Posted inଫୁରସତ

ଅଲ୍‌ରାଉଣ୍ଡର ଯଶୋବନ୍ତ

  1. ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ କଳା ବିକଶିତ ହୋଇଥିଲା ପିଲାଟି ଦିନୁ। ନିଜ ଆଗ୍ରହ, ପିତାମାତାଙ୍କ ପ୍ରେରଣା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଆଜି ଏକାଧାରରେ ଜଣେ ସଫଳ ନୃତ୍ୟଶିଳ୍ପୀ, ଚିତ୍ରକର ଏବଂ କୋରିଓଗ୍ରାଫର ହୋଇପାରିଛନ୍ତି ବୋଲି କୁହନ୍ତି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଦାମୋଦରପୁର ଗ୍ରାମର ମାଆ ଶାନ୍ତି ଏବଂ ବାପା ଯୋଗେନ୍ଦ୍ର ଜେନାଙ୍କ ପୁଅ ଯଶୋବନ୍ତ। ପିଲାବେଳୁ ପିତାମାତାଙ୍କ ସହ ମନ୍ଦିର ଯାଇ ଠାକୁର ଦର୍ଶନ, ଭାଗବତ ପାଠ, ଆଧ୍ୟାତ୍ମିକ ଚର୍ଚ୍ଚା ଆଦି ତାଙ୍କ ଜୀବନରେ ଗଭୀର ରେଖାପାତ କରିଥିଲା। ବୟସ ବଢିବା ସହିତ ତାଙ୍କ ଜୀବନରେ ଆଧ୍ୟାତ୍ମିକତା ଭାବ ବୃଦ୍ଧି ପାଇଥିଲା। ଭୁବନେଶ୍ୱରସ୍ଥିତ ବିକେ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରୁ ଚିତ୍ରକଳାରେ ଡିଗ୍ରୀ ହାସଲ ପରେ ଶ୍ରୀକ୍ଷେତ୍ରକୁ ନିଜ କର୍ମକ୍ଷେତ୍ର ରୂପେ ବାଛି ନେଲେ। ସେବକ ପରିବାରରୁ ଜନ୍ମ ହୋଇ ନ ଥିଲେ ମଧ୍ୟ ସେ ନିଜକୁ ମହାପ୍ରଭୁଙ୍କ ନିକଟରେ ସମର୍ପି ଦେଇଛନ୍ତି। ଦୈନିକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ସହ ତାଙ୍କ ପୂଜାର୍ଚ୍ଚନାରେ ନିଜକୁ ହଜାଇ ଦେଇଥାନ୍ତି ଯଶୋବନ୍ତ। ମହାପ୍ରଭୁଙ୍କ ନିକଟରେ ନାଚିବା ଲାଗି ତାଙ୍କ ମନରେ ରହିଥିବା ଅଭିଳାଷା ଯୁବନୃତ୍ୟଗୁରୁ ସନ୍ତୋଷ ପ୍ରଧାନଙ୍କ ସହିତ ମିଶିବା ପରେ ପୂର୍ଣ୍ଣ ହୋଇଥିଲା। ସନ୍ତୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟାନୁଷ୍ଠାନ ଅନନ୍ୟା କଳା ମନ୍ଦିରରେ ଓଡିଶୀରେ ନୃତ୍ୟାଭ୍ୟାସ ଆରମ୍ଭ କରିଥିଲେ ଏବଂ ଜଣେ ପ୍ରତିଷ୍ଠିତ ଯୁବ ନୃତ୍ୟଶିଳ୍ପୀ ଭାବେ ସେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଲେ। ଶ୍ରୀକ୍ଷେତ୍ରର ମହୋତ୍ସବ ହେଉ ବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ନୃତ୍ୟର ଝଲକ ଦେଖିବାକୁ ମିଳେ। ଓଡ଼ିଶା ତଥା ରାଜ୍ୟ ବାହାରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି ସେ। କେବଳ ଏତିକି ନୁହେଁ ଚନ୍ଦନଯାତ୍ରା, ମହାପ୍ରଭୁଙ୍କ ଗୁଣ୍ଡିଚା ଏବଂ ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ଆଗରେ ନୃତ୍ୟ ପରିବେଷଣ କରି ଭକ୍ତଙ୍କୁ ବିମୋହିତ କରିଥାନ୍ତି। ମୁଖମଣ୍ଡଳର ସ୍ମିତ ହାସ୍ୟ, କଥାରେ ଶାଳିନତା ତାଙ୍କୁ ଅନ୍ୟମାନଙ୍କ ନିକଟତର କରିପାରିଛି। ସେ ବିନା ଟ୍ରେନିଂରେ ନିଜସ୍ବ ପ୍ରଚେଷ୍ଟାରେ ଓଡ଼ିଶୀ ନୃତ୍ୟ ପୋଷାକ ମଧ୍ୟ ସିଲେଇ କରନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ କାନ୍ଥରେ ଅଙ୍କିତ ସାଂସ୍କୃତିକ ଚିତ୍ର, ମହାପ୍ରଭୁଙ୍କ ସେବା ପରମ୍ପରାର ବିଭିନ୍ନ ଚିତ୍ରରେ ଏକାଧିକ କଳାରେ ପାରଦର୍ଶିତା ଅର୍ଜନ କରିଥିବା ଯଶୋବନ୍ତଙ୍କ ହାତର ଯାଦୁର ଝଲକ ଦେଖିବାକୁ ମିଳେ। ସର୍ବଦା ମହାପ୍ରଭୁଙ୍କ ସେବାରେ ମଜ୍ଜି ରହୁଥିବା ଯଶୋବନ୍ତ ତାଙ୍କ ଅନନ୍ୟ ପ୍ରତିଭା ଲାଗି ବିଭିନ୍ନ ମଞ୍ଚରେ ସମ୍ମାନିତ ହେବାର ଗୌରବ ହାସଲ କରିଛନ୍ତି। ନିଜକୁ ଅର୍ଦ୍ଧନାରୀଶ୍ୱର, ରାଧାକୃଷ୍ଣବେଶରେ ସଜ୍ଜିତ କରି ଏକକ ନୃତ୍ୟ ପରିବେଷଣ କରି ଅତି ଚମତ୍କୃତ ଭାବେ ନୃତ୍ୟ ପରିବେଷଣ କରିଥାନ୍ତି ଯଶୋବନ୍ତ। ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଯଶୋବନ୍ତ ଶ୍ରୀରାମ, ଶ୍ରୀକୃଷ୍ଣ ବେଶରେ ସଜ୍ଜିତ ହୋଇ ଭକ୍ତ, ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ମହାପ୍ରଭୁଙ୍କ ସେବାରେ ସର୍ବଦା ମଜ୍ଜି ରହୁଥିବା ଯଶୋବନ୍ତ ମହାପ୍ରଭୁଙ୍କ ବିଭିନ୍ନ ଆକୃତିର ଚିତ୍ର ଅଙ୍କନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାନ୍ତି।
    – ପ୍ରଭାତ ପାଣିଗ୍ରାହୀ

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?