Posted inଜାତୀୟ

ମୋଦିଙ୍କ କ୍ୟାବିନେଟ୍‌ରେ ଏହିସବୁ ମନ୍ତ୍ରୀଙ୍କ ହେଲା ଡବଲ୍‌ ପ୍ରମୋଶନ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଶପଥ ନେବାର ଦିନକ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଭାଜପା ମନ୍ତ୍ରୀମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ଅଧିକାଂଶ ଭାଜପା ମନ୍ତ୍ରୀ ସେମାନଙ୍କ ପୂର୍ବ ମନ୍ତ୍ରଣାଳୟ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ପାଖରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖିଛନ୍ତି। ଗାନ୍ଧୀନଗର ଏମ୍‌ପି ଅମିତ୍‌ ଶାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବଜାୟ ରଖିଥିବାବେଳେ ଲକ୍ଷ୍ନୌ ଏମ୍‌ପି ରାଜନାଥ ସିଂଙ୍କ ହାତରେ ପୂର୍ବଭଳି ପ୍ରତିରକ୍ଷା ରହିଛି। ବରିଷ୍ଠ ଭାଜପା ନେତା ତଥା ନାଗପୁର ଏମ୍‌ପି ନୀତିନ ଗଡ଼କରୀ ପୂର୍ବଭଳି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପାଇଥିବାବେଳେ ଏସ୍‌. ଜୟଶଙ୍କରଙ୍କ ହାତରେ ଦ୍ୱିତୀୟ ଥର ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ରହିଛି। କିନ୍ତୁ ଏମିତି କିଛି ମନ୍ତନ୍ତ୍ରୀ ଅଛନ୍ତି, ଯାହା ଉପରେ ମୋଦ ଅଧିକ ବିଶ୍ୱାସ କରିଛନ୍ତି ଏବଂ ସେମାନଙ୍କୁ ଅଧିକ ଦାୟିତ୍ୱ ଦେଇଛନ୍ତି?
ଯେଉଁମାନେ ମୋଦି କ୍ୟାବିନେଟରେ ଅଧିକ ଦାୟିତ୍ୱ ପାଇଛନ୍ତି। ଏଥିମଧ୍ୟରେ ଅନେକ ନାମ ସାମିଲ ଅଛନ୍ତି। ପ୍ରଥମେ ହେଉଛନ୍ତି ଶିବରାଜ ସିଂ ଚୌହାନ, ଯିଏ କୃଷି ମନ୍ତ୍ରଣାଳୟ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପାଇଛନ୍ତି। ପୂର୍ବତନ ହରିୟାଣା ସିଏମ ମନୋହର ଲାଲ ଖଟ୍ଟାରଙ୍କୁ ଶକ୍ତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ମିଳିଛି। ଉଭୟ ପ୍ରଥମ ଥର ପାଇଁ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ତୃତୀୟ ବୃହତ୍ତମ ମନ୍ତ୍ରଣାଳୟ ବିଷୟରେ କହିବାକୁ ଗଲେ, ଜିତନ ରାମ ମାନ୍‌ଝୀଙ୍କୁ ଏକ ସ୍ବତନ୍ତ୍ର ଏବଂ ବଡ଼ ମନ୍ତ୍ରଣାଳୟ ଦିଆଯାଇଛି ଏବଂ ତାହା ହେଉଛି MSME, ଅର୍ଥାତ୍‌ କ୍ଷୁଦ୍ର ସ୍କେଲ ଇଣ୍ଡଷ୍ଟ୍ରିଜ ମନ୍ତ୍ରଣାଳୟ।
ରେଳ ମନ୍ତ୍ରଣାଳୟ ନୀତୀଶ କୁମାର ଦଳକୁ ଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା, କିନ୍ତୁ ମୋଦିକ୍ୟାବିନେଟରେ ଏହି ମନ୍ତ୍ରଣାଳୟ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ଯାଇଛି। ଅଶ୍ୱିନୀ ବୈଷ୍ଣବଙ୍କର କେବଳ ରେଳ ମନ୍ତ୍ରଣାଳୟ ନୁହେଁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆଇଟି ମନ୍ତ୍ରଣାଳୟ ମଧ୍ୟ ଅଛି।
୨୦୨୪ରେ ଏନଡିଏ ସରକାର ଗଠନ ହୋଇଥିବାବେଳେ ମନ୍ତ୍ରଣାଳୟ ବଣ୍ଟନ କରିବାକୁ ୧୭ ଘଣ୍ଟା ସମୟ ଲାଗିଥିଲା। ୨୦୧୯ରେ, ସରକାର ଗଠନ ଏବଂ ମନ୍ତ୍ରଣାଳୟର ବଣ୍ଟନ ମଧ୍ୟରେ ବ୍ୟବଧାନ ମାତ୍ର ୧୫ ଘଣ୍ଟା ଥିଲା। ୨୦୨୪ରେ ଏହି ପାର୍ଥକ୍ୟ ୧୬ ଘଣ୍ଟା ୨୦ ମିନିଟ ଥିଲା। ମୋଟ ଉପରେ, ପୂର୍ବ ପାଞ୍ଚଟି ସରକାର ତୁଳନାରେ ମନ୍ତ୍ରଣାଳୟ ବଣ୍ଟନ ପାଇଁ ଏହି ସରକାର ଦୀର୍ଘ ସମୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?