ଗୁଆ ଘିଅରେ ତିଆରି ହୁଏ ସମସ୍ତ ଭୋଗ

ଡେରାବିଶ, ୨୭ା୯(ସ୍ବ.ପ୍ର.):ଶାରଦୀୟ ଦୁର୍ଗାପୂଜା ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳ ଉତ୍ସବ ମୁଖର ହେବାକୁ ଯାଉଛି। ପୂଜା ଆଉ ମାତ୍ର ୫ ଦିନ ଥିବାବେଳେ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ହଳଦିଆପାଟଣା ମା’ ଦୁର୍ଗାଙ୍କ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ମହାଳୟା ତିଥି ରବିବାର ଏହି ପୀଠରେ ମାଟିରେ ନିର୍ମିତ ମୃଣ୍ମୟ ମୂର୍ତ୍ତିରେ ଖଡି ସ୍ପର୍ଶ କରାଯାଇଛି। ଏଥିପାଇଁ ମା’ଙ୍କ ନିକଟରେ ଥିବା ବେଲଗଛକୁ ପୂଜାର୍ଚ୍ଚନା କରାଯାଇଥିଲା। ପରମ୍ପରା ଅନୁଯାୟୀ, ଏହି ତିଥି ପୀଠ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ପୂଜା ପାଉଥିବା ବେଲଗଛ ନିକଟରେ ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ଶତାଧିକ ଗ୍ରାମବାସୀ ଭଜନ କୀର୍ତ୍ତନ କରିଥିଲେ। ଚଳିତବର୍ଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ଓ ଆଲୋକ ସଜାସଜି ବ୍ୟବସ୍ଥା କରାଯାଇଛି। ମା’ ଙ୍କ ନିକଟରେ ଆସନ୍ତା ଶନିବାର ଷଷ୍ଠି ତିଥି ରାତି ୪ଟାରେ ଘଟ ଆବାହନି, କାର୍ଯ୍ୟକ୍ରମ ଥିବା ବେଳେ ରବିବାର ମହାସପ୍ତମୀ ପୂଜାରେ ଚକ୍ଷୁଦାନ ଓ ବେଦଶାସ୍ତ୍ର ପଠନ ପୂଜା, ସୋମବାର ମହାଷ୍ଟମୀ ସନ୍ଧିପୂଜା, ଦୁର୍ଗାବ୍ରତ, ସନ୍ଧିବଳି ପ୍ରୋକ୍ଷଣ ପୂଜା, ମଙ୍ଗଳବାର ମହାନବମୀ ବିହିତ ପୂଜା ଓ ପଣା ଲାଗି କରାଯିବ ବୋଲି କମିଟି ପକ୍ଷରୁ ବ୍ୟବସ୍ଥା ହୋଇଛି। ବୁଧବାର ବିଜୟା ଦଶମୀ ଅପରାଜିତା ପୂଜା ସହ ମା’ଙ୍କୁ ବିସର୍ଜନ କରାଯିବ ବୋଲି କମିଟିର ସଭାପତି ଉତମ ଚରଣ ମଳିକ କହିଛନ୍ତି। ଏହି ପୀଠରେ ପୂଜା ସମୟରେ ଗାଈ ଘିଅରେ ତିଆରି ସମସ୍ତ ଭୋଗ ପ୍ରସ୍ତୁତ କରାଯାଇଥାଏ। କରୋନା କଟକଣା ପାଇଁ ଦୁଇବର୍ଷ ହେବ ଭକ୍ତଶୂନ୍ୟ କେବଳ ପୂଜା ପାଠ କରାଯାଇଥିଲା। ଚଳିତ ବର୍ଷ କଟକଣା ନ ଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି। ଏଥିପାଇଁ ନିକିରେଇ ଥାନା ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା କରାଯିବାକୁ ବ୍ୟବସ୍ଥା ହୋଇଛି। ପ୍ରତିବର୍ଷ ପରି ଚଳିତବର୍ଷ ପଲ୍ଲୀମଙ୍ଗଳ ଯୁବକ ସଂଘ ଓ ମଙ୍ଗଳେଶ୍ୱର ନାଟ୍ୟ ସଂସଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ୩ଦିନ ଧରି ନାଟକ ପରିବେଷଣ କରାଯିବା ସହ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ, ପାଲା ପରିବେଷଣ ଓ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଦୀର୍ଘବର୍ଷ ଧରି ହଳଦିଆପାଟଣାରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ବିଷୟରେ ବହୁ ଜନଶ୍ରୁତି ରହିଛି। ଦଶହରା ପର୍ବ ପୂର୍ବରୁ ଗ୍ରାମର ଖଗେଶ୍ୱର ଦାସ, ନୃସିଂହ ସାହୁ, ଦୈତାରୀ ପ୍ରଧାନ, ସର୍ବେଶ୍ୱର ପରିଡା, ବାବାଜୀ ଚରଣ ସାହୁ, ସ୍ବାଧୀନତା ସଂଗ୍ରାମୀ ଗୋଲଖ ଦାସ ଗ୍ରାମ ନିକଟରେ ବହିଯାଇଥିବା ବିରୂପା ନଦୀ କୂଳରେ ସନ୍ଧ୍ୟାରେ ବସିଥିବାବେଳେ ଏକ ଆଲୋକ ଦେଖିଥିଲେ। ଏହି ଆଲୋକ ଗ୍ରାମରେ ମା’ ଦୁର୍ଗାଙ୍କ ପୂଜା ପାଇଁ ସଂକେତ ଦେଉଥିବା ଭାବି ଆରମ୍ଭ କରିଥିଲେ ମା’ଙ୍କ ଏହି ଶାରଦୀୟ ପୂଜା। ତେବେ ସର୍ତ ଥିଲା ମା’ଙ୍କ ମନ୍ଦିର ନିକଟରେ ଏକ ବେଲଗଛ ରୋପଣ କରାଯିବ ଯଦି ଗଛଟି ବଞ୍ଚତ୍ବ ତେବେ ଏଠାରେ ପୂଜା ହେବା ପାଇଁ ମା’ଙ୍କ ନିର୍ଦ୍ଦେଶ ରହିଥିବା ଆମେ ଜାଣିବା ବୋଲି ବାବାଜୀଙ୍କ ସର୍ତ ଥିଲା ବୋଲି କମିଟିର କର୍ମକର୍ତ୍ତା ନୃସିଂହ ଚରଣ ସାହୁ କହିଛନ୍ତି। ଲଗା ଯାଇଥିବା ବେଲ ଗଛ ବଞ୍ଚତ୍ ଯିବା ଦେଖି ପୂଜା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହଳଦିଆପାଟଣା ସହ ଆଖପାଖ ୧୦ଟି ଗ୍ରାମର ଗ୍ରାମବାସୀ ଏହି ପୂଜା ପାଇଁ ସମସ୍ତ ସହଯୋଗ କରିଥାନ୍ତି ବୋଲି ପୂଜା କମିଟିର ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି। ପୂଜା ପାଇଁ ପ୍ରଥମେ ସୁନିଆରେ ମାଟି ପୂଜା ହୋଇ ଆସୁଥିଲା। ପରେ ଏହି ମାଟି ଉଠା ତିଥିକୁ ଜନ୍ମାଷ୍ଟମୀକୁ ଘୁଞ୍ଚାଇ ଦିଆଯାଇଥିଲା। ନିଜର ଅନୁଭୂତି ସମ୍ପର୍କରେ ସୁବାସ ଚନ୍ଦ୍ର ସାହୁ କୁହନ୍ତି, ବର୍ଷେ ସପ୍ତମୀ ତିଥିରେ ରାତି ୩ଟାରେ ମା’ଙ୍କ ମୂର୍ତ୍ତି ନିକଟରେ ସ୍ଥାପନ ହେଉଥିବା ଘଟ ବିରୂପା ନଦୀରେ ଜଳ ଆଣିବାକୁ ଯିବା ସମୟରେ ଏକ ବିରାଟ ଆଲୁଅ ଆମ ଗ୍ରାମରେ ଉଦ୍‌ଭାଷିତ ହୋଇଥିଲା। ଏହି ଆଲୁଅ କେଉଁଠୁ ଆସୁଥିଲା କେହି ଜାଣି ପାରି ନ ଥିଲେ। ଲାଗୁଥିଲା ଗ୍ରାମଟି ଯେପରି ଅଗ୍ନି ପିଣ୍ଡୁଳାରେ ଆଚ୍ଛାଦିତ ହୋଇଛି। ଖୁବ୍‌କମ୍‌ ସମୟ ମଧ୍ୟରେ ଏହି ଆଲୁଅ ଅପସାରିତ ହୋଇଥିଲା। ସେଦିନର ସେଇ ଦୃଶ୍ୟ କେବଳ ଆମ ଗ୍ରାମ ନୁହେଁ ଆଖପାଖ ଗ୍ରାମବାସୀ ମଧ୍ୟ ଦେଖି ଚକିତ ହୋଇ ପଡିଥିଲେ। ସେବେଠାରୁ ଏହି ପୀଠ ଶକ୍ତିପୀଠ ଭାବେ ପରିଚିତ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri