Posted inଫୁରସତ

ଏଲିଅନ୍ସଙ୍କ ଭାଷା ବୁଝିବା ହେବ ସହଜ, ‘ଏଲିଅନ୍ସ ଡିକ୍ସନାରି’ ପ୍ରସ୍ତୁତ କଲେ ବୈଜ୍ଞାନିକ

ଏଲିଅନ୍ସ କିମ୍ବା ଅନ୍ୟ ଗ୍ରହରେ ଜୀବନ ଠାବ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ବୈଜ୍ଞାନିକମାନେ ଏନେଇ ବିଭିନ୍ନ ପ୍ରକାର ଅଧ୍ୟନ କରିବା ସହ ସେମାନଙ୍କ ଜୀବସତ୍ତା ନେଇ ଭିନ୍ନ ମତ ଦେଉଛନ୍ତି। ସେମାନଙ୍କ ଅସ୍ତିତ୍ୱ ଅଛି କି ନାହିଁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ପୃଥିବୀରେ ୟୁଏଫଓ ଦେଖାଯିବାର କଥା କୁହାଯାଉଛି। ବ୍ରିଟେନରେ ୨.୫ବର୍ଷ ଭିତରେ ୧୦୦୦ଟି ୟୁଏଫଓ ଦେଖାଯିବାର ଦାବି କରାଯାଉଛି। ଏଥିସହ ବୈଜ୍ଞାନିକମାନେ ସିଗନାଲ ପଠାଇ ଏଲିଅନ୍ସଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏସବୁ ଭିତରେ ଯଦି ଏଲିଅନ୍ସମାନେ ଆମର ସିଗନାଲକୁ ରିସିଭ କରନ୍ତି ତା ହେଲେ ସେମାନେ କଣ ଆମ ଭାଷା ବୁଝି ପାରିବେ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି।

ବର୍ତ୍ତମାନ ସେହି ସମସ୍ୟାର ସମାଧାନ ହୋଇଛି। ଏଲିଅନ୍ସମାନେ ଆମ ଭାଷା ଯେପରି ବୁଝିପାରିବେ ଆଉ ଆମେ ସେମାନଙ୍କ ଭାଷାରେ ଯେପରି କଥାବାର୍ତ୍ତା କରିପାରିବୁ ସେଥିପାଇଁ ଏଲିଅନ ଡିକ୍ସନାରି ପ୍ରସ୍ତୁତ କରାଯାଇଛି। ୨୫ ଏକାଡେମିକ୍ସର ବୈଜ୍ଞାନିକମାନେ ପ୍ରଥମ ଥର ଏଭଳି ଡିକ୍ସନାରି ବାହାର କରିଛନ୍ତି। ବହିର ନାଁ ହେଉଛି Xenolinguistics: Towards a Science of Extraterrestrial Language। ବହିଟି ଆମାଜନ ଓ କିନଡଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେଉଛି।

ବୈଜ୍ଞାନିକଙ୍କନୁସାରେ, ପ୍ରାଚୀନ ମାନବ ସଭ୍ୟତା ଓ ପଶୁପକ୍ଷୀଙ୍କ ସ୍ବରକୁ ନେଇ ଶତାଦ୍ଦୀ ଶତାଦ୍ଦୀ ଧରି କରାଯାଇଥିବା ଅଧ୍ୟୟନ ସାହାର୍ଯ୍ୟରେ ଏହି ଡିକ୍ସନାରି ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ଅନ୍ୟ ଗ୍ରହର ପ୍ରାଣୀଙ୍କ ସହ ବାର୍ତ୍ତାଳାପକୁ ଡିକୋଡ କରିହେବ। ବହିର ଲେଖକ ଓ ଜୀବବିଜ୍ଞାନୀ ଡ. ଡଗଲାସ ଏ ଭାକୋଚ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବାସ୍ତବଧର୍ମୀ। ଆମେ ସେଟି(Search for extraterrestrial intelligence) କୁ ବ୍ୟବହାର କରି ଅନ୍ୟ ଗ୍ରହକୁ ସନ୍ଦେଶ ପଠାଇ ପାରିବା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?