Posted inଖେଳ

ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌: ରାଜେଶ ଚାମ୍ପିୟନ

ଭୁବନେଶ୍ୱର, ୧୬।୫(କ୍ରୀଡ଼ା ପ୍ରତିନିଧି): ଚଣ୍ଡିଖୋଲସ୍ଥିତ ଗୁରୁକୁଳ ପବ୍ଲିକ୍‌ ସ୍କୁଲ ପରିସରରେ ଖଗେଶ୍ୱର ବେଉରିଆ ସ୍ମାରକୀ ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ ଗତ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀର କ୍ୟାଣ୍ଡିଡେଟ୍‌ ମାଷ୍ଟର (ସିଏମ୍‌) ରାଜେଶ ନାୟକ ଓ କଟକର ହର୍ଷିତ ରଞ୍ଜନ ସାହୁ ୬.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀୟାଂଶ ଦାସ, କୌସ୍ତୁଭ ଦାଶ, ନିଲ୍‌ସୁ ପଟ୍ଟନାୟକ (ସମସ୍ତେ ୬ ପଏଣ୍ଟ), ଶ୍ରୀହନ ସାବତ, ଫକୀର ମାଝି, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ ଏସ୍‌.ପି., ସାଜନ କୁମାର ନାୟକ (ସମସ୍ତେ ୫.୫), ତପନ ବଡ଼ମୁଣ୍ଡି, ଦେବୀପ୍ରସାଦ ନାୟକ, ସୂରଜ କୁମାର ମହାରଣା, ଦାଶରଥି ସାହୁ, ସତ୍ୟମ୍‌ ସରବ୍‌ଜିତ ମିଶ୍ର, ଲଳିତ ରଞ୍ଜନ ସାହୁ (ସମସ୍ତେ ୫ ପଏଣ୍ଟ) ଟପ୍‌-୧୫ ଫିନିଶ୍‌ କରିଛନ୍ତି। ଏହାବ୍ୟତୀତ ଯାଜପୁର ଜିଲାର ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀ, ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବାଳିକା ଓ ବାଳକ ଖେଳାଳି ଏବଂ ପ୍ରଦର୍ଶନ ଭିତ୍ତିରେ ଯାଜପୁର ଜିଲାର ଶ୍ରେଷ୍ଠ ୫ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ମଧ୍ୟରେ ଜୁନୁ ବିରୁଆ ଓ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳିଭାବେ ରବୀନ୍ଦ୍ର ସାହୁ ପୁରସ୍କୃତ ହୋଇଥିଲେ। ନୀହାର ରଞ୍ଜନ ସାସ୍‌ମଲ ମୁଖ୍ୟ ଆର୍ବିଟର ଦାୟିତ୍ୱ ତୁଲାଇଥିଲେ।
ସର୍ବଭାରତୀୟ ଚେସ୍‌ ଫେଡେରେଶନ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି, ଏସ୍‌.ଆର. ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି, ଗୁରୁକୁଳ ପବ୍ଲିକ ସ୍କୁଲ ସଭାପତି ଅଭୟ କୁମାର ଜେନା ମୁଖ୍ୟ ବକ୍ତା ଏବଂ ସିଇଓ ପ୍ରବୀର କର ଓ ଯାଜପୁର ୟୁନାଇଟେଡ୍‌ ଚେସ୍‌ ଆସୋସିଏଶନ ସଭାପତି ଚୈତନ୍ୟ ଚରଣ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲା ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ (ଖୋର୍ଦ୍ଧା), ଭବେଶ ମହାନ୍ତି (କେନ୍ଦ୍ରାପଡ଼ା), ଅମିର ମହାନ୍ତି (କେନ୍ଦୁଝର) ଏବଂ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚେସ୍‌ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଯାଜପୁର ଜିଲାର ଖେଳାଳି ମନୀଷ ମିଶ୍ର, ପ୍ରିୟାଂଶ ଦାସ, ଆର୍ଯ୍ୟନ ବେହେରା, ସଞ୍ଜୀବନ ନାୟକ, ଆଶୁତୋଷ ମହାନ୍ତି, ବସନ୍ତ କୁମାର ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନୋଜ ପରିଡ଼ା, ଅଶୋକ ସେନାପତି, ନଗେଶ ଜେନା, ଅଶୋକ ସ୍ବାଇଁ, ନୃସିଂହ ଚରଣ ନାୟକ ଉପସ୍ଥିତ ଥିଲେ। ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?