ଘରେ ସୁଖ-ସମୃଦ୍ଧି ଆଣିଥାଏ ଏସବୁ ଗଛ; ଲଗାଇଲେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର ସମ୍ମୁଖୀନ ହେଉଥାଏ। ତେବେ ବାସ୍ତୁ ଅନୁଯାୟୀ କିଛି ଉପାୟ କରିବା ଉଚିତ। ବାସ୍ତୁ ଅନୁଯାୟୀ ଘରେ ଅଥବା ଅଫିସରେ କିଛି ଗଛ ଲଗାଇବା ଦ୍ୱାରା ଜୀବନରେ ସୁଖ ଓ ଶାନ୍ତି ଆସିଥାଏ। ସେଭଳି କିଛି ଗୁଡ୍‌ ଲକ୍‌ ଗଛ ବିଷୟରେ ଜାଣନ୍ତୁ।

ଆଲୋଭେରା ଗଛ: ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଏହା ଉପାଦେୟ। ଚାକିରି ମିଳିବା ଅଥବା କର୍ମକ୍ଷେତ୍ରରେ କୌଣସି ସମସ୍ୟା ଉପୁଜୁଥିଲେ ଏହି ଗଛକୁ ଘରେ ଲଗାନ୍ତୁ। ଫଳରେ ଏହି ସମସ୍ୟା ଦୂର ହୋଇଯିବ। ଏହାକୁ ଯେକୌଣସି ସ୍ଥାନରେ ଲଗାଇ ପାରିବେ।

ହଳଦୀ ଗଛ: ହଳଦୀ ଗଛ ସ୍ବାସ୍ଥ୍ୟପାଇଁ ଯେତିକି ଭଲ, ତା’ଠାରୁ ଅଧିକ ଏହାର ଧାର୍ମିକ ମାନ୍ୟତା ରହିଛି। ଏହାକୁ ଲଗାଇଲେ ବ୍ୟକ୍ତିର ବୃହସ୍ପତି ଗ୍ରହ ମଜଭୂତ ହୋଇଥାଏ ଏବଂ ବିବାହକୁ ନେଇ ଉପୁଜୁଥିବା ସମସ୍ୟା ଆପଣାଛାଏ ଦୂର ହୋଇଯାଏ। ଏପରିକି ଘରେ ଥିବା ନକରାତ୍ମକ ଉର୍ଜାକୁ ଏହା ସମାପ୍ତ କରିଥାଏ।

ବାଉଁଶ ଗଛ: ପେଙ୍ଗସୁଇରେ ବାଉଁଶଗଛ ଲଗାଇବାକୁ କୁହାଯାଇଥାଏ। ଏହାକୁ ଲଗାଇଲେ ଦୁର୍ଭାଗ୍ୟ ଦୂର ହୁଏ। ଘରେ ଥିବା ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଏହାଛଡ଼ା ଯଶ, କୀର୍ତ୍ତି, ସ୍ବାସ୍ଥ୍ୟ ଏବଂ ସୌଭାଗ୍ୟ ବୃଦ୍ଧି ପାଇଥାଏ।

ତୁଳସୀ ଗଛ: ଔଷଧିୟ ଗୁଣରେ ଭରପୁର ଥାଏ ତୁଳସୀ ଗଛ। ଏଥିସହ ଭାଗ୍ୟ ବଦଳାଇବାର ଶକ୍ତି ମଧ୍ୟ ଏହି ଗଛର ଥାଏ। ଏହାକୁ ଘରର ଯେକୌଣସି ସ୍ଥାନରେ ଲଗାଇପାରିବେ। ଏହାକୁ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଉର୍ଜା ବ୍ୟାପି ଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଏହାକୁ ଉତ୍ତର ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇଲେ ଅଧିକ ଶୁଭ ଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri