ସବୁ ଅଭ୍ୟାସଗତ

କଥା ପ୍ରସଙ୍ଗରେ କେଇଦିନ ତଳେ ଜଣେ ବନ୍ଧୁ କହିଲେ, ଯାହା ୧୯୯୯ ମହାବାତ୍ୟା ପରେ ପରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଲକ୍ଷ୍ୟ କରାଯାଇଥିଲା ଦୁର୍ଭାଗ୍ୟକୁ ଏବେ ତାହା ସାରା ଓଡ଼ିଶାର ଚିତ୍ର। କିଛି ସମୟ ନୀରବ ରହି ସେ ଯୋଡ଼ିଲେ ଅବଶ୍ୟ କେବଳ ଆମ ରାଜ୍ୟ ନୁହେଁ ବରଂ ଖାଦ୍ୟ ସୁରକ୍ଷା ଆଇନ ଆସିବା ପରେ ଏହା ଊଣାଅଧିକ ସାରା ଭାରତର ଛବି।
ପ୍ରାବନ୍ଧିକ କୌଣସି ପ୍ରତିକ୍ରିୟା ରଖିବା ପୂର୍ବରୁ ବନ୍ଧୁ କହିଲେ, ୧୯୯୯ ମହାବାତ୍ୟା ସମୟରେ ସେ ରାଜ୍ୟର ଏକ ଉପକୂଳବର୍ତ୍ତୀ ଜିଲାରେ ପଦସ୍ଥ ଅଧିକାରୀ ଥିଲେ। ବାତ୍ୟା ଉପରାନ୍ତ କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗେଇବା ଥିଲା ତାଙ୍କର ପ୍ରାଥମିକତା।
ଏଣେ ପରିସ୍ଥିତି ସେତେବେଳେ ଏତେ ବିଗିଡି ସାରିଥିଲା ଯେ ସରକାର ସେନାବାହିନୀର ସହାୟତା ଲୋଡିଥିଲେ। ଆପଦକାଳୀନ ସ୍ଥିତିରେ ଯବାନଙ୍କ କାର୍ଯ୍ୟଶୈଳୀ ତଥା କର୍ତ୍ତବ୍ୟନିଷ୍ଠା ଥିଲା ପ୍ରଶ୍ନାତୀତ। ବନ୍ଧୁ କହିଲେ, ନିୟମିତ ଭାବରେ ଯବାନମାନଙ୍କ ସହ ସେ ଯୋଗସୂତ୍ର ସ୍ଥାପନ କରୁଥିଲେ। ଉଦ୍ଦେଶ୍ୟ ଥିଲା, ରିଲିଫ ଓ ଉଦ୍ଧାର କାର୍ଯ୍ୟ କେମିତି ସୁପରିଚାଳିତ ହେବ।
ତେବେ ମହାବାତ୍ୟାର ପ୍ରାୟ ତିନି ସପ୍ତାହ ପରେ ସେନା ବାହିନୀର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ଗାଡ଼ିରେ ବନ୍ଧୁଙ୍କୁ ବସାଇ ଜିଲା ସଦରମହକୁମା ଏବଂ ପାଖାପାଖି ଅଞ୍ଚଳରେ ପ୍ରାୟ ତିନିଘଣ୍ଟା ବୁଲାଇଲେ। ଦୋକାନ ବଜାର ସେତେବେଳକୁ କାଁ ଭାଁ ଖୋଲିଥିଲା ଏବଂ ସହରକୁ ଲାଗିଥିବା ରାଜପଥରେ ଚଳାଚଳ ବି କମ୍‌ ଥିଲା।
ତେବେ ସହରର ପ୍ରମୁଖ ଛକଗୁଡ଼ିକରେ ଏକ ଅଭାବନୀୟ ଦୃଶ୍ୟ ଯେମିତି ଅପେକ୍ଷା କରିଥିଲା।
ପାଣିପାଗ ସୁଧୁରି ଯିବା ପରେ ଦଳଦଳ ଲୋକ ରାସ୍ତାରେ ଗୋଟାଏ କଡ଼କୁ ବସି ଗୁଲିଖଟି କରୁଥିଲେ, ତାସ ଖେଳୁଥିଲେ। ସେନା ଅଫିସର କହିଲେ, ”ଗତ ସପ୍ତାହେ ଧରି ଅଧିକାଂଶ ଜାଗାରେ ଆମେ ଏଇଆ ଦେଖୁଛୁ। ଯବାନମାନେ ଖୁବ୍‌ ନିରୁତ୍ସାହିତ ବି। ରାସ୍ତା ଘାଟ ଫିଟିଯିବା ପରେ ଆପଣଙ୍କ ଅଞ୍ଚଳକୁ ରିଲିଫର ସୁଅ ଛୁଟୁଛି। ଗୋଟିଏ ଟ୍ରକ ଅଣ୍ଡା ଆଜି କେବଳ ବଣ୍ଟା ହୋଇଛି ଆପଣଙ୍କ ସହରରେ। ଚାଉଳ, ଚୁଡା ଏବଂ ବିସ୍କୁଟ ପରି ସାମଗ୍ରୀର ତ ଅଭାବ ନାହିଁ, ଲୋକେ ଏବେ ବାଛୁଛନ୍ତି ସେମାନେ କେଉଁ ବ୍ରାଣ୍ଡର ସାମଗ୍ରୀ ଗ୍ରହଣ କରିବେ – ଲକ୍ସ ସାବୁନ ନା ପିୟର୍ସ। ହକିନ୍ସ ପ୍ରେସର କୁକର୍‌ ନା ପ୍ରେଷ୍ଟିଜ। ଏଣେ ବିଲ ମୁଣ୍ଡରେ ଗୋରୁଙ୍କ ଶବ ଭାସୁଛି। ରାସ୍ତାଘାଟରୁ ଗଛ ସଫା ହେବା ତଥାପି ବାକିଅଛି। ଆମକୁ ତ କେହି ସାହାଯ୍ୟ କରୁନାହାନ୍ତି ବରଂ ମନେହେଉଛି ସେମାନେ ଯେମିତି ପରିହାସ କରୁଛନ୍ତି! ଆପଣ ଆମ ୟୁନିଟକୁ ଫେରିଯିବା ପାଇଁ ସାହାଯ୍ୟ କରନ୍ତୁ।“ ଏତକ କହିସାରି ବନ୍ଧୁ କହିଲେ, ଖାଦ୍ୟ ସାମଗ୍ରୀ ପାଇଁ ସବ୍‌ସିଡି ଦିଆଯିବା ପରଠୁ ଭାରତରେ ୟାର ଲଘୁ ସଂସ୍କରଣ ପରିଲକ୍ଷିତ ହୋଇଛି । ଏକଥା ନୁହେଁ ଯେ ଦରିଦ୍ର/ ଅସହାୟମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହୋଇନାହାନ୍ତି।
ଖାଦ୍ୟାଭାବରେ ପ୍ରାଣ ହରେଇବା ଆଉ ନାହିଁ, କିନ୍ତୁ ଖାଦ୍ୟ ନିରାପତ୍ତା ପାଇଁ ଆଇନ ପ୍ରଣୟନ ଏବଂ ଭୋଟ ରାଜନୀତିକୁ ରଖି କେତେବେଳେ ୨ ଟଙ୍କା, କେତେବେଳେ ୧ ଟଙ୍କା ଏବଂ କେବେ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗେଇବା ଆମ ଉତ୍ପାଦକତାକୁ କ୍ଷତି ପହଞ୍ଚାଇବା ସହିତ ମୋଟ ଉପରେ ଅର୍ଥନୀତିକୁ ପ୍ରଭାବିତ କରିଛି।
ବନ୍ଧୁ କହିଲେ, କେବଳ ରାଜନୈତିକ ଗଣିତ ନୁହେଁ, ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଣ ମନସ୍ତାତ୍ତ୍ୱିକ ଅର୍ଥରେ ମଣିଷର ମଞ୍ଜକୁ ବେଶ୍‌ ଭେଦିଛି। ମୂଳତଃ କେହି ପରିଶ୍ରମ କରିବାକୁ ଚାହୁଁ ନାହାନ୍ତି। ଦୁଇ ପଇସା ରୋଜଗାର କରିବା ପାଇଁ କେହି କାହାପାଖରେ ମୁଣ୍ଡ ବିକିବାକୁ ଚାହାନ୍ତିନି। ତେବେ କିଏ ଚାହିଁବା ନ ଚାହିଁବାରେ କିଛି ଫରକ ପଡ଼େନାହିଁ, କାରଣ ପେଟ ପାଇଁ ଦାନା ଯୋଗାଡ଼ କରିବା ପରିବାର ସଦସ୍ୟଙ୍କ ଦାୟିତ୍ୱ। କେହି ଖାଲିପେଟରେ ନ ଶୋଉ, ସେଥିପାଇଁ ସରକାର ସର୍ବନିମ୍ନ ଆବଶ୍ୟକତା ପୂରଣ କଲେ କିନ୍ତୁ ଜୀବନ ତେଣିକି ଅଧିକାଂଶ ଲୋକଙ୍କ ପାଇଁ ଆଉ ଦି ପାଦ ଆଗକୁ ଗଲାନାହିଁ। ହାତ ଗୋଡ଼ ଏବଂ ମନ ମାଗଣା ଚାଉଳ/ଗହମ ଆଗରେ ଗୋଟାପଣେ ପୋଷାମାନି ମୌଳିକତା ହରେଇଲେ।
ପ୍ରାବନ୍ଧିକ ବନ୍ଧୁଙ୍କୁ କହିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପାଖାପାଖି ଦୁଇ ତୃତୀୟାଂଶ ଜନସଂଖ୍ୟାକୁ ଖାଦ୍ୟ ସବ୍‌ସିଡି ନେଟରେ ରଖିଛି, କିନ୍ତୁ ତଥାପି ଅସନ୍ତୋଷ ଲାଗି ରହିଛି। ବନ୍ଧୁ କହିଲେ, ଆମ ନିଜ ରାଜ୍ୟରେ ବି ସମାନ ଅବସ୍ଥା। ତଥ୍ୟ ଅନୁସାରେ ଓଡ଼ିଶାରେ ୬,୮୬,୨୧୧ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ। ତେବେ ସଦ୍ୟତମ ରିପୋର୍ଟ ଅନୁସାରେ (ସି.ଏମ.ଆଇ.ଇ) ଆମ ରାଜ୍ୟ ଦେଶର ସେଇ ରାଜ୍ୟଗୁଡ଼ିକ ଭିତରେ ଆଗୁଆ ଅଛି, ଯେଉଁଠି ବେରୋଜଗାରୀ ସର୍ବନିମ୍ନ। ଯେଉଁ ରାଜ୍ୟରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବତୀଯୁବକ ଦାଦନ ଖଟିବା ପାଇଁ ସ୍ଥାନାନ୍ତରିତ ହେଉଛନ୍ତି ଏବଂ ଯେତେବେଳେ ରାଷ୍ଟ୍ର ସ୍ତରରେ ବେରୋଜଗାରୀ ହାର ୮.୩ ପ୍ରତିଶତ ସେତେବେଳେ ଆଶ୍ଚର୍ଯ୍ୟଜନକ ହେଉଛି ଜାନୁୟାରୀ, ୨୦୨୩ ସୁଦ୍ଧା ଓଡ଼ିଶାର ବେରୋଜଗାରୀ ହାର ମାତ୍ର ୦.୯ ପ୍ରତିଶତ।
ପର୍ଯ୍ୟବେକ୍ଷକମାନେ ଗମ୍ଭୀର ଭାବରେ ଚିନ୍ତା କରୁଛନ୍ତି, ଏହି ତଥ୍ୟ/ପରିସଂଖ୍ୟାନର କିଛି ନୂଆ ସ୍କାମ ନୁହେଁ ତ! ସେମାନଙ୍କ ମତ, ତିନି ତିନୋଟି ‘ମେକ୍‌ ଇନ ଓଡ଼ିଶା କନକ୍ଳେଭ’ ଆୟୋଜନ ସହିତ ରାଜ୍ୟରେ ଶିଳ୍ପାୟନ ଏବଂ ନିଯୁକ୍ତି ବୃଦ୍ଧିର ଆନୁପାତିକ ସମ୍ପର୍କ ନାହିଁ , ନା ଅଛି ଦକ୍ଷତା ବିକାଶ କାର୍ଯ୍ୟକ୍ରମମାନଙ୍କର। ଆଉ ଏହା ସତ୍ତ୍ୱେ ବେରୋଜଗାରୀ ଏତେ କମ୍‌ ହେଲା କେମିତି ! ଓଡ଼ିଶାର ଗ୍ରାମାଞ୍ଚଳରେ ବେରୋଜଗାରୀ କ୍ରମଶଃ ବଢୁଛି, ବିକଳ୍ପ ନିଯୁକ୍ତିର ସୁଯୋଗ ନାହିଁ ଏବଂ ଏହାସତ୍ତ୍ୱେ ମାର୍ଚ୍ଚ ୨୦୨୩ର ଏକ ରିପୋର୍ଟ ଦର୍ଶାଇଛି ସାରା ଭାରତରେ ଆମ ରାଜ୍ୟର ବେରୋଜଗାରୀ ସର୍ବନିମ୍ନ। ୦୧ ପ୍ରତିଶତରୁ କମ୍‌। ଏହା ଏକ ରେକର୍ଡ। ଏବେ ସର୍ବଭାରତୀୟ ସ୍ଥିତି ହେଉଛି ୭.୫ ପ୍ରତିଶତ ବେରୋଜଗାରୀ। ଓଡ଼ିଶାରେ ଏଇ ହାର ୨୦୧୯-୨୦ରେ ୬.୨ ପ୍ରତିଶତ, ୨୦୧୮-୧୯ରେ ୭ ପ୍ରତିଶତ ଏବଂ ୨୦୧୭-୧୮ରେ ୭.୧ ପ୍ରତିଶତ ଥିବାବେଳେ ହଠାତ୍‌ ଏଇ ଅଭୂତପୂର୍ବ ସ୍ଥିତି ହାସଲ ହେଲା କେମିତି! ଏଣେ ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ଅଛନ୍ତି ୮,୯୮,୭୧୭ ଯୁବତୀ ଯୁବକ ନିଯୁକ୍ତି ଅପେକ୍ଷାରେ। ସେମାନଙ୍କ ମଧ୍ୟରେ ୧,୯୬,୦୦୦ ସ୍ନାତକ, ୧୫,୩୭୭ ସ୍ନାତକୋତ୍ତର, ୭୨,୫୧୬ ତାଲିମପ୍ରାପ୍ତ ଶିକ୍ଷକ, ୩୨,୬୨୮ ଡିପ୍ଲୋମାଧାରୀ ଏବଂ ୩୨,୨୧୩ ଆଇ.ଟି.ଆଇ. ପାସ୍‌। ଆଶ୍ଚର୍ଯ୍ୟଜନକ ହେଉଛି ଯେ ରାଜ୍ୟରେ କିଛି ଏମ.ବି.ବି.ଏସ୍‌. ସ୍ନାତକ ମଧ୍ୟ ବେକାର ଅଛନ୍ତି। ରାଜ୍ୟ ଅର୍ଥନୈତିକ ସର୍ଭେ ୨୦୨୨-୨୩ ଅନୁଯାୟୀ ୨୦୨୦-୨୧ରେ ବେରୋଜଗାରୀ ହାର ଥିଲା ୫.୩ ପ୍ରତିଶତ। ସମାଜତତ୍ତ୍ୱବିତ୍‌ମାନଙ୍କ ମତ ଯେ ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ଯୋଜନା ଆମକୁ ଏତେ ସନ୍ତୁଷ୍ଟ କରି ରଖିଛି ଯେ ସରକାର ଆଉ କ’ଣ କଲେ ନ କଲେ ଚିନ୍ତା କରିବା ସମସ୍ତେ ଭୁଲି ଯାଇଛନ୍ତି। ପେଟ ଥରେ ପୂରିଲେ ସୃଜନାତ୍ମକ/ଗୁଣାତ୍ମକ ଜୀବନ ଫାଲତୁ କଥା। ପ୍ରକୃତରେ ତେଣିକି ନିଯୁକ୍ତି ମିଳୁ ବା ନ ମିଳୁ ସ୍ଥିତିସ୍ଥାପକତା ଆମ ପାଇଁ ଐତିହାସିକ ଅଭ୍ୟାସରେ ପରିଣତ ହୁଏ। ଏହା ହେଉଛି ପଙ୍କରେ ଘାଣ୍ଟି ହେଉଥିବା ଘୁଷୁରିର ଅବସ୍ଥା। ମନସ୍ତତ୍ତ୍ୱବିତ୍‌ମାନେ କୁହନ୍ତି, ଏମିତି ଏକ ଗୁଳାରେ ଚାଲୁଥିବା ଜୀବନରେ ସ୍ପନ୍ଦନ ନ ଥାଏ।
ପିଢ଼ି ପରେ ପିଢ଼ି ସ୍ଥିତିସ୍ଥାପକତା ଅସ୍ଥିମଜ୍ଜାଗତ ଗତ ହୋଇସାରିଥାଏ। କ୍ରମେ ସବୁ ଅଭ୍ୟାସଗତ ହୋଇଯାଏ। ତେବେ ମାଗଣା ଖାଦ୍ୟ ସାମଗ୍ରୀ ଯେମିତି ଆମ ରାଜ୍ୟର ଉପସଂସ୍କୃତି ନ ହେଉ।

– ଶୈଳେନ୍ଦ୍ର ଦ୍ୱିବେଦୀ
ମୋ-୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri