Posted inଖେଳ

ସର୍ବଭାରତୀୟ ମହାବୀର କ୍ରିକେଟ୍‌: ୟୁ ଆଣ୍ଡ୍‌ ମି ଚାମ୍ପିୟନ୍‌

ସୋର, ୨୬ା୧୨(ଡି.ଏନ୍‌.ଏ): ସୋର ବ୍ଲକ ବାଗୁଡ଼ି ମହାବୀର କ୍ଲବ ଆନୁକୂଲ୍ୟରେ ୨୨ତମ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ୟୁ ଆଣ୍ଡ୍‌ ମି ଚାମ୍ପିୟନ୍‌ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିଣି ରାମେଶ୍ୱର ନିର୍ଦ୍ଧାରିତ ୨୭ ଓଭରରେ ୮ ଉଇକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ୟୁ ଆଣ୍ଡ୍‌ ମି ୨୨.୨ ଓଭରରେ ୬ ଉଇକେଟ୍‌ ହରାଇ ୧୯୭ ରନ୍‌ କରି ବିଜୟୀ ହୋଇଥିଲା। ବିଜୟୀ ଟିମ୍‌ର ସବ୍ୟସାଚୀ ଆଚାର୍ଯ୍ୟ ଅଲରାଉଣ୍ଡ ପ୍ରଦର୍ଶନ କରି ୪୦ ବଲ୍‌ରୁ ୬୪ ରନ୍‌ ସଂଗ୍ରହ କରିବା ସହିତ ୬ ଓଭର ବୋଲିଂ କରି ୩୭ ରନ୍‌ ଦେଇ ୨ଟି ଉଇକେଟ୍‌ ନେଇ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏହି ଖେଳକୁ ବିସିସିଆଇ ଲେଭଲ-୧ ଅମ୍ପାୟର ପ୍ରାଣନାଥ ଜେନ ଓ ଦେବବ୍ରତ ଦାସ ପରିଚାଳନା କରିଥିଲେ। ଭାଷ୍ୟକାର ଥିଲେ ଯଦୁନାଥ ଜେନା, ରାଜେଶ ଠାକୁର ଓ ବାସୁଦେବ ଜେନା। ଅକ୍ଷୟ ଜେନା, ବିଶ୍ୱନାଥ ଜେନା ଓ ଦୀପ୍ତିକାନ୍ତ ଖଟୁଆ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଅଖିଳରାମ ଜେନାଙ୍କ ପୌରୋହିତ୍ୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଚାମ୍ପିୟନ ଦଳକୁ ଟ୍ରଫି ସହିତ ୨୫ ହଜାର ଟଙ୍କା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ସରପଞ୍ଚ ଶାନ୍ତିଲତା ବେହେରା ରନର୍ସ ଅପ୍‌ ଟିମକୁ ଟ୍ରଫି ଓ ୧୫ ହଜାର ଟଙ୍କା ଦେଇଥିଲେ। ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟବ୍ରତ ସିହ୍ନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ଙ୍କୁ ୧ହଜାର ଏବଂ ବି.କେ.ଆଟର୍‌ସ ସଭାପତି ଗୋଲକ ଚନ୍ଦ୍ର ପାତ୍ର ମ୍ୟାନ୍‌ ଅଫ୍‌ ଦି ସିରିଜ ରୋନାଲ୍ଡ ଦାସଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ଖେଳକୁ ଶକ୍ତିସ୍ବରୂପ ଦାସ, ବୀରେନ୍ଦ୍ର ଜେନା, ମହେନ୍ଦ୍ର ଦେ, ଗଜେନ୍ଦ୍ର ଜେନା, ଆକାଶ ଜେନା, ଅଜୟ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଜେନା, ତପନ କଅଁର, ମୁକ୍ତିକାନ୍ତ ଜେନା, ଚିନ୍ମୟ କୁମାର ପ୍ରଧାନ, ମୁରଲୀଧର ଜେନା, ଶ୍ରୀକାନ୍ତ ମଲ୍ଲିକ, ପ୍ରଶାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri