Posted inଖେଳ

ରସେଲ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ

କୋଲକାତା,୨୩ା୩: ସନରାଇଜର୍ସ ହାଇଦ୍ରାବାଦକୁ ସଂଘର୍ଷପୂର୍ଣ୍ଣ ୪ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ପ୍ରଥମେ ବ୍ୟାଟିଂ କରି କେକେଆର ୭ ଉଇକେଟରେ ୨୦୮ ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ୭ ଉଇକେଟରେ ୨୦୪ ରନ୍‌ କରିଥିଲା। ଅନ୍ତିମ ୪ ଓଭରରେ ୭୬ ରନ୍‌ ଆବଶ୍ୟକ ଥିବା ବେଳେ ହେନରିଚ୍‌ କ୍ଲାସେନ୍‌ ଧୂଆଁଧାର ୬୩ ରନ୍‌ କରିଥିଲେ। ତେବେ ଶେଷ ଓଭରରେ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ କେକେଆର ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୫୧ ରନ୍‌ରେ ୪ ଟପ୍‌ ଅର୍ଡର ଖେଳାଳିଙ୍କୁ ହରାଇଥିଲା। ତେବେ ଆନ୍ଦ୍ରେ ରସେଲଙ୍କ ୬୪*, ଫିଲ୍‌ ସଲ୍ଟଙ୍କ ୫୪ ଓ ରମଣଦୀପ ସିଂଙ୍କ ୩୫ ରନ୍‌ ବଳରେ କେକେଆର ୨୦୮ ରନ୍‌ରେ ପହଞ୍ଚିଥିଲା। ଆନ୍ଦ୍ରେ ରସେଲ୍‌ ମାତ୍ର ୨୫ ବଲ ଖେଳି ସେ ୩ ଚୌକା ଓ ୭ ଛକା ମାରିଥିଲେ। ସନରାଇଜର୍ସ ପକ୍ଷରୁ ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ଅଭିଷେକ ଶର୍ମା ୩୨ରନ୍‌ ଲେଖାଏ କରିଥିଲେ।

ଅନ୍ତିମ ୪ ଓଭରରୁ ୭୬ ରନ୍‌ ଆବଶ୍ୟକ ଥିବା ବେଳେ କେକେଆର ସହଜ ବିଜୟ ହାସଲ କରିବା ଆଶା କରା ଯାଉଥିଲା। ମାତ୍ର କ୍ଲାସେନ୍‌ ୨୯ ବଲ୍‌ ଖେଳି ୮ ଛକା ସହ ୬୩ ରନ୍‌ କରିଥିଲେ। ଅନ୍ତିମ ୨ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ କ୍ଲାସେନ୍‌ ଆଉଟ ହୋଇଥିଲେ। କେକେଆର ପକ୍ଷରୁ ହର୍ଷିତ ରାଣା ୩, ଆନ୍ଦ୍ରେ ରସେଲ୍‌ ୨, ସୁନୀଲ ନାରିନ୍‌ ଓ ବରୁନ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri