ଗୋବିନ୍ଦଙ୍କ ପାଇଁ ସବୁ ଜଳାଞ୍ଜଳି

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): ଗୋବିନ୍ଦଙ୍କ ପାଇଁ ସବୁ ଲକ୍ଷ୍ମଣରେଖାକୁ ଡେଇଁଥିଲେ ସରକାରୀ ବାବୁମାନେ। କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି)ଙ୍କ ଆପତ୍ତି ସତ୍ତ୍ୱେ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଅଜାଡ଼ି ଚାଲିଥିଲେ ସରକାରୀ ଟଙ୍କା। ତାଙ୍କ ଶିକ୍ଷାନୁଷ୍ଠାନକୁ ମନ୍ତ୍ରୀ, ନେତା ବାରମ୍ବାର ଧାଉଁଥିଲେ। ନେତା, ଅଫିସରଙ୍କୁ ଖୁସି କରିବାରେ ଗୋବିନ୍ଦ କେଉଁ ସୁଖ ଯୋଗାଇଥିଲେ ତାହା ଏବେ ସବୁଠୁ ଅଧିକ ଚର୍ଚ୍ଚାରେ। ହେଲେ ତାହା ଟଙ୍କାର ନୁହେଁ, ବରଂ ଯୌନ ସୁଖ ବୋଲି ଯାହା ଚର୍ଚ୍ଚା ହେଉଛି ସେନେଇ ତଦନ୍ତର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରେ ଏବେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିବାରେ ଲାଗିଛି। ଏହାସାଙ୍ଗକୁ ଦିନକୁ ଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଗୋବିନ୍ଦ ନିଜର ରାଜନୈତିକ ପତିଆରା ଓ ସରକାରୀ ଦଳ ସହ ସଲାସୁତୁରା କରି ନିଜ ସ୍କୁଲ ଓ କଲେଜ ପାଇ ମଧ୍ୟ ସରକାରୀ ଅନୁଦାନ ହାତେଇବାରେ ସକ୍ଷମ ହୋଇଛନ୍ତି। ୨୦୧୧-୧୨ରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଏହି ଅନୁଦାନ ବେଆଇନ ପ୍ରକଳ୍ପ ପାଇଁ ଆବଣ୍ଟନ ହୋଇଥିବା ଦର୍ଶାଇ ସରକାରଙ୍କୁ ତାଗିଦ୍‌ କରିଥିଲେ। କିନ୍ତୁ ତାହା ଗୋବିନ୍ଦଙ୍କ ଅନୁଷ୍ଠାନ ନିମନ୍ତେ ପ୍ରଭାବହୀନ ଥିଲା। ଗୋବିନ୍ଦଙ୍କ କଲେଜକୁ ନିୟମିତ ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି), ବିଧାୟକ ଓ ଏମ୍‌ପି ଲ୍ୟାଡ ପାଣ୍ଠି ସହ ଅନ୍ୟାନ୍ୟ ସରକାରୀ ଅନୁଦାନ ମିଳିବାରେ କୌଣସି ସମସ୍ୟା ହୋଇ ନ ଥିଲା।
ମିଳିଥିବା ସୂଚନା ଅନୁସାରେ, ୨୦୧୪ରେ ସିଏଜି ଦ୍ୱାରା ପ୍ରକାଶିତ ଅଡିଟ୍‌ ରିପୋର୍ଟରେ ଗୋବିନ୍ଦଙ୍କ ଦ୍ୱାରା ସ୍ଥାପିତ ଘରୋଇ ଶିକ୍ଷାନୁଷ୍ଠାନକୁ ଦିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ଆପତ୍ତି ଉଠାଇଥିଲେ। ୨୦୧୨-୧୩ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୯ ଲକ୍ଷ ଟଙ୍କାରେ ଗୋବିନ୍ଦଙ୍କ ଘରୋଇ କଲେଜ ପାଇଁ ଛାତ୍ରୀ ନିବାସର ଲନ୍‌, ସାଇଡ୍‌ ୱାଲ, କରିଡର ଓ ଯୁକ୍ତ ୨ କଲେଜ ଲନ୍‌ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୧୧-୧୨ରେ ମଧ୍ୟ ଡିଭୋଲ୍ୟୁଶନ ପାଣ୍ଠିରୁ ଗୋବିନ୍ଦଙ୍କ କଲେଜକୁ ୪ ଲକ୍ଷ ଟଙ୍କାର ରାସ୍ତା ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଏହି ୩ଟି ପ୍ରକଳ୍ପ ଉପରେ ସିଏଜି ଆପତ୍ତି ଉଠାଇ ଏହା କିଭଳି ସମ୍ଭବପର ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ସିଏଜିଙ୍କ ଏହି ତାଗିଦ୍‌ ଫଳପ୍ରଦ ହୋଇ ନ ଥିଲା। ଗୋବିନ୍ଦ ସେବେଠୁ ପ୍ରତିବର୍ଷ ପ୍ରାୟ ବିଭିନ୍ନ ସରକାରୀ ଯୋଜନାରେ ନିଜର ଶିକ୍ଷାନୁଷ୍ଠାନ ପାଇଁ ବ୍ୟାପକ ଅର୍ଥ ହାତେଇଛନ୍ତି। କଲେଜ ଛାତ୍ରୀ ନିବାସକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୨୦୧୯-୨୦ରେ ସୋଲାର ପମ୍ପ ସଂଯୁକ୍ତ ପ୍ରକଳ୍ପ ନିମନ୍ତେ ୫.୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୧୬-୧୭ରେ ଯୁକ୍ତ ୨ କଲେଜର ଅତିରିକ୍ତ କ୍ଲାସ ରୁମ୍‌ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଆବଣ୍ଟନ ହୋଇଥିଲା। ୨୦୨୧-୨୨ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି। ସିଏଜିଙ୍କ ଆପତ୍ତି ସତ୍ତ୍ୱେ ଏକ ଘରୋଇ କଲେଜ ଛାତ୍ରୀ ନିବାସକୁ କିଭଳିି ଏତେ ପରିମାଣର ଅନୁଦାନ ଦିଆଯାଉଥିଲା ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠୁ ବଡ଼କଥା ହେଲା ଗୋବିନ୍ଦ ଯେଉଁ ପ୍ରାୟ ୧୫ ଏକର ଜମିରେ ସ୍କୁଲ ଓ କଲେଜ ସ୍ଥାପନ କରିଛନ୍ତି, ତାହା (କୋଠା ଓ ଅନ୍ୟାନ୍ୟ) ସବୁ ସରକାରୀ ଅନୁଦାନରେ ହୋଇଛି।
ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାର ଫଳ ଶୂନ୍‌
ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୧୩ ଯୁକ୍ତ ୨ ପରୀକ୍ଷାରେ ଏହି କଲେଜରେ ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ନେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହି ତଦନ୍ତର ଫଳାଫଳ କ’ଣ ହେଲା ତାହା କେହି ଜାଣିଲେ ନାହଁି। ଓଲଟା ଏହି କଲେଜ ପାଇଁ ସରକାର ଅତ୍ୟନ୍ତ ଦୟାବାନ ହୋଇ ସେଠାରେ ସବୁ ପ୍ରକାରର ଆନୁଷଙ୍ଗିକ ସୁବିଧା କରିଛନ୍ତି, ଯାହାକି କୌଣସି ସରକାରୀ କଲେଜରେ ବି କ୍ୱିଚିତ୍‌ ଦେଖିବାକୁ ମିଳିଥାଏ। ଅନ୍ୟପକ୍ଷରେ ଗୋବିନ୍ଦଙ୍କ ସହ ମନ୍ତ୍ରୀ ମିଶ୍ରଙ୍କ ଘନିଷ୍ଠତାକୁ ନେଇ ନାନା ଆଲୋଚନା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କିଛିଦିନ ହେଲା ମନ୍ତ୍ରୀ ମିଶ୍ରଙ୍କୁ ବରଖାସ୍ତ ଦାବିରେ ଉଭୟ ଭାଜପା ଓ କଂଗ୍ରେସ ଜୋରଦାର ଆନ୍ଦୋଳନ କରୁଥିବାବେଳେ ତାହା ନିଷ୍ଫଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?