ସବୁ ରାତି ପୂନିଅଁ ରାତି

ଡ. ନରେନ୍ଦ୍ରକୁମାର ସେଠୀ

ଆଧୁନିକ ବିଜ୍ଞାନ ମଣିଷକୁ ଭୋଗ ବିଳାସ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁଖ ସୁବିଧା ପ୍ରଦାନ କରିଛି, ଯେଉଁଥିପାଇଁ ମଣିଷ କୃତ୍ରିମ ଉପାୟରେ ଅନେକ ଜିନିଷ ତିଆରି କରିପାରିଛି। ନିଜ ପାଇଁ ଘର, ବସ୍ତ୍ର, ଖାଦ୍ୟ, ବାହନ ଇତ୍ୟାଦିଠାରୁ ଆରମ୍ଭକରି ଜୀବନ୍ତ ଯନ୍ତ୍ର ମାନବ ପର୍ଯ୍ୟନ୍ତ ଅନେକ ଜିନିଷ ବିଜ୍ଞାନ ଆମକୁ ଦେଇଛି। ସେହିପରି ବିଜ୍ଞାନର ଆଉ ଏକ ଚମତ୍କାର ହେଲା କୃତ୍ରିମ ଜହ୍ନ। ନିଜର ଆବଶ୍ୟକତା ପାଇଁ ମଣିଷ ଜହ୍ନ ତିଆରି କରି ଆକାଶରେ ଛାଡ଼ିବାକୁ ସଜବାଜ ହେଲାଣି। ଏହା ଚିନ୍ତାକଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଯେମିତି ଜହ୍ନର ଆଲୋକ ନ ଥାଏ ଓ ଏହା ସୂର୍ଯ୍ୟ ଆଲୋକକୁ ପୃଥିବୀ ଉପରେ ପ୍ରତିଫଳିତ କରିଥାଏ, ସେହିପରି ଏହି କୃତ୍ରିମ ଜହ୍ନ କାର୍ଯ୍ୟ କରିବ। ତେବେ ପ୍ରାକୃତିକ ଜହ୍ନ ଆକାରରେ ଖୁବ୍‌ ବଡ଼ ଓ ଏହା ପୃଥିବୀ ଉପରେ ୩ଲକ୍ଷ ୮୦ ହଜାର କିଲୋମିଟର ଥିବାବେଳେ କୃତ୍ରିମ ଜହ୍ନ ମାତ୍ର ପାଞ୍ଚ ଶହ କିଲୋମିଟର ଉପରେ ରହିବ। ଜହ୍ନ ପୃଥିବୀ ପରି ମାଟି ପଥରରେ ତିଆରି ହୋଇଥିବା ବେଳେ କୃତ୍ରିମ ଜହ୍ନ ଏକ ଧାତୁ ନିର୍ମିତ ଯନ୍ତ୍ର। ଏହି କୃତ୍ରିମ ଜହ୍ନ ପ୍ରକୃତରେ ଏକ ଆଲୋକୀକରଣ ଉପଗ୍ରହ, ଯାହା ଦର୍ପଣ ପରି ସୂର୍ଯ୍ୟ ଆଲୋକକୁ ପୃଥିବୀ ଉପରେ ବିଛୁରିତ କରିବ। ସବୁଠୁ ବଡ଼ କଥା ହେଲା ଏହି ଆଲୋକୀକରଣ ଉପଗ୍ରହକୁ ବୈଜ୍ଞାନିକମାନେ ନିଜ ଇଚ୍ଛାରେ ନିୟନ୍ତ୍ରଣ କରିପାରିବେ ଓ ଏହାର ଆଲୋକ ଜହ୍ନ ଆଲୋକଠାରୁ ଆଠଗୁଣ ଅଧିକ ହେବ।
ନିକଟରେ ଚାଇନା ଏହାର ପରୀକ୍ଷଣ କରିବାକୁ ଯାଇ ଛେଙ୍ଗୁଡୁ ସହରକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରଖିଛି। ନବେ ଦଶକରେ ପ୍ରଥମ କରି ରୁଷିଆ କୃତ୍ରିମ ଜହ୍ନ ପାଇଁ ଆଲୋକୀକରଣ ଉପଗ୍ରହ ପ୍ରେରଣ କରିଥିଲା। ମାତ୍ର ବିଫଳ ହେବାରୁ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଗଲା। ତେବେ ଚାଇନା ଯଦି ଏହି ପରୀକ୍ଷାରେ ସଫଳ ହୁଏ ତାହାଲେ ଏହା ମାନବ ସଭ୍ୟତା ପାଇଁ ଏକ ବରଦାନ ହେବ କହିଲେ ଭୁଲ ହେବନି। ପୃଥିବୀର ସବୁ ବଡ଼ ବଡ଼ ସହରର ବ୍ୟୟବହୁଳ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା ଖୁବ୍‌ ଶସ୍ତା ଓ ସହଜରେ କୃତ୍ରିମ ଜହ୍ନ ଉପରେ ନିର୍ଭରଶୀଳ ହୋଇଯିବ। ଖାଲି ସେତିକି ନୁହେଁ ବିଜୁଳି ବ୍ୟବସ୍ଥା ନଥିବା ଦୁର୍ଗମ ଅଞ୍ଚଳଗୁଡ଼ିକରେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି କୃତ୍ରିମ ଆଲୋକୀକରଣ ଉପଗ୍ରହକୁ ଫୋକସ କରି ଆଲୋକିତ କରିହେବ। ଉଦାହରଣ ସ୍ବରୂପ ଚାଇନାର ବେଜିଂ ସହରରେ ଏହିପରି ତିନୋଟି ଆଲୋକୀକରଣ ଉପଗ୍ରହ ଲଗେଇ ଛଅ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ଆଲୋକିତ କରିବାର ଲକ୍ଷ୍ୟ ରଖା ଯାଇଛି, ଯାହାଦ୍ୱାରା ବର୍ଷକୁ ତେରଶ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରକ୍ଷାପାଇଯିବ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଳ ମାଳ ବତିଖୁଣ୍ଟଗୁଡ଼ିକ ଦିନେ ସ୍ବପ୍ନ ହୋଇଯିବ। ସଞ୍ଜ ହେଲା ମାତ୍ରେ କଣ୍ଟ୍ରୋଲରୁମ୍‌ରେ ଥିବା ଅପରେଟର ତା’ର କରାମତି ଦେଖେଇ କୃତ୍ରିମ ଜହ୍ନର ସ୍ବିଚ୍‌ ଟିପିଦେବ ଓ ସାରା ସହର ଆଲୋକିତ ହୋଇଯିବ। ସବୁଠୁ ବଡ଼ କଥା ହେଲା ଏହାର ଆଲୋକକୁ ନିୟନ୍ତ୍ରଣ କରିହେବ ଓ ଯେଉଁଠି ଦରକାର ସେଠାକୁ ଫୋକସ କରିହେବ। ତେବେ ଏହି କୃତ୍ରିମ ଜହ୍ନର ଆକାର ମାତ୍ର କେଇ ଫୁଟ୍‌ ବ୍ୟାସର ହୋଇଥିବାରୁ ଆକାଶରେ ମାଳ ମାଳ ଜହ୍ନର ଭ୍ରମ ସୃଷ୍ଟି ହେବ ନାହିଁ। ଏହା ଖାଲି ଏକ ଉଜ୍ଜ୍ୱଳ ତାରା ପରି ଦୂରରୁ ପରିଲକ୍ଷିତ ହେବ।
ତେବେ ପରିବେଶ ବିଜ୍ଞାନୀମାନେ କୃତ୍ରିମ ଜହ୍ନର ଏହି ଉଜ୍ଜ୍ୱଳ ଆଲୋକରେ ଅନେକ ଆଶଙ୍କା ମଧ୍ୟ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ପୃଥିବୀ ଉପରେ ମାନବ ଓ ଜୀବଜନ୍ତୁମାନଙ୍କର ଶୟନଶୈଳୀ ଉପରେ ପ୍ରଭାବ ପଡ଼ିପାରେ ଓ ରାତ୍ରିଚର ପ୍ରାଣୀମାନେ ଅଡୁଆରେ ପଡ଼ିପାରନ୍ତି। ତେଣୁ ପ୍ରଥମ କରି ଏହି ପରୀକ୍ଷଣକୁ ମରୁଭୂମି ଅଞ୍ଚଳରେ କରିବାକୁ ସ୍ଥିର କରାଯାଇଛି। ତେବେ ଏହି କୃତ୍ରିମ ଜହ୍ନ ତିଆରି କରିବାର ପ୍ରେରଣା ରୁଷିଆର ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଆଣ୍ଡ୍ରେ ଜିମ୍‌ଙ୍କ ଯୁଗାନ୍ତକାରୀ ପରୀକ୍ଷଣରୁ ଆସିଥିଲା। ସେ ମାଧ୍ୟାକର୍ଷଣ ବଳକୁ ଶକ୍ତିଶାଳୀ ଚୁମ୍ବକୀୟ ବଳ ପ୍ରୟୋଗ କରି ଏକ ବେଙ୍ଗକୁ ଶୂନ୍ୟରେ ଝୁଲେଇ ରଖିପାରି ବିଜ୍ଞାନ ଜଗତରେ ଚହଳ ସୃଷ୍ଟି କରିଥିଲେ। ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଲା। ଜହ୍ନରେ ମଧ୍ୟ ମାଧ୍ୟାକର୍ଷଣ ବଳ ପୃଥିବୀ ଅପେକ୍ଷା ଛଅ ଗୁଣ କମ୍‌ ଥାଏ ଓ ପୃଥିବୀ ଉପରେ ଜହ୍ନର ବାତାବରଣ ତିଆରି କରି ଅନେକ ବୈଜ୍ଞାନିକ ପରୀକ୍ଷା କରିବାକୁ ପ୍ରଥମେ କୃତ୍ରିମ ଜହ୍ନ ତିଆରି କରିବାକୁ ଅନେକ ଦେଶ ଆଗେଇ ଆସିଥିଲେ। ଫଳରେ ଭବିଷ୍ୟତରେ ଜହ୍ନରେ ଜନବସତି ସ୍ଥାପନ କରିବାର ମଣିଷର ସ୍ବପ୍ନକୁ ସାକାର କରିବାକୁ ଏହା ସାହାଯ୍ୟ କରିବ। ମାତ୍ର ଏଥିରେ କେଇ ପାଦ ଆଗକୁ ଯାଇ ଚାଇନା ସହରଗୁଡ଼ିକୁ ଆଲୋକିତ କରିବାକୁ ଯେଉଁ ଚେଷ୍ଟା କରୁଛି ତାହା ମାନବ ସମାଜ ପାଇଁ ଏକ ଆଶୀର୍ବାଦ ସାବ୍ୟସ୍ତ ହେବ। ଯଦି ଏହି ପରୀକ୍ଷାରେ ମଣିଷ ସଫଳ ହୁଏ ତାହାଲେ ପୃଥିବୀର ସବୁ ସହରର ପରିବେଶ ବଦଳିଯିବ। ଆଉ କୋଟି କୋଟି ଟଙ୍କା ବ୍ୟୟରେ ବିଜୁଳିଖୁଣ୍ଟ ଲଗେଇ ସହରଗୁଡ଼ିକୁ ଆଲୋକୀକରଣ କରିବାକୁ ପଡ଼ିବ ନାହିଁ। ସବୁ ସହର ଉପରେ ଗୋଟେ ଗୋଟେ ଆଲୋକୀକରଣ ଉପଗ୍ରହ ରହି ତାକୁ ଆଲୋକିତ କରିବ। ଖରା ବର୍ଷା ଝଡ଼ ତୋଫାନରେ ଏହି ଆଲୋକ ବ୍ୟବସ୍ଥାରେ କିଛି ବାଧା ଆସିବ ନାହିଁ । ଯଦି କେଉଁ ଦୁର୍ଗମ ଅଞ୍ଚଳରେ କିଛି ପ୍ରାକୃତିକ ବିତ୍ପାତ ଆସିଛି ସେଠାରେ ଦିନରାତି ଉଦ୍ଧାର କାମ କରିବା ପାଇଁ ଏହି ଆଲୋକୀକରଣ ଉପଗ୍ରହକୁ ଉପଯୋଗ କରିହେବ। ସବୁଠୁ ବଡ଼ କଥା ହେଲା ମଣିଷ ଏହି କୃତ୍ରିମ ଜହ୍ନର ଅଲୋକକୁ ନିଜ ଇଚ୍ଛାରେ ନିୟନ୍ତ୍ରିତ କରିପାରିବ। ତେବେ ସେ ଯାହା ହେଉ ବିଜ୍ଞାନ ଯେ ଦିନେ ସବୁ ରାତିକୁ ପୂନିଅଁ ରାତି କରିଦେବ ସେଦିନ ଆଉ ଦୂର ନୁହେଁ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri