ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌

ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ କ୍ଲାସିକ୍‌ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କ୍ଲାସିକ୍‌ ୬୫୦ରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ଫିଚର ସାମିଲ ରହିଛି। ଏପରିକି ଏହାର ସୌନ୍ଦର୍ଯ୍ୟ, ଆଧୁନିକ ଡିଜାଇନ ଏବଂ ଅତ୍ୟାଧୁନିକ କାରିଗରିକୁ ମୋଟର ସାଇକେଲ ଚାଳନାର ସ୍ଥାୟୀ ଭାବନା ସହି ଏକତ୍ରିତ କରାଯାଇଛି। ବେସ୍ପୋକ୍‌ କାରିଗରି ଏବଂ ଡିଜାଇନ ସହିତ ଏହି ମୋଟରସାଇକେଲ କ୍ଲାସିକ୍‌ ଅଟୋମୋଟିଭ୍‌ ଡିଜାଇନ, ସୌନ୍ଦର୍ଯ୍ୟ ଏବଂ ଇଞ୍ଜିନିୟରିଂର ସଂସ୍କୃତିକୁ ପ୍ରତିନିଧିତ୍ୱ କରିଛି ।
ସେହିଭଳି ସାରା ଭାରତରେ ଏହାର ବୁକିଂ, ଟେଷ୍ଟ ରାଇଡ ଓ ସେଲ ନିକଟରେ ଆରମ୍ଭ ହୋଇଯାଇଛି। ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୬୫୦ ୪ଟି ଆକର୍ଷଣୀୟ କଲରରେ ଉପଲବ୍ଧ ହେଉଛି। ଏହାର ଏକ୍ସ-ଶୋ ରୁମ୍‌ ମୂଲ୍ୟ ବା କ୍ଲାସିକ୍‌ ୬୫୦କୁ ୩,୩୭,୦୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି।
ଅପରପକ୍ଷରେ ହଟରୋଡ ଭାରିଆଣ୍ଟ ଭାଲାମ ରେଡ୍‌ ଏବଂ ବ୍ରଣ୍ଟିଙ୍ଗଥ୍ରୋପ ବ୍ଲୁ କଲରର ମୂଲ୍ୟ ୩,୩୭,୦୦୦ ଟଙ୍କା, କ୍ଲାସିକ୍‌ ଭାରିଆଣ୍ଟ ଟିଏଲ କଲର ମୂଲ୍ୟ ୩,୪୧,୦୦୦ ଟଙ୍କା ଏବଂ କ୍ରୋମ ଭାରିଆଣ୍ଟ ବ୍ଲାକ୍‌ କ୍ରୋମ କଲରର ମୂଲ୍ୟ ୩,୫୦,୦୦୦ ଟଙ୍କାରେ ଉପଲବ୍ଧ ହେଉଛି।
ଏ ସମ୍ପର୍କରେ ଆଇସର ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ରୟାଲ ଏନ୍‌ଫିଲ୍ଡର ସିଇଓ ବି ଗୋବିନ୍ଦରାଜନ କହିଛନ୍ତି, କ୍ଲାସିକ୍‌ ୬୫୦ କେବଳ ଏକ ମୋଟରସାଇକେଲ ନୁହେଁ-ଏହା ଆମର ସମୃଦ୍ଧ ପରମ୍ପରା ପ୍ରତି ଏକ ଅବଦାନ। ଯେଉଁଠାରେ କାଳଜୟୀ ଡିଜାଇନ ସହଜ ପ୍ରଦର୍ଶନ ସହିତ ଏକତ୍ର ହୋଇଛି। ଏହା ରୟାଲ ଏନ୍‌ଫିଲ୍ଡର ଭାବନାକୁ ଆଗକୁ ବଢ଼ାଉଛି, ଯେବେକି ରାଇଡର୍‌ ଏବଂ ମେଶିନ ମଧ୍ୟରେ ରହିଥିବା ଏକ ଅତୁଟ ବନ୍ଧନ ସହିତ କାରିଗରିକୁ ଏକତ୍ର କରୁଛି। ଆମର ପ୍ରମାଣିତ ୬୫୦ସିସି ସମାନ୍ତରାଳ ଟ୍ବିନ୍‌ ପ୍ଲାଟଫର୍ମ ଉପରେ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri