Posted inଫୁରସତ

ଅଲ୍‌ରାଉଣ୍ଡର ଯଶୋବନ୍ତ

  1. ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ କଳା ବିକଶିତ ହୋଇଥିଲା ପିଲାଟି ଦିନୁ। ନିଜ ଆଗ୍ରହ, ପିତାମାତାଙ୍କ ପ୍ରେରଣା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଆଜି ଏକାଧାରରେ ଜଣେ ସଫଳ ନୃତ୍ୟଶିଳ୍ପୀ, ଚିତ୍ରକର ଏବଂ କୋରିଓଗ୍ରାଫର ହୋଇପାରିଛନ୍ତି ବୋଲି କୁହନ୍ତି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଦାମୋଦରପୁର ଗ୍ରାମର ମାଆ ଶାନ୍ତି ଏବଂ ବାପା ଯୋଗେନ୍ଦ୍ର ଜେନାଙ୍କ ପୁଅ ଯଶୋବନ୍ତ। ପିଲାବେଳୁ ପିତାମାତାଙ୍କ ସହ ମନ୍ଦିର ଯାଇ ଠାକୁର ଦର୍ଶନ, ଭାଗବତ ପାଠ, ଆଧ୍ୟାତ୍ମିକ ଚର୍ଚ୍ଚା ଆଦି ତାଙ୍କ ଜୀବନରେ ଗଭୀର ରେଖାପାତ କରିଥିଲା। ବୟସ ବଢିବା ସହିତ ତାଙ୍କ ଜୀବନରେ ଆଧ୍ୟାତ୍ମିକତା ଭାବ ବୃଦ୍ଧି ପାଇଥିଲା। ଭୁବନେଶ୍ୱରସ୍ଥିତ ବିକେ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରୁ ଚିତ୍ରକଳାରେ ଡିଗ୍ରୀ ହାସଲ ପରେ ଶ୍ରୀକ୍ଷେତ୍ରକୁ ନିଜ କର୍ମକ୍ଷେତ୍ର ରୂପେ ବାଛି ନେଲେ। ସେବକ ପରିବାରରୁ ଜନ୍ମ ହୋଇ ନ ଥିଲେ ମଧ୍ୟ ସେ ନିଜକୁ ମହାପ୍ରଭୁଙ୍କ ନିକଟରେ ସମର୍ପି ଦେଇଛନ୍ତି। ଦୈନିକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ସହ ତାଙ୍କ ପୂଜାର୍ଚ୍ଚନାରେ ନିଜକୁ ହଜାଇ ଦେଇଥାନ୍ତି ଯଶୋବନ୍ତ। ମହାପ୍ରଭୁଙ୍କ ନିକଟରେ ନାଚିବା ଲାଗି ତାଙ୍କ ମନରେ ରହିଥିବା ଅଭିଳାଷା ଯୁବନୃତ୍ୟଗୁରୁ ସନ୍ତୋଷ ପ୍ରଧାନଙ୍କ ସହିତ ମିଶିବା ପରେ ପୂର୍ଣ୍ଣ ହୋଇଥିଲା। ସନ୍ତୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟାନୁଷ୍ଠାନ ଅନନ୍ୟା କଳା ମନ୍ଦିରରେ ଓଡିଶୀରେ ନୃତ୍ୟାଭ୍ୟାସ ଆରମ୍ଭ କରିଥିଲେ ଏବଂ ଜଣେ ପ୍ରତିଷ୍ଠିତ ଯୁବ ନୃତ୍ୟଶିଳ୍ପୀ ଭାବେ ସେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଲେ। ଶ୍ରୀକ୍ଷେତ୍ରର ମହୋତ୍ସବ ହେଉ ବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ନୃତ୍ୟର ଝଲକ ଦେଖିବାକୁ ମିଳେ। ଓଡ଼ିଶା ତଥା ରାଜ୍ୟ ବାହାରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି ସେ। କେବଳ ଏତିକି ନୁହେଁ ଚନ୍ଦନଯାତ୍ରା, ମହାପ୍ରଭୁଙ୍କ ଗୁଣ୍ଡିଚା ଏବଂ ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ଆଗରେ ନୃତ୍ୟ ପରିବେଷଣ କରି ଭକ୍ତଙ୍କୁ ବିମୋହିତ କରିଥାନ୍ତି। ମୁଖମଣ୍ଡଳର ସ୍ମିତ ହାସ୍ୟ, କଥାରେ ଶାଳିନତା ତାଙ୍କୁ ଅନ୍ୟମାନଙ୍କ ନିକଟତର କରିପାରିଛି। ସେ ବିନା ଟ୍ରେନିଂରେ ନିଜସ୍ବ ପ୍ରଚେଷ୍ଟାରେ ଓଡ଼ିଶୀ ନୃତ୍ୟ ପୋଷାକ ମଧ୍ୟ ସିଲେଇ କରନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ କାନ୍ଥରେ ଅଙ୍କିତ ସାଂସ୍କୃତିକ ଚିତ୍ର, ମହାପ୍ରଭୁଙ୍କ ସେବା ପରମ୍ପରାର ବିଭିନ୍ନ ଚିତ୍ରରେ ଏକାଧିକ କଳାରେ ପାରଦର୍ଶିତା ଅର୍ଜନ କରିଥିବା ଯଶୋବନ୍ତଙ୍କ ହାତର ଯାଦୁର ଝଲକ ଦେଖିବାକୁ ମିଳେ। ସର୍ବଦା ମହାପ୍ରଭୁଙ୍କ ସେବାରେ ମଜ୍ଜି ରହୁଥିବା ଯଶୋବନ୍ତ ତାଙ୍କ ଅନନ୍ୟ ପ୍ରତିଭା ଲାଗି ବିଭିନ୍ନ ମଞ୍ଚରେ ସମ୍ମାନିତ ହେବାର ଗୌରବ ହାସଲ କରିଛନ୍ତି। ନିଜକୁ ଅର୍ଦ୍ଧନାରୀଶ୍ୱର, ରାଧାକୃଷ୍ଣବେଶରେ ସଜ୍ଜିତ କରି ଏକକ ନୃତ୍ୟ ପରିବେଷଣ କରି ଅତି ଚମତ୍କୃତ ଭାବେ ନୃତ୍ୟ ପରିବେଷଣ କରିଥାନ୍ତି ଯଶୋବନ୍ତ। ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଯଶୋବନ୍ତ ଶ୍ରୀରାମ, ଶ୍ରୀକୃଷ୍ଣ ବେଶରେ ସଜ୍ଜିତ ହୋଇ ଭକ୍ତ, ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ମହାପ୍ରଭୁଙ୍କ ସେବାରେ ସର୍ବଦା ମଜ୍ଜି ରହୁଥିବା ଯଶୋବନ୍ତ ମହାପ୍ରଭୁଙ୍କ ବିଭିନ୍ନ ଆକୃତିର ଚିତ୍ର ଅଙ୍କନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାନ୍ତି।
    – ପ୍ରଭାତ ପାଣିଗ୍ରାହୀ

Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri