ସ୍କ୍ରାପେଜ୍‌ ପଲିସି କାର୍‌ ବିକ୍ରି ବଢ଼ାଇବ

କରୋନା ମହାମାରୀର ପ୍ରଭାବ ସାଙ୍ଗକୁ ବର୍ଦ୍ଧିତ ତେଲ ଦର ଯାନ ବିକ୍ରି ବୃଦ୍ଧିରେ ବାଧକ ସାଜି ଅଟୋ ସେକ୍ଟର ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛିି। ତେଲ ଦର ବୃଦ୍ଧିଜନିତ ଚିନ୍ତା କମାଇବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ବତାଇଛନ୍ତି ଏସ୍ପିରିଟ୍‌ ଟୟୋଟା ମ୍ୟାନେଜିଂ ଡାଇରେକ୍ଟର ସୁନୀଲ ତନେଜା।

 

ମହାମାରୀ ଓ ତୈଳ ଦର ବୃଦ୍ଧି ବିକ୍ରିକୁ ପ୍ରଭାବିତ କରିଛି, ନୁହେଁ କି ?
ହଁ, ନିଶ୍ଚିତ। ମହାମାରୀ ଯୋଗୁ ଅଟୋମୋବାଇଲ୍‌ କ୍ଷେତ୍ରର ଅଭିବୃଦ୍ଧି ନିମ୍ନଗାମୀ ହୋଇଛି। ଲକ୍‌ଡାଉନ୍‌ କାରଣରୁ ମଧ୍ୟ ବିକ୍ରି ଅତି ନିମ୍ନସ୍ତରରେ ରହିଥିଲା। ଅନ୍ୟପକ୍ଷରେ ବଢ଼ୁଥିବା ତୈଳ ଦର ଏହି କ୍ଷେତ୍ର ଲାଗି ଚିନ୍ତା ବଢ଼ାଇଦେଇଛି। ତୈଳ ଦର ବୃଦ୍ଧି ଫଳରେ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ପ୍ରକୃତରେ ମହାମାରୀ ପରେ ସବୁ ସାମଗ୍ରୀର ଦରଦାମ ବଢ଼ିଛି। ମୋ ମତରେ ସରକାର ଇଲେକ୍ଟ୍ରିକ୍‌ ଓ ହାଇବ୍ରିଡ୍‌ ଯାନଗୁଡ଼ିକୁ ବଜାରକୁ ଆଣିବା ନେଇ ଯୋଜନା କରିଥିଲେ ଭଲ ହୋଇଥାଆନ୍ତା। ଫଳରେ ଇନ୍ଧନ ଉପରେ ନିର୍ଭରଶୀଳତା କମ୍‌ ହୋଇଥାନ୍ତା। ସରକାର ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ଅଧିକ ସକ୍ରିୟ ହେବା ଉଚିତ।

ବିକ୍ରି ସାଧାରଣ ସ୍ତରକୁ କେବେ ଆସିବ ?
ଆମେ ଭାବୁଛୁ, ଖୁବ୍‌ଶୀଘ୍ର ବିକ୍ରି ସାଧାରଣ ସ୍ତରକୁ ଆସିଯିବ। ସରକାର ସ୍କ୍ରାପେଜ୍‌ ନୀତି ଘୋଷଣା କରିଛନ୍ତି, ଯାହାକି ଲୋକଙ୍କୁ ସେମାନଙ୍କ ପୁରୁଣା କାର୍‌ ଛାଡ଼ିବା ଲାଗି ପ୍ରୋତ୍ସାହିତ କରିବ। ଫଳରେ ବଜାରରେ ଚାହିଦା ବୃଦ୍ଧି ପାଇବ। ସେହିପରି ସରକାର ହାଇବ୍ରିଡ୍‌ ଓ ବିଦ୍ୟୁତ୍‌ଚାଳିତ ଯାନକୁ ପ୍ରୋତ୍ସାହନ ଦେଇ ସେଗୁଡ଼ିକର ଚାହିଦା ବୃଦ୍ଧି ଦିଗରେ ଉଦ୍ୟମ କରିବା ଉଚିତ। ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ବିକ୍ରି ମଧ୍ୟ ବଢ଼ିବ। ଏହାଛଡ଼ା ମହାମାରୀ ଯୋଗୁ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି। ଲୋକେ ଭଡ଼ା ଗାଡ଼ି ବଦଳରେ ନିଜ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ।

ବିଦ୍ୟୁତ୍‌ଚାଳିତ ଯାନ ଓ ହାଇବ୍ରିଡ୍‌ କାର୍‌ ଲାଗି ଆମେ ପ୍ରସ୍ତୁତ କି ?
ଦେଖନ୍ତୁ, ସିଏନ୍‌ଜି, ଇଭି ବା ବିଦ୍ୟୁତ୍‌ଚାଳିତ ଯାନ ଏବଂ ହାଇବ୍ରିଡ୍‌ ଯାନ ବର୍ତ୍ତମାନ ପାଇଁ ଶତ ପ୍ରତିଶତ ଉପଯୋଗୀ ହେବ ନାହିଁ। କାରଣ ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହେବାକୁ ସମୟ ଲାଗିବ। କିନ୍ତୁ ଏସବୁର ବିକ୍ରି ଆରମ୍ଭ ହେବା ଉଚିତ। ୨୦୨୩ ବେଳକୁ ଅଧିକ କିଛି ପଦକ୍ଷେପ ନିଆଯାଇ ସାରିଥିବ ବୋଲି ଆଶା। କେନ୍ଦ୍ର ସରକାର ଉପଯୁକ୍ତ ପ୍ରୋତ୍ସାହନ ଦେଲେ ଏହି ଦୁଇ ପ୍ରକାର କାର୍‌ ବିକ୍ରି ବୃଦ୍ଧି ପାଇବ। ତେବେ ପ୍ରଯୁକ୍ତି ଓ ମୂଲ୍ୟ ଉପରେ ନିର୍ଭର କରୁଛି ଏହା ଅଟୋ ବଜାରର କେତେ ଶେୟାର ଅକ୍ତିଆର କରିବ। ଏବେ ସରକାର ଇଭିକୁ ପ୍ରେତ୍ସାହିତ କରିଛନ୍ତି ଓ ଏ ଦିଗରେ ଆହୁରି ସକ୍ରିୟ ଦୃଷ୍ଟି ଦେବା ଉଚିତ।

ବଜେଟ ଉପରେ ମତାମତ ?
ସ୍କ୍ରାପେଜ୍‌ ପଲିସି ବିଷୟରେ ଶୁଣି ଆମେ ଖୁସି। ଏହି ନୀତି ବହୁ ପୂର୍ବରୁ ଆସିବା ଦରକାର ଥିଲା। ବଜେଟରେ ଜିଏସ୍‌ଟି କମ୍‌ ହେବ ବୋଲି ଭାବୁଥିଲୁ। ହେଲେ କେନ୍ଦ୍ର ସରକାର ଜିଏସ୍‌ଟି କମ୍‌ କଲେ ନାହିଁି। ହାଇବ୍ରିଡ୍‌ କାରକୁ ପ୍ରୋତ୍ସାହନ ଦିଆଯିବ ବୋଲି ଆମେ ଆଶାବାଦୀ।

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି କେବେ ହେବ ବୋଲି ଚିନ୍ତା କରୁଛନ୍ତି ?
ଦେଖନ୍ତୁ, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏଦିଗରେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। କିନ୍ତୁ ମୋ ମତରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଶୀଘ୍ର ହେବ। ଏଠାରେ ଚାହିଦା ରହିଛି। ତା’ସହ ପ୍ରତି କ୍ଷେତ୍ରରେ ସରକାର ବିପୁଳ ବ୍ୟୟ କରୁଛନ୍ତି। ଘରୋଇ ଶିଳ୍ପଗୁଡ଼ିକ ମଧ୍ୟ ନିଜ ନିଜ ଦକ୍ଷତା ଅନୁଯାୟୀ ନିବେଶ କରୁଛନ୍ତି। ତେଣୁ ଆଉ ଦୁଇବର୍ଷ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri