ଗୋବିନ୍ଦଙ୍କ ପାଇଁ ସବୁ ଜଳାଞ୍ଜଳି

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): ଗୋବିନ୍ଦଙ୍କ ପାଇଁ ସବୁ ଲକ୍ଷ୍ମଣରେଖାକୁ ଡେଇଁଥିଲେ ସରକାରୀ ବାବୁମାନେ। କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି)ଙ୍କ ଆପତ୍ତି ସତ୍ତ୍ୱେ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଅଜାଡ଼ି ଚାଲିଥିଲେ ସରକାରୀ ଟଙ୍କା। ତାଙ୍କ ଶିକ୍ଷାନୁଷ୍ଠାନକୁ ମନ୍ତ୍ରୀ, ନେତା ବାରମ୍ବାର ଧାଉଁଥିଲେ। ନେତା, ଅଫିସରଙ୍କୁ ଖୁସି କରିବାରେ ଗୋବିନ୍ଦ କେଉଁ ସୁଖ ଯୋଗାଇଥିଲେ ତାହା ଏବେ ସବୁଠୁ ଅଧିକ ଚର୍ଚ୍ଚାରେ। ହେଲେ ତାହା ଟଙ୍କାର ନୁହେଁ, ବରଂ ଯୌନ ସୁଖ ବୋଲି ଯାହା ଚର୍ଚ୍ଚା ହେଉଛି ସେନେଇ ତଦନ୍ତର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରେ ଏବେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିବାରେ ଲାଗିଛି। ଏହାସାଙ୍ଗକୁ ଦିନକୁ ଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଗୋବିନ୍ଦ ନିଜର ରାଜନୈତିକ ପତିଆରା ଓ ସରକାରୀ ଦଳ ସହ ସଲାସୁତୁରା କରି ନିଜ ସ୍କୁଲ ଓ କଲେଜ ପାଇ ମଧ୍ୟ ସରକାରୀ ଅନୁଦାନ ହାତେଇବାରେ ସକ୍ଷମ ହୋଇଛନ୍ତି। ୨୦୧୧-୧୨ରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଏହି ଅନୁଦାନ ବେଆଇନ ପ୍ରକଳ୍ପ ପାଇଁ ଆବଣ୍ଟନ ହୋଇଥିବା ଦର୍ଶାଇ ସରକାରଙ୍କୁ ତାଗିଦ୍‌ କରିଥିଲେ। କିନ୍ତୁ ତାହା ଗୋବିନ୍ଦଙ୍କ ଅନୁଷ୍ଠାନ ନିମନ୍ତେ ପ୍ରଭାବହୀନ ଥିଲା। ଗୋବିନ୍ଦଙ୍କ କଲେଜକୁ ନିୟମିତ ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି), ବିଧାୟକ ଓ ଏମ୍‌ପି ଲ୍ୟାଡ ପାଣ୍ଠି ସହ ଅନ୍ୟାନ୍ୟ ସରକାରୀ ଅନୁଦାନ ମିଳିବାରେ କୌଣସି ସମସ୍ୟା ହୋଇ ନ ଥିଲା।
ମିଳିଥିବା ସୂଚନା ଅନୁସାରେ, ୨୦୧୪ରେ ସିଏଜି ଦ୍ୱାରା ପ୍ରକାଶିତ ଅଡିଟ୍‌ ରିପୋର୍ଟରେ ଗୋବିନ୍ଦଙ୍କ ଦ୍ୱାରା ସ୍ଥାପିତ ଘରୋଇ ଶିକ୍ଷାନୁଷ୍ଠାନକୁ ଦିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ଆପତ୍ତି ଉଠାଇଥିଲେ। ୨୦୧୨-୧୩ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୯ ଲକ୍ଷ ଟଙ୍କାରେ ଗୋବିନ୍ଦଙ୍କ ଘରୋଇ କଲେଜ ପାଇଁ ଛାତ୍ରୀ ନିବାସର ଲନ୍‌, ସାଇଡ୍‌ ୱାଲ, କରିଡର ଓ ଯୁକ୍ତ ୨ କଲେଜ ଲନ୍‌ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୧୧-୧୨ରେ ମଧ୍ୟ ଡିଭୋଲ୍ୟୁଶନ ପାଣ୍ଠିରୁ ଗୋବିନ୍ଦଙ୍କ କଲେଜକୁ ୪ ଲକ୍ଷ ଟଙ୍କାର ରାସ୍ତା ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଏହି ୩ଟି ପ୍ରକଳ୍ପ ଉପରେ ସିଏଜି ଆପତ୍ତି ଉଠାଇ ଏହା କିଭଳି ସମ୍ଭବପର ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ସିଏଜିଙ୍କ ଏହି ତାଗିଦ୍‌ ଫଳପ୍ରଦ ହୋଇ ନ ଥିଲା। ଗୋବିନ୍ଦ ସେବେଠୁ ପ୍ରତିବର୍ଷ ପ୍ରାୟ ବିଭିନ୍ନ ସରକାରୀ ଯୋଜନାରେ ନିଜର ଶିକ୍ଷାନୁଷ୍ଠାନ ପାଇଁ ବ୍ୟାପକ ଅର୍ଥ ହାତେଇଛନ୍ତି। କଲେଜ ଛାତ୍ରୀ ନିବାସକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୨୦୧୯-୨୦ରେ ସୋଲାର ପମ୍ପ ସଂଯୁକ୍ତ ପ୍ରକଳ୍ପ ନିମନ୍ତେ ୫.୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୧୬-୧୭ରେ ଯୁକ୍ତ ୨ କଲେଜର ଅତିରିକ୍ତ କ୍ଲାସ ରୁମ୍‌ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଆବଣ୍ଟନ ହୋଇଥିଲା। ୨୦୨୧-୨୨ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି। ସିଏଜିଙ୍କ ଆପତ୍ତି ସତ୍ତ୍ୱେ ଏକ ଘରୋଇ କଲେଜ ଛାତ୍ରୀ ନିବାସକୁ କିଭଳିି ଏତେ ପରିମାଣର ଅନୁଦାନ ଦିଆଯାଉଥିଲା ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠୁ ବଡ଼କଥା ହେଲା ଗୋବିନ୍ଦ ଯେଉଁ ପ୍ରାୟ ୧୫ ଏକର ଜମିରେ ସ୍କୁଲ ଓ କଲେଜ ସ୍ଥାପନ କରିଛନ୍ତି, ତାହା (କୋଠା ଓ ଅନ୍ୟାନ୍ୟ) ସବୁ ସରକାରୀ ଅନୁଦାନରେ ହୋଇଛି।
ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାର ଫଳ ଶୂନ୍‌
ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୧୩ ଯୁକ୍ତ ୨ ପରୀକ୍ଷାରେ ଏହି କଲେଜରେ ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ନେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହି ତଦନ୍ତର ଫଳାଫଳ କ’ଣ ହେଲା ତାହା କେହି ଜାଣିଲେ ନାହଁି। ଓଲଟା ଏହି କଲେଜ ପାଇଁ ସରକାର ଅତ୍ୟନ୍ତ ଦୟାବାନ ହୋଇ ସେଠାରେ ସବୁ ପ୍ରକାରର ଆନୁଷଙ୍ଗିକ ସୁବିଧା କରିଛନ୍ତି, ଯାହାକି କୌଣସି ସରକାରୀ କଲେଜରେ ବି କ୍ୱିଚିତ୍‌ ଦେଖିବାକୁ ମିଳିଥାଏ। ଅନ୍ୟପକ୍ଷରେ ଗୋବିନ୍ଦଙ୍କ ସହ ମନ୍ତ୍ରୀ ମିଶ୍ରଙ୍କ ଘନିଷ୍ଠତାକୁ ନେଇ ନାନା ଆଲୋଚନା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କିଛିଦିନ ହେଲା ମନ୍ତ୍ରୀ ମିଶ୍ରଙ୍କୁ ବରଖାସ୍ତ ଦାବିରେ ଉଭୟ ଭାଜପା ଓ କଂଗ୍ରେସ ଜୋରଦାର ଆନ୍ଦୋଳନ କରୁଥିବାବେଳେ ତାହା ନିଷ୍ଫଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri