Posted inଫୁରସତ

ଅଲରାଉଣ୍ଡର ଜ୍ୟୋତିପ୍ରଭା

ମ୍ୟୁଜିକ୍‌ କାନରେ ବାଜିବା ମାତ୍ରେ ନାଚି ଉଠୁଥିଲା କୁନି ଝିଅଟିର ପାଦ। ଧିରେ ଧିରେ ବୟସ ବଢିବା ସହ ନୃତ୍ୟ ପ୍ରତି ଥିବା ଆଗ୍ରହ ପରିଣତ ହେବାରେ ଲାଗିଲା ନିଶାରେ, ଆଉ ଯାହାକି ବର୍ତ୍ତମାନ ତାଙ୍କୁ ଦେଇଛି ଜଣେ ନୃତ୍ୟଶିଳ୍ପୀର ପରିଚୟ। ସେ ହେଉଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଶମ୍ଭୁନାଥ ପଡ଼ାରେ ରହୁଥିବା ମାଆ ପଦ୍ମିନୀ ଏବଂ ପିତା ସ୍ବର୍ଗତ ପ୍ରଦୀପ କୁମାର ମହାନ୍ତିଙ୍କ ଝିଅ ଜ୍ୟୋତିପ୍ରଭା। ପିଲାଦିନୁ ସେ ଟିଭିରେ କୌଣସି ଗୀତ ଦେଖିବା ମାତ୍ରେ ଏହାର ତାଳେ ତାଳେ ନାଚି ଉଠୁଥିଲେ। ହେଲେ ୭ମ ଶ୍ରେଣୀରେ ପଢିବା ବେଳେ ଗୁରୁ ମୃଣ୍ମୟୀ ଦାଶଙ୍କ ଠାରୁ ସମ୍ବଲପୁରୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ସେବେଠୁ ସେ ସ୍କୁଲ ସମେତ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି। କଳାହାଣ୍ଡି ଜିଲାରେ ଥିବା ‘ପ୍ରତିଭା’ ନାମକ ଏକ ଅନୁଷ୍ଠାନ ସହିତ ଦୀର୍ଘ ୧୦ ବର୍ଷ ହେବ ଜଡ଼ିତ ରହି ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରି ଅନେକ ମଞ୍ଚରେ ନୃତ୍ୟ ପରିବେଷଣର ସୁଯୋଗ ପାଇଛନ୍ତି। ସେ କେବଳ ନିଜ ଜିଲା ନୁହେଁ ରାଜ୍ୟ, ଦେଶ ଏବଂ ବିଦେଶରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିସାରିଛନ୍ତି। ଭବାନୀପାଟଣା ଦୁରଦର୍ଶନ କେନ୍ଦ୍ରରେ ଅନେକ ଥର ବିଭିନ୍ନ ଲୋକଗୀତ ଏବଂ ବାଦ୍ୟ ତାଳରେ ନୃତ୍ୟ ପରିବେଷଣ କରି ଜଣେ ସଫଳ ନୃତ୍ୟ ଶିଳ୍ପୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ସାଂସ୍କୃତିକ ମନ୍ତ୍ରଣାଳୟ ପକ୍ଷରୁ ସ୍କଲାରଶିପ୍‌ ମଧ୍ୟ ମିଳିଛି। ସେ ଦିଲୀ, ରାଜସ୍ଥାନ, ମୁମ୍ବାଇ, ହାଇଦ୍ରାବାଦ, ଗୋଆ, ଆଶାମ, ଗ୍ବାଲିଅର୍‌, ଗ୍ୟାଙ୍ଗଟକ୍‌, ଡାମନ୍‌ଡ଼ିଉ, ନାସିକ, ହରିଦ୍ୱାର ଆଦି ସ୍ଥାନରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରବା ସହିତ କେନ୍ଦ୍ର ଓ ରାଜ୍ୟ ସାଂସ୍କୃତିକ ମହୋତ୍ସବ ଏବଂ ରାଜ୍ୟ ଓ ଜାତୀୟ ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସେ କୁହନ୍ତି, ସ୍କୁଲ୍‌ ଏବଂ କଲେଜରେ ପଢିବା ସମୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ରଚନା ଲିଖନ, ଝୋଟି ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛି। ଏମିତିକି ବିଭିନ୍ନ କ୍ରୀଡ଼ାରେ ମଧ୍ୟ ମୋର ଭଲ ପ୍ରଦର୍ଶନ ରହିଆସିଛି। ତେଣୁ ନାଶନାଲ ଆଡ଼ଭେଞ୍ଚର ଫାଉଣ୍ଡେଶନ୍‌ ପକ୍ଷରୁ ପାରାଚ୍ୟୁଟ୍‌ ଉଡ଼ାଇବାରେ ସାର୍ଟିଫିକେଟ୍‌ ହାସଲ କରିଛି। ହେଲେ ଏସବୁ ଠାରୁ ନୃତ୍ୟ ମୋତେ ସବୁଠୁ ଅଧିକ ଖୁସି ଦେଇପାରିଛି। ତେବେ ପ୍ରତିଭା ଅନୁଷ୍ଠାନ ସହ ମିଶି ୨୦୧୭ ମସିହାରେ ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଦେଶ ମାଟିରେ ନିଜ ରାଜ୍ୟର ଲୋକକଳା ପ୍ରଦର୍ଶନ କରିବାର ଅନୁଭୂତି ସବୁଠୁ ନିଆରା। ଏଭଳି ଏକ ସୁଯୋଗ ପାଇବା ମୋ ପାଇଁ ଖୁବ୍‌ ଗୌରବର ବିଷୟ।’ ଜଣେ ଆଦିବାସୀ ନୃତ୍ୟଶିଳ୍ପୀ ଭାବେ ପରିଚିତ ଜ୍ୟୋତି ଜଣେ ମେଧାବୀ ଛାତ୍ରୀ ମଧ୍ୟ। କନ୍ଧମାଳରେ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟରତ ନିଜ ମାଉସୀଙ୍କ ଘରେ ରହି ସେ ରାଇକିଆସ୍ଥିତ ସୁଧାକୀରଣ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପଢା ସାରିଥିଲେ ଏବଂ ସେଠାରେ କଲେଜ ଟପର ହୋଇଥିବାରୁ ତାଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ମାଗଣା ଲାପଟପ୍‌ ମିଳିଥିଲା। ବର୍ତ୍ତମାନ ବଲାଙ୍ଗୀରରେ ଜି.ଏନ୍‌.ଏମ୍‌ କୋର୍ସ କରୁଥିବା ଜ୍ୟୋତିପ୍ରଭା କୁହନ୍ତି, ନିଜ ରୁଚି ଲାଗି ପାଠ ପଢାକୁ ଆଦୌ ଅବହେଳା କରେନି। କାରଣ ଭଲ ଶିକ୍ଷାଗତ ଯୋଗ୍ୟତା ଥିଲେ ଯେକୌଣସି କ୍ଷେତ୍ରରେ ଅଗ୍ରସର ହେବା ସହଜ। ତେଣୁ ପଢା ସହିତ ନିଜ ରୁଚିକୁ ସମ୍ମାନ ଦେଇ ଆଗେଇ ଚାଲିଛି। ଆଉ ଭବିଷ୍ୟତରେ ପେସାରେ ଜଣେ ନର୍ସ ଭାବେ ସେବା କାର୍ଯ୍ୟ କରିବା ସହ ନୃତ୍ୟଶିଳ୍ପୀ ଭାବେ ନିଜ ଆଞ୍ଚଳିକ ଲୋକନୃତ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛି।
– ସଞ୍ଜୀବ ଜୋଷୀ


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?