ସ୍କ୍ରାପେଜ୍‌ ପଲିସି କାର୍‌ ବିକ୍ରି ବଢ଼ାଇବ

କରୋନା ମହାମାରୀର ପ୍ରଭାବ ସାଙ୍ଗକୁ ବର୍ଦ୍ଧିତ ତେଲ ଦର ଯାନ ବିକ୍ରି ବୃଦ୍ଧିରେ ବାଧକ ସାଜି ଅଟୋ ସେକ୍ଟର ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛିି। ତେଲ ଦର ବୃଦ୍ଧିଜନିତ ଚିନ୍ତା କମାଇବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ବତାଇଛନ୍ତି ଏସ୍ପିରିଟ୍‌ ଟୟୋଟା ମ୍ୟାନେଜିଂ ଡାଇରେକ୍ଟର ସୁନୀଲ ତନେଜା।

 

ମହାମାରୀ ଓ ତୈଳ ଦର ବୃଦ୍ଧି ବିକ୍ରିକୁ ପ୍ରଭାବିତ କରିଛି, ନୁହେଁ କି ?
ହଁ, ନିଶ୍ଚିତ। ମହାମାରୀ ଯୋଗୁ ଅଟୋମୋବାଇଲ୍‌ କ୍ଷେତ୍ରର ଅଭିବୃଦ୍ଧି ନିମ୍ନଗାମୀ ହୋଇଛି। ଲକ୍‌ଡାଉନ୍‌ କାରଣରୁ ମଧ୍ୟ ବିକ୍ରି ଅତି ନିମ୍ନସ୍ତରରେ ରହିଥିଲା। ଅନ୍ୟପକ୍ଷରେ ବଢ଼ୁଥିବା ତୈଳ ଦର ଏହି କ୍ଷେତ୍ର ଲାଗି ଚିନ୍ତା ବଢ଼ାଇଦେଇଛି। ତୈଳ ଦର ବୃଦ୍ଧି ଫଳରେ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ପ୍ରକୃତରେ ମହାମାରୀ ପରେ ସବୁ ସାମଗ୍ରୀର ଦରଦାମ ବଢ଼ିଛି। ମୋ ମତରେ ସରକାର ଇଲେକ୍ଟ୍ରିକ୍‌ ଓ ହାଇବ୍ରିଡ୍‌ ଯାନଗୁଡ଼ିକୁ ବଜାରକୁ ଆଣିବା ନେଇ ଯୋଜନା କରିଥିଲେ ଭଲ ହୋଇଥାଆନ୍ତା। ଫଳରେ ଇନ୍ଧନ ଉପରେ ନିର୍ଭରଶୀଳତା କମ୍‌ ହୋଇଥାନ୍ତା। ସରକାର ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ଅଧିକ ସକ୍ରିୟ ହେବା ଉଚିତ।

ବିକ୍ରି ସାଧାରଣ ସ୍ତରକୁ କେବେ ଆସିବ ?
ଆମେ ଭାବୁଛୁ, ଖୁବ୍‌ଶୀଘ୍ର ବିକ୍ରି ସାଧାରଣ ସ୍ତରକୁ ଆସିଯିବ। ସରକାର ସ୍କ୍ରାପେଜ୍‌ ନୀତି ଘୋଷଣା କରିଛନ୍ତି, ଯାହାକି ଲୋକଙ୍କୁ ସେମାନଙ୍କ ପୁରୁଣା କାର୍‌ ଛାଡ଼ିବା ଲାଗି ପ୍ରୋତ୍ସାହିତ କରିବ। ଫଳରେ ବଜାରରେ ଚାହିଦା ବୃଦ୍ଧି ପାଇବ। ସେହିପରି ସରକାର ହାଇବ୍ରିଡ୍‌ ଓ ବିଦ୍ୟୁତ୍‌ଚାଳିତ ଯାନକୁ ପ୍ରୋତ୍ସାହନ ଦେଇ ସେଗୁଡ଼ିକର ଚାହିଦା ବୃଦ୍ଧି ଦିଗରେ ଉଦ୍ୟମ କରିବା ଉଚିତ। ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ବିକ୍ରି ମଧ୍ୟ ବଢ଼ିବ। ଏହାଛଡ଼ା ମହାମାରୀ ଯୋଗୁ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି। ଲୋକେ ଭଡ଼ା ଗାଡ଼ି ବଦଳରେ ନିଜ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ।

ବିଦ୍ୟୁତ୍‌ଚାଳିତ ଯାନ ଓ ହାଇବ୍ରିଡ୍‌ କାର୍‌ ଲାଗି ଆମେ ପ୍ରସ୍ତୁତ କି ?
ଦେଖନ୍ତୁ, ସିଏନ୍‌ଜି, ଇଭି ବା ବିଦ୍ୟୁତ୍‌ଚାଳିତ ଯାନ ଏବଂ ହାଇବ୍ରିଡ୍‌ ଯାନ ବର୍ତ୍ତମାନ ପାଇଁ ଶତ ପ୍ରତିଶତ ଉପଯୋଗୀ ହେବ ନାହିଁ। କାରଣ ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହେବାକୁ ସମୟ ଲାଗିବ। କିନ୍ତୁ ଏସବୁର ବିକ୍ରି ଆରମ୍ଭ ହେବା ଉଚିତ। ୨୦୨୩ ବେଳକୁ ଅଧିକ କିଛି ପଦକ୍ଷେପ ନିଆଯାଇ ସାରିଥିବ ବୋଲି ଆଶା। କେନ୍ଦ୍ର ସରକାର ଉପଯୁକ୍ତ ପ୍ରୋତ୍ସାହନ ଦେଲେ ଏହି ଦୁଇ ପ୍ରକାର କାର୍‌ ବିକ୍ରି ବୃଦ୍ଧି ପାଇବ। ତେବେ ପ୍ରଯୁକ୍ତି ଓ ମୂଲ୍ୟ ଉପରେ ନିର୍ଭର କରୁଛି ଏହା ଅଟୋ ବଜାରର କେତେ ଶେୟାର ଅକ୍ତିଆର କରିବ। ଏବେ ସରକାର ଇଭିକୁ ପ୍ରେତ୍ସାହିତ କରିଛନ୍ତି ଓ ଏ ଦିଗରେ ଆହୁରି ସକ୍ରିୟ ଦୃଷ୍ଟି ଦେବା ଉଚିତ।

ବଜେଟ ଉପରେ ମତାମତ ?
ସ୍କ୍ରାପେଜ୍‌ ପଲିସି ବିଷୟରେ ଶୁଣି ଆମେ ଖୁସି। ଏହି ନୀତି ବହୁ ପୂର୍ବରୁ ଆସିବା ଦରକାର ଥିଲା। ବଜେଟରେ ଜିଏସ୍‌ଟି କମ୍‌ ହେବ ବୋଲି ଭାବୁଥିଲୁ। ହେଲେ କେନ୍ଦ୍ର ସରକାର ଜିଏସ୍‌ଟି କମ୍‌ କଲେ ନାହିଁି। ହାଇବ୍ରିଡ୍‌ କାରକୁ ପ୍ରୋତ୍ସାହନ ଦିଆଯିବ ବୋଲି ଆମେ ଆଶାବାଦୀ।

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି କେବେ ହେବ ବୋଲି ଚିନ୍ତା କରୁଛନ୍ତି ?
ଦେଖନ୍ତୁ, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏଦିଗରେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। କିନ୍ତୁ ମୋ ମତରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଶୀଘ୍ର ହେବ। ଏଠାରେ ଚାହିଦା ରହିଛି। ତା’ସହ ପ୍ରତି କ୍ଷେତ୍ରରେ ସରକାର ବିପୁଳ ବ୍ୟୟ କରୁଛନ୍ତି। ଘରୋଇ ଶିଳ୍ପଗୁଡ଼ିକ ମଧ୍ୟ ନିଜ ନିଜ ଦକ୍ଷତା ଅନୁଯାୟୀ ନିବେଶ କରୁଛନ୍ତି। ତେଣୁ ଆଉ ଦୁଇବର୍ଷ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?