ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଦେଶରେ କରୋନାର ନୂଆ ଭାରିଆଣ୍ଟ ବ୍ୟାପୁଛି। ଏବେ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଭୂତାଣୁ ଭାରତରୁ ମଧ୍ୟ ମିଳିଛି। ତେବେ ଓଡ଼ିଶାରୁ ଏଥିରେ ଜଣେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଏହାର ମୁକାବିଲା ପାଇଁ ଶୁକ୍ରବାର ଲୋକସେବା ଭବନରେ ସମୀକ୍ଷା ବୈଠକ ବସିଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କଠାରୁ ଅଲଗା ରହିବା ଏବଂ ସର୍ବସାଧାରଣ ସ୍ଥଳରେ ଛେପ ନ ପକାଇବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଏଥିସହ ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟେଷ୍ଟିଂ ଜାରି ରଖିବା ସହ ରାଜ୍ୟରେ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିଠାରେ ଏହି ସୁବିଧା ରହିଛି। ଖୁବ୍‌ଶୀଘ୍ର କଟକ ଏସ୍‌ସିବିରେ ଏହି ସୁବିଧା ମିଳିପାରିବ। ଅନ୍ୟସବୁ ଜିଲା ମଧ୍ୟ ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିକୁ ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇପାରିବେ। ପ୍ରଥମ ପର୍ଯ୍ୟାୟରେ ୩ ପ୍ରମୁଖ ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି ଓ ବୁର୍ଲା ମେଡିକାଲରେ ୨୦ ଲେଖାଏ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ୧୫ଟି ଅକ୍ସିଜେନ ବେଡ୍‌ ଓ ୫ଟି ଆଇସିୟୁ ବେଡ୍‌ ରହିବ। ସ୍ଥିତି ଅନୁସାରେ ବେଡ୍‌ ସଂଖ୍ୟା ଆଉ ୨୦ ବୃଦ୍ଧି ହେବ। ସେହିଭଳି ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଲେଖାଏ ଅକ୍ସିଜେନ ସୁବିଧା ଥିବା ବେଡ୍‌ ପ୍ରସ୍ତୁତ ରଖାଯିବ। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ ସେଥିପାଇଁ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ସମସ୍ତ ଜିଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ୨୭ରେ ମକ୍‌ଡ୍ରିଲ କରାଯିବ। ସେହିଭଳି ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ୩ଟି ସହର ଭୁବନେଶ୍ୱର, ରାଉରକେଲା ଓ କଟକରେ ଅଧିକ ଟେଷ୍ଟିଂ ଓ ଅଧିକ ୩ଟି ଗାଡ଼ି ରହିବ। ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍‌ ରଖିବାକୁ ପରାମର୍ଶ ଦିଆଯାଇଛି। ୟୁପିଏଚ୍‌ସି ଏବଂ ୟୁସିଏଚ୍‌ସିରେ ଆଣ୍ଟିଜେନ୍‌ ଓ ଆର୍‌ଟିପିସିଆର୍‌ ଟେଷ୍ଟ ବ୍ୟବସ୍ଥା ରହିବ। ଏଥିସହିତ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ‘ଫିଭର କ୍ଲିନିକ’ ଖୋଲାଯିବା ସହିତ ବାକି ରହି ଯାଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ରାଜ୍ୟ ଔଷଧ ନିଗମ ପକ୍ଷରୁ ୩ ମାସ ପାଇଁ ଆବଶ୍ୟକ ପରିମାଣର ଔଷଧ, କୋଭିଡ୍‌ ଟେଷ୍ଟିଂ ‘କିଟ୍‌’ ଓ ଅକ୍ସିଜେନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିମାନବନ୍ଦର ଓ ସମୁଦ୍ର ବନ୍ଦରଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଭିନ୍ନ ମାର୍ଗଦର୍ଶିକା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ଦେଶରେ କୋଭିଡ୍‌ ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ଶୁଖ୍‌ ମାଣ୍ଡ୍‌ଭ୍ୟ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟମାନଙ୍କର ସହଯୋଗ ଲୋଡିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏକ ଆଡ୍‌ଭାଇଜରି ଜାରି କରାଯାଇଛି। ବୁଷ୍ଟର ଡୋଜ୍‌ ଟିକାଦାନ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି। ଆଗକୁ ବଡ଼ଦିନ, ନୂଆବର୍ଷ ଆଦି ଉତ୍ସବ ଆସୁଥିବାରୁ ଏଥିପାଇଁ ସତର୍କ କରାଯାଇଛି। ଗହଳି ଏଡ଼ାଇବା ସହ ସେସବୁ ସ୍ଥାନରେ ମାସ୍କ ପରିଧାନକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri