Posted inଖେଳ

୭ ବଲ୍‌ରେ ବଦଳିଗଲା ଇତିହାସ

ଦୁବାଇ,୨୫।୧୦: ଦୁବାଇ ଗ୍ରାଉଣ୍ଡରେ ୨୯ ବର୍ଷ ପରେ ଇତିହାସ ରଚିଛି ପାକିସ୍ତାନ। ଦିନିକିଆ ଏବଂ ଟି -୨୦ ବିଶ୍ୱକପରେ ଲଗାତାର ୧୨ଟି ମ୍ୟାଚ ହାରିଯିବା ପରେ ପାକିସ୍ତାନ ଏହି ଇତିହାସ ବଦଳାଇ ଦେଇଛି। ଇତିହାସ, ସାମ୍ପ୍ରତିକ ଫର୍ମ ଏବଂ ଅଭିଜ୍ଞତା ଟିମ ଇଣ୍ଡିଆ ସହିତ ସବୁକିଛି ଥିଲା। କିନ୍ତୁ ଏହି ଲଜ୍ଜାଜନ ପରାଜୟ ଭାରତକୁ ଥରାଇ ଦେଇଛି।
ଭାରତୀୟ ଦଳ ନିଜ ଓପନମାନଙ୍କ ଠାରୁ ବହୁତ କିଛି ଆଶା କରିଥିଲା। ମାତ୍ର ୬ ଫୁଟ ୬ ଇଞ୍ଚ ଶାହିନ ଶାହା ଆଫ୍ରିଦି ମାତ୍ର ୭ ବଲରେ ଭାରତୀୟ ଓପନିଂ ଯୋଡିକୁ ଆଉଟ୍‌ କରିଥିଲେ। ପ୍ରଥମେ ସେ ରୋହିତ ଶର୍ମା ଏବଂ ପରେ କେ.ଏଲ ରାହୁଲଙ୍କ ଉଇକେଟ୍‌ ନେଇ ଭାରତକୁ ଆରମ୍ଭରୁ ଧରାଶାୟୀ କରିଥିଲେ।
୨୦ ବର୍ଷୀୟ ଶାହିନ ଆଫ୍ରିଦି ପ୍ରଥମ ସ୍ପେଲରେ ୩ ଓଭର ବୋଲିଂରେ ୧୯ ରନ ଦେଇ ଦୁଇଟି ଉଇକେଟ ନେଇଥିଲେ। ପରେ ଶାହିନ ପୁରୁଣା ବଲ ସହିତ ଆକ୍ରମଣ ଜାରି ରଖିଥିଲେ ଏବଂ ଶେଷ ଓଭରରେ ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ। ପ୍ରଥମ ଦୁଇଟି ଉଇକେଟ ଯିବା ପରେ ଟିମ ଇଣ୍ଡିଆ ଆଉ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲା। ମ୍ୟାଚ ପରେ କ୍ୟାପଟେନ ବିରାଟ କୋହଲି ନିଜେ ସ୍ବୀକାର କରିଛନ୍ତି ଯେ ଓପନର୍ସ ଶସ୍ତା ଭାବରେ ଆଉଟ୍‌ ହେବା ପରେ ଟିମ ଇଣ୍ଡିଆ ଟ୍ରାକକୁ ଫେରିପାରି ନ ଥିଲା। ଶାହିନ ନୂଆ ବଲ ସହିତ ବହୁତ ଭଲ ବୋଲିଂ କରିଥିଲେ। ମୁଁ ଭାବୁଛି ସେ ଠିକ ସ୍ଥାନରେ ବୋଲିଂ କରିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେରେ ହରଭଜନଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୯: ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌-୨୦୨୦ରୁ ସୁରେଶ ରାଇନା ବାହାର ହେବା ପରେ ଏବେ ହରଭଜନ ସିଂହ ମଧ୍ୟ ଅନୁରୂପ ଭାବେ ଖେଳିବେ ନାହିଁ ବୋଲି...

ଏହି ଖେଳାଳିଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ଗମ୍ଭୀର: କହିଲେ ‘ ତାଙ୍କୁ ଆଇପିଏଲ୍‌ ପଠାଇଦିଅ ଆଉ…

ନୂଆଦିଲ୍ଲୀ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଛି। ବିଶେଷକରି କିଛି ଖେଳାଳିଙ୍କ...

ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍‌…

କୋଲକାତା, ୨୮।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ଲାଗି କୋଲକାତାର ଉଡ୍‌ ଲାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି...

ବ୍ରାଜିଲ ଟେନିସ ଖେଳାଳି ଆଜୀବନ ବାସନ୍ଦ

ମେଲବୋର୍ନ,୨୫।୧(ଏଏଫ୍‌ପି)- ପୂର୍ବତନ ଟପ୍‌ ୧୦୦ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଜୋଆଓ ସୋଉଜାଙ୍କୁ ଆଜୀବନ ବାସନ୍ଦାଦେଶରେ ଦଣ୍ଡିତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ...

ଏସି ମିଲାନ ସହିତ ଚୁକ୍ତି କଲେ ଇବ୍ରାହିମୋଭିଚ୍‌

ମିଲାନ, ୨ା୯ (ଏପି)- ଷ୍ଟାର ଫୁଟ୍‌ବଲ ଖେଳାଳି ଜ୍ଲାଟାନ ଇବ୍ରାହିମୋଭିଚ୍‌ଙ୍କ ସହ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି ଏସି ମିଲାନ। ଦଳ ଏହି ଖେଳାଳିଙ୍କୁ...

କୋଭିଡ୍‌ ମାମଲା ବୃଦ୍ଧି ପାଉଛି; ହେଲେ ଇଲଂଣ୍ଡକୁ ବିକଳ୍ପ ଖେଳାଳି ପଠାଇବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇ ନ ଥିବା ବେଳେ ଟିମ୍‌ ଇଣ୍ଡିଆର ୨ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌...

ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌: ପାରିଲେନି ବୋଲର

ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌କୁ ଉଠିବା ଆଶା ଧୂଳିଶାତ୍‌ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍‌ ଆଗରେ...

ଛକା ମାରି ମ୍ୟାଚ୍‌ ଜିତାଇଥିବା ବ୍ୟାଟ୍‌କୁ ନିଲାମ କରିବେ ପାକିସ୍ତାନର ଏହି ଖେଳାଳି

ଦୁବାଇ,୧୦।୯: ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ସୁପର-୪ ମୁକାବିଲାରେ ଲଗାତାର ଦୁଇ ଛକା ମାରି ପାକିସ୍ତାନକୁ ବିଜେତା କରାଇଥିଲେ ନସିମ ଶାହା। ଦଳର ଏହି ନୂଆ ଷ୍ଟାର...

Advertisement
Archives

Model This Week