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗୁପ୍ତ...

ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ। ଡିସେମ୍ବର...

କର୍ନାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ବସବରାଜଙ୍କ ଟିମ୍‌ରେ ଏହି ବିଧାୟକଙ୍କୁ ମିଳିଲା ସ୍ଥାନ

ବେଙ୍ଗାଲୁର,୪।୮: କର୍ନାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି। ନୂତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନୂଆ ଟିମ୍‌ରେ ମୋଟ ୨୯ଜଣ ବିଧାୟକ...

ଟ୍ରାକ୍ଟର ରାଲିରେ ଅଘଟଣ: କୃଷକ ମୃତ

ନୂଆଦିଲ୍ଲୀ,୨୬ା୧- ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଦ୍ୱାରା ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଟ୍ରାକ୍ଟର ରାଲିରେ ଘଟିଛି ଅଘଟଣ। ସେଣ୍ଟ୍ରାଲ ଦିଲ୍ଲୀଠାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ...

Advertisement
Archives

Model This Week